ବିନା ଅନୁମତିରେ ଭାରତ ଛାଡ଼ିପାରିବେନି ବିଦେଶୀ ତବଲିଗି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 17, 2020

ବିନା ଅନୁମତିରେ ଭାରତ ଛାଡ଼ିପାରିବେନି ବିଦେଶୀ ତବଲିଗି

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣକୁ ବିସ୍ତାର କରିବା ପଛରେ ତବଲିଗି ଜମାତ ସଦସ୍ୟ ବୋଲି କୁହାଯାଉଛି। ମୋଟ୍ ୧,୩୦୬ ଜଣ ବିଦେଶୀ ତବଲିଗି ଭାରତକୁ ଆସିଛନ୍ତି। କେନ୍ଦ୍ର ସରକାର ସମସ୍ତଙ୍କୁ ନିଜ ନିଜର ଠିକଣା କହିବାକୁ ନିର୍ଦ୍ଦେଶ ଦେବା ସତ୍ତ୍ୱେ ଏଯାଏ ୨୫୦ ଜଣଙ୍କର ସୂଚନା ମିଳିଛି। ବାକି ସଦସ୍ୟଙ୍କୁ ଖୋଜା ଚାଲିଛି। ଅନ୍ୟପଟେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେ ବଢ଼ିବାରେ ଲାଗିଛି। ଏହାକୁ ନଜରରେ ରଖି ଲକଡାଉନ୍ ପରେ କୌଣସି ବିଦେଶୀ ତବଲିଗି ଜମାତ ବିନା ଅନୁମତିରେ ଯେପରି ଭାରତ ଛାଡ଼ି ଯାଇପାରିବେ ନାହିଁ ସେ ନେଇ ଦିଲ୍ଲୀ ପୁଲିସ କମିଶନର ଏସ.ଏନ ଶ୍ରୀବାସ୍ତବ କହିଛନ୍ତି।

ବିଦେଶୀ ତବଲିଗି ଜମାତଙ୍କୁ ଏବେ ଦିଲ୍ଲୀ ପୁଲିସ ଖୋଜୁଛି। ଏଥିପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ ହୋଇଛି। ତଦନ୍ତରେ ସାମିଲ୍ ଥିବା ସମସ୍ତ ଅଧିକାରୀଙ୍କୁ ମଧ୍ୟ ଦିଲ୍ଲୀ ପୁଲିସ କମିଶନର ଏ ବାବଦରେ ଅବଗତ କରାଇଛନ୍ତି। ଗତ ସପ୍ତାହରେ ଦିଲ୍ଲୀରେ ଆଇପିଏସ ଅଧିକାରୀଙ୍କୁ ନେଇ ନେଇ ପୁଲିସ କମିଶନର ଏସ.ଏନ. ଶ୍ରୀବାସ୍ତବ ବୈଠକ କରିଥିଲେ। ଏହି ସମୟରେ ପୁଲିସ କମିଶନର ବିଦେଶୀ ଜମାତଙ୍କୁ ନେଇ ଏଭଳି ନିର୍ଦ୍ଦେଶ ଦେଇଥିଲେ।

ଏମିତିକି ମାର୍କାଜ ସହିତ ଜଡିତ ବିଦେଶୀମାନଙ୍କ ପ୍ରମାଣ ପତ୍ର ଜବତ କରିବାକୁ ଦିଲ୍ଲୀ ପୁଲିସ କମିଶନର କ୍ରାଇମ ବ୍ରାଞ୍ଚ ୟୁନିଟ୍ ମୁଖ୍ୟ ପ୍ରବୀଣ ରଂଜନଙ୍କୁ ମଧ୍ୟ କହିଛନ୍ତି। କ୍ରାଇମ ବ୍ରାଞ୍ଚର ଡେପୁଟି କମିଶନର ଆନନ୍ଦ ତିର୍କୀ ଏବେ ଘଟଣାର ଅନୁସନ୍ଧାନ କରୁଛନ୍ତି।

ଗତମାସରେ ସୁନ୍ନି ସଂଗଠନ ଦ୍ୱାରା ଏକ ଧର୍ମସଭାର ଆୟୋଜନ ହୋଇଥିଲା। ଲକଡାଉନରେ ଧାର୍ମିକ ସଭା ବାରଣ ରହିଥିଲେ ମଧ୍ୟ ତବଲିଗି ଜମାତର ସଦସ୍ୟମାନେ ଧାର୍ମିକ ସଭାର ଆୟୋଜନ କରିଥିଲେ। ମୋଟ୍ ୯,୦୦୦ ଜଣ ଏହି ସଭାରେ ଯୋଗ ଦେଇଥିଲେ। ସେଥିମଧ୍ୟରୁ ଆମେରିକା, ଫ୍ରାନ୍ସ, ଦୁବାଇ ଆଦି ଅନେକ ଦେଶର ୧,୩୦୬ ବିଦେଶୀ ଜମାତ ଯୋଗ ଦେଇଥିଲେ। ତେଲେଙ୍ଗାନାରେ ଜମାତ ସଦସ୍ୟଙ୍କ କରୋନାରେ ମୃତ୍ୟୁ ହେବାପରେ ଜମାତ ସଦସ୍ୟଙ୍କ ବାବଦରେ ସୂଚନା ମିଳିଥିଲା। ଏହାପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ୯୬୦ ବିଦେଶୀ ଜମାତଙ୍କୁ କଳା ତାଲିକାଭୁକ୍ତ କରିଛି।

ସୂଚନାଯୋଗ୍ୟ, ଇସ୍‌ଲାମିକ୍‌ ସଂଗଠନ ତବଲିଗି ଜମାତ୍‌ର ମୁଖ୍ୟ ମୌଲାନା ସାଦ୍‌ କନ୍ଧାଲୱିଙ୍କ ନାମରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମନି ଲଣ୍ଡରିଂ ମାମଲା ରୁଜୁ କରିଛି। ଏହି ମୌଲାନାଙ୍କ ଆୟୋଜିତ ଧାର୍ମିକ କାର୍ଯ୍ୟକ୍ରମ ଭାରତର ସବୁଠାରୁ ବଡ଼ କରୋନା କ୍ଲଷ୍ଟର ପାଲଟିଛି। ଗତମାସରେ ଦିଲ୍ଲୀରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଥିଲା।

ଏହା ପୂର୍ବରୁ ତାଙ୍କ ନାମରେ ପୁଲିସ୍‌ ମଧ୍ୟ ଅପରାଧିକ ମାମଲା ରୁଜୁ କରିଥିଲା। ଏହା କରୋନା ବ୍ୟାପିବା ସମ୍ପର୍କିତ ଥିଲା। ସେ ଦିଲ୍ଲୀର