ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ଯୋଗୁ ସମଗ୍ର ଦେଶରେ ଲକ ଡାଉନ ଚାଲିଥିବାରୁ ସାଧାରଣ ଜୀବନଯାତ୍ରା ଠକ୍ ହୋଇଯାଇଛି। ଏପରି ସମୟରେ ସବୁ ଘରୋଇ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀଙ୍କ ତିନି ମାସର ସ୍କୁଲ ଫି ହ୍ରାସ କିମ୍ବା ଘୁଞ୍ଚାଇବା ଲାଗି ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି।
ଏଥିରେ କୁହାଯାଇଛି ଯେ, ଲକ୍ଡାଉନ ଯୋଗୁ ଅଭିଭାବକଙ୍କ ଉପରେ ଆର୍ଥିକ ଚାପ ରହିବ। ଏହାକୁ ଦୃଷ୍ଟିରେ ରଖି ସବୁ ଘରୋଇ ଶିକ୍ଷାନୁଷ୍ଠାନ ସହାନୁଭୂତି ଦେଖାଇ ଏପ୍ରିଲରୁ ଜୁନ ପର୍ଯ୍ୟନ୍ତ ତିନି ମାସର ସ୍କୁଲ ଫି କମାଇ ଦିଅନ୍ତୁ ନ ହେଲେ ଏହାକୁ ଘୁଞ୍ଚାଇ ଦିଅନ୍ତୁ । ସ୍କୁଲ ଫି’ ହ୍ରାସ କଲେ ଅଭିଭାବକଙ୍କ ଉପରେ ବୋଝ ପଡ଼ିବନି ।
ଏହାସହ ଲକ୍ଡାଉନ୍ ଯୋଗୁ ଯେଉଁ ଅଭିଭାବକଙ୍କ ଆୟ ଗଭୀର ଭାବେ ପ୍ରଭାବିତ ହୋଇଛି, ସେମାନଙ୍କୁ ଏହା ଦ୍ୱାରା ସହାୟତା ମିଳିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଦର୍ଶାଯାଇଛି ।
ସୂଚନାଯୋଗ୍ୟ, କରୋନା ମୁକାବିଲା ପାଇଁ ଗତକାଲି ଓଡ଼ିଶାରେ ଲକ୍ଡାଉନ୍ ଅବଧିକୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହାସହ ଜୁନ୍ ୧୭ପରେ ସମସ୍ତ ସ୍କୁଲ୍ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି।
In view of the lockdown & associated economic stress for #COVID19, #Odisha Govt advises all private educational institutions to be sympathetic to consider reduction/deferment of school fees from April to June. This will help the parents whose income have been adversely affected.
— CMO Odisha (@CMO_Odisha) April 10, 2020
from Odisha Reporter https://ift.tt/2y3LeDf
No comments:
Post a Comment