ନୂଆଦିଲ୍ଲୀ: କରୋନା ଭାଇରସର ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇପାରନ୍ତି। କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ପାଇଁ ସହରୀ ମଡେଲ ଉପରେ ଆଲୋଚନା କରୁଛନ୍ତି। ଯେଉଁ ସହର ଗୁଡ଼ିକରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଅଧିକ ଏବଂ କରୋନାର ହଟସ୍ପଟ ବୋଲି ଚିହ୍ନଟ ହୋଇଛି ସେହି ସହରକୁ ସମ୍ପୂର୍ଣ୍ଣ ଲକଡାଉନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇପାରନ୍ତି। ଏହି ସମୟରେ ସମସ୍ତ ଜରୁରୀ ସାମଗ୍ରୀ ହୋମ୍ ଡେଲିଭରୀ କରିବାକୁ କେନ୍ଦ୍ର ସରକାର ଚିନ୍ତା କରୁଛନ୍ତି। ଏହି ମଡେଲର ମୁଖ୍ୟ ଉଦ୍ଦେଶ୍ୟ ସହରର ପ୍ରତ୍ୟେକ ଘରକୁ ଘରକୁ ଯାଇ ସର୍ଭେ କରି ସ୍ୱାସ୍ଥ୍ୟାବସ୍ଥା ବାବଦରେ ରିପୋର୍ଟ ତିଆରି ହେବ। ସମସ୍ତ ସନ୍ଦିଗ୍ଧଙ୍କର କରୋନା ପରୀକ୍ଷା ହେବ।
ଏହି ମଡେଲ କାର୍ଯ୍ୟକାରୀ କରିବା ନେଇ କେନ୍ଦ୍ର ଏବେ ୯ଟି ରାଜ୍ୟକୁ ପ୍ରତିନିଧି ଟିମ୍ ପଠାଇଛି। ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ, ଗୁଜରାଟ, କର୍ଣ୍ଣାଟକ, ବିହାର, ତେଲେଙ୍ଗାନା ଏବଂ ତାମିଲନାଡୁକୁ ଏହି ଟିମ୍ ଯାଇଛନ୍ତି। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ହସ୍ପିଟାଲର ସ୍ଥିତି, ଭେଣ୍ଟିଲେଟର ଓ ଓ୍ୱାର୍ଡ ବାବଦରେ ଏମାନେ ଯାଇ ସମୀକ୍ଷା କରୁଛନ୍ତି। ଏହି ଟିମର ରପୋର୍ଟ ଆଧାରରେ କେନ୍ଦ୍ର ସରକାର ସହରୀ ମଡେଲ କାର୍ଯ୍ୟକାରୀ କରିବା ନେଇ ନିଷ୍ପତ୍ତି ନେବେ ବୋଲି ସୂଚନା ରହିଛି।
ତେବେ ଏହି ମଡେଲ ରାଜସ୍ଥାନ ଭିଲଓ୍ୱାରା ମଡେଲଠୁ ଭିନ୍ନ। ଭିଲଓ୍ୱାରାରେ କରୋନା ଆକ୍ରାନ୍ତ ପ୍ରଥମେ ଚିହ୍ନଟ ହେବା ପରେ ସଂପୃକ୍ତ ଅଞ୍ଚଳକୁ ସିଲ୍ କରାଯାଇ ରାଜସ୍ଥାନ ସରକାର ପ୍ରତ୍ୟେକ ଲୋକଙ୍କର କରୋନା ପରୀକ୍ଷା କରିବା ସହିତ ସନ୍ଦିଗ୍ଧଙ୍କୁ ଏକାନ୍ତବାସରେ ରଖିଥିଲେ। ଯାହାକି ରାଜସ୍ଥାନ ସରକାରଙ୍କର ଏକ ସଫଳତା ବୋଲି କୁହାଯାଉଛି। ଏହାକୁ କିନ୍ତୁ ସେମି-ଅର୍ବାନ୍ ଅଞ୍ଚଳ।
ଦେଶର ୧୮ଟି ଜିଲ୍ଲା ଏବେ କରୋନାର ହଟସ୍ପଟ ବୋଲି ଚିହ୍ନଟ ହୋଇଛି। ଦିଲ୍ଲୀ, ମୁମ୍ୱାଇ, ବେଙ୍ଗାଲୁରୁ, ଆଗ୍ରା, ନୋଏଡା, ଗାଜିଆବାଦ, ଲକ୍ଷ୍ମୌ, ଭୋପାଳ ଏବଂ ଇନ୍ଦୋରକୁ କରୋନାର ହଟସ୍ପଟ ବୋଲି ସରକାର ଚିହ୍ନଟ କରିଛନ୍ତି। କାରଣ ଏହି ସବୁ ସ୍ଥାନରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଛନ୍ତି।
ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଗୁରୁବାର ଗୋଟିଏ ଦିନରେ କରୋନା ୨୨୯ଟି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଖିବାକୁ ମିଳିଥିବାବେଳେ ୨୫ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୬୪ ଛୁଇଁଛି। ମୋଟ୍ ୯୭ ଜଣଙ୍କର ମୃତ୍ୟୁ ଘଟିଛି। ମୁମ୍ୱାଇରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଛି। ଗୁରୁବାର ଦିନ ମୁମ୍ୱାଇ ସହରରେ ମୋଟ୍ ୧୬୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ମୁମ୍ୱାଇ ସହରରୁ କେବଳ ୮୭୬ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି।
ଏଯାବତ କରୋନା ଆକ୍ରାନ୍ତ କୌଣସି ଗାଁରୁ ଚିହ୍ନଟ ହୋଇନାହାନ୍ତି। ଯଦି ବି ହୋଇଛନ୍ତି ସେମାନେ ବିଦେଶ ଯାତ୍ରା କରିଥିବା ବ୍ୟକ୍ତି। ହେଲେ କୌଣସି ଗାଁକୁ ଏଯାବତ ସଂକ୍ରମିତ ହୋଇନାହିଁ। ତେଣୁ ସହରରେ ଅରବାନ ମଡେଲ ଲାଗୁ କରିବା ପାଇଁ କେନ୍ଦ୍ର ସରକାର ଚିନ୍ତା କରୁଛନ୍ତି।
from Odisha Reporter https://ift.tt/3c6gjET
No comments:
Post a Comment