ବିପଦ ବେଳେ ବନ୍ଧୁ ସାଜିଛନ୍ତି ସବ୍ୟସାଚୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 17, 2020

ବିପଦ ବେଳେ ବନ୍ଧୁ ସାଜିଛନ୍ତି ସବ୍ୟସାଚୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ଯୋଗୁ ଲକ୍‌ଡାଉନ୍‌ ଜାରି ରହିଛି। ଏଭଳି ଏକ ସମୟରେ ଅନେକ ବ୍ୟକ୍ତି ବିଶେଷ ସରକାରଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଓଲିଉଡ୍‌ର ଅନ୍ୟତମ ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର। ସେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ତେବେ ଏତିକିରେ ସେ ତାଙ୍କ କାମ ସାରି ବସି ଯାଇ ନାହାନ୍ତି। ଘରେ ରହି ସୋଶାଲ ମିଡିଆ ଜରିଆରେ ସେ ଲକ୍‌ଡାଉନ୍‌ ଯୋଗୁ ଅସୁବିଧାରେ ଥିବା ଲୋକଙ୍କୁ ସହାୟତା କରୁଛନ୍ତି। ତାଙ୍କ ଟ୍ୱିଟର ଆକାଉଣ୍ଟରେ ହୋଇଥିବା ପୋଷ୍ଟରୁ ଏ ବିଷୟରେ ଜଣାପଡ଼ିଛି।

ଧରିତ୍ରୀ ପାତ୍ର ନାମ୍ନୀ ଜଣେ ଟ୍ୱିଟର ୟୁଜର କିଛି ଦିନ ତଳେ ଏକ ଟ୍ୱିଟ୍ କରି ସବ୍ୟସାଚୀଙ୍କ ସହାୟତା ଲୋଡ଼ିଥିଲେ। ତାଙ୍କ ମା’ଙ୍କୁ କ୍ୟାନସର ହୋଇଛି। ସେ ପ୍ରଥମ ଷ୍ଟେଜ୍‌ରେ ଅଛନ୍ତି। ମାର୍ଚ୍ଚ ୨୯ ତାଙ୍କର ଏମ୍ସରେ ଅପରେସନ୍ ହେବାର ଥିଲା। ତେବେ କରୋନା ଯୋଗୁ ଏମ୍ସ କର୍ତ୍ତୃପକ୍ଷ ଏହାକୁ ବାତିଲ କରି ଦେଲେ। ଏହା ପରେ ଧରିତ୍ରୀ ଟ୍ୱିଟ୍ କରି ସବ୍ୟସାଚୀଙ୍କ ସାହାଯ୍ୟ ମାଗିଥିଲେ। ଏହା ପରେ ସେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିବା ସହିତ ପୁଲିସ୍ ସହାୟତାରେ ଧରିତ୍ରୀଙ୍କ ମା’ଙ୍କ ଲାଗି ପାସ୍ ବ୍ୟବସ୍ଥା କରିଥିଲେ। ଏହା ପରେ ତାଙ୍କ ମା’ ଗଞ୍ଜାମର ପାଇକପଡ଼ା ଗାଁରୁ ଆସି ଭୁବନେଶ୍ୱରରେ ଉକ୍ତ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସବ୍ୟସାଚୀ ଏହି ମହିଳାଙ୍କ ଚିକିତ୍ସା ବେଳର ଫଟୋକୁ ଟ୍ୱିଟ୍ କରିବା ସହିତ ତାଙ୍କୁ ଗଞ୍ଜାମରୁ ଭୁବନେଶ୍ୱର ଆଣିବା କାର୍ଯ୍ୟରେ ସହାୟତା କରିଥିବା ସମସ୍ତ ଲୋକଙ୍କୁ ଧନ୍ୟବାଦ ଦେଇଛନ୍ତି। ତା’ସହିତ ଡାକ୍ତରମାନଙ୍କୁ ବି ଚିକିତ୍ସା କରିଛନ୍ତି।

