ନୂଆଦିଲ୍ଲୀ: ଭାରତ ସମେତ ସାରା ବିଶ୍ୱ ମହାମାରୀ କରୋନା ବିରୋଧରେ ଲଢ଼େଇ କରୁଛି। ହେଲେ ପାକିସ୍ତାନ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ବି ମୁସଲିମ କାର୍ଡ ଖେଳି ଭାରତକୁ ବଦନାମ କରିବାକୁ ଉଦ୍ୟମ କରୁଛି। ଭାରତରେ ମୁସଲିମମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବା କ୍ଷେତ୍ରରେ ପାତରଅନ୍ତର କରାଯାଉଛି ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କରିଥିବା ଅଭିଯୋଗର ଜବାବ ଭାରତ ପକ୍ଷରୁ ଦିଆଯାଇଛି।
କରୋନା ମହାମାରୀ ମଧ୍ୟରେ ଭାରତ ସରକାର ଜାଣିଶୁଣି ମୁସଲିମ ସଂପ୍ରଦାୟକୁ ଟାର୍ଗେଟ କରୁଛନ୍ତି ବୋଲି ଇମ୍ରାନ ଖାନ କହିଥିଲେ। ଏହାର ଜବାବରେ ଭାରତର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ “ପାକିସ୍ତାନ ନେତୃତ୍ୱ ଦେଇଥିବା ବୟାନ ସଂପୂର୍ଣ୍ଣ ରୂପେ ଭିତ୍ତିହୀନ। କେବଳ ହଟଚମଟ ସୃଷ୍ଟି କରି ପ୍ରକୃତ ପ୍ରସଙ୍ଗରୁ ଧ୍ୟାନଚ୍ୟୁତ କରିବା ପାଇଁ ଏହାଏକ ଉଦ୍ୟମ। ନିଜର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ଫୋକସ ନ କରି ପାକିସ୍ତାନ ଅଯଥାରେ ଭାରତ କଥାରେ ମୁଣ୍ଡ ପୂରାଉଛି।
ବର୍ତ୍ତମାନ ସ୍ଥିତିରେ ସମସ୍ତେ କରୋନା ଭାଇରସକୁ କେମିତି ପ୍ରତିହତ କରାଯାଇ ପାରିବ, ତା’ ଉପରେ ଗୁରୁତ୍ୱ ଦେବା କଥା। ହେଲେ ପାକିସ୍ତାନ ଏହା ଭୁଲି ପଡ଼ୋଶୀ ଦେଶ ବିରୋଧରେ ଭିତ୍ତିହୀନ ଅଭିଯୋଗ ଆଣୁଛି। ସଂଖ୍ୟାଲଘୁ ସଂପ୍ରଦାୟ ପ୍ରସଙ୍ଗରେ ପାକିସ୍ତାନ ନିଜ କଥା ବୁଝିବା ଦରକାର। ପାକିସ୍ତାନରେ ସଂଖ୍ୟାଲଘୁଙ୍କୁ କେମିତି ନିର୍ଯାତନା ଦିଆଯାଉଛି ଓ ପାତରଅନ୍ତର କରାଯାଉଛି ସେକଥା ସାରା ବିଶ୍ୱ ଭଲ ଭାବେ ଜାଣିଛି।”
from Odisha Reporter https://ift.tt/3bnG181
No comments:
Post a Comment