ସେହିଭଳି କେନ୍ଦ୍ରାପଡ଼ାର ରାଜନଗରର ଜଣେ ଯୁବକ ମଳୟ କୁମାର ସାହୁ ଟ୍ୱିଟ୍ କରି ସବ୍ୟସାଚୀଙ୍କ ସହଯୋଗ ଲୋଡ଼ିଥିଲେ। ସେ ଲେଖିଥିଲେ ଯେ ତାଙ୍କ ବାପା ଜଣେ କ୍ୟାନସର ରୋଗୀ। ୩ ବର୍ଷ ହେଲା ସେ କ୍ୟାନସରରେ ପୀଡ଼ିତ ଥିବା ବେଳେ ତାଙ୍କର ନିୟମିତ ଔଷଧ ଶେଷ ହୋଇଯାଇଛି। ଲକ୍‌ଡାଉନ୍‌ ଯୋଗୁ ସେ ଔଷଧ କିଣିବା ପାଇଁ କଟକ ଯାଇପାରୁ ନାହାନ୍ତି।  ଏ ବିଷୟରେ ଅବଗତ ହେବା ପରେ ସବ୍ୟସାଚୀ ସେହିଦିନ ଔଷଧ କିଣିଥିଲେ। ଏହା ସହିତ ସେଗୁଡ଼ିକୁ ପଠାଇବା ପାଇଁ ବ୍ୟବସ୍ଥା କରୁଛନ୍ତି ବୋଲି ଟ୍ୱିଟ୍ ଯୋଗେ କହିଥିଲେ।

ଲକ୍‌ଡାଉନ୍‌ ଯୋଗୁ ଆନ୍ଧ୍ର ପ୍ରଦେଶରେ ଫସି ଥିବା ତିନି ଜଣ ଓଡ଼ିଆ ଯୁବକ ସୋଶାଲ୍ ମିଡିଆ ମାଧ୍ୟମରେ ସବ୍ୟସାଚୀଙ୍କ ସହଯୋଗ ଲୋଡ଼ିଥିଲେ। ସେ ବି ସେମାନଙ୍କଚ ନିରାଶ କରି ନଥିଲେ। ଏହା ଜାଣିବା ପରେ ସେ ସେଠାରେ ତାଙ୍କର ଚିହ୍ନା ପରିଚିତ ବ୍ୟକ୍ତିଙ୍କ ଦ୍ୱାରା ସେମାନଙ୍କୁ ସାହାଯ୍ୟ କରିଥିଲେ। ତାଙ୍କ ଅନୁରୋଧ କ୍ରମେ ସେହି ବ୍ୟକ୍ତି ଜଣଙ୍କ ସେଠାରେ ଫସିଥିବା ୩ ଓଡ଼ିଆ ଯୁବକଙ୍କୁ ନିଜ ଘରେ ରଖିଛନ୍ତି। ଏ ବିଷୟରେ ଜାଣିବା ପରେ ଅନେକ ଲୋକ ସବ୍ୟଙ୍କୁ ଭୁରି ଭୁରି ପ୍ରଶଂସା କରୁଛନ୍ତି।

ଅନ୍ୟପକ୍ଷରେ ଗତକାଲି ଏକ ଟ୍ୱିଟ୍‌ କରି ସବ୍ୟସାଚୀ କହିଛନ୍ତି ଯେ ସେ ଘରେ ଏକ କଣ୍ଟ୍ରୋଲ୍‌ ରୁମ୍ ଖୋଲିଛନ୍ତି। ଆଜି ପର୍ଯ୍ୟନ୍ତ ସେ କେବଳ ନିଜ ଫିଲ୍ମଗୁଡ଼ିକର ପ୍ରଚାର ପ୍ରସାର ପାଇଁ ସୋଶାଲ୍ ମିଡିଆର ବ୍ୟବହାର କରୁଥିବା ବେଳେ ପ୍ରଥମ ଥର ପାଇଁ ସେ ଏହାର ସଠିକ୍ ବ୍ୟବହାର କରୁଛନ୍ତି। ଏଭଳି ବିପତ୍ତି ସମୟରେ ଯେକେହି ତାଙ୍କ ପାଖରେ ପହଞ୍ଚି ସହଯୋଗ ଆବଶ୍ୟକ କଲେ, ସେଗୁଡ଼ିକର ସତ୍ୟାସତ୍ୟ ଯାଞ୍ଚ କରି ପଦକ୍ଷେପ ନିଆଯିବ। ଏହା ସହିତ ସେ ଏକ ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ମୋବାଇଲ୍ ଓ ଲ୍ୟାପ୍‌ଟପ୍ ଆଦି ଧରି ବସିଛନ୍ତି।



from Odisha Reporter https://ift.tt/2xBmJNK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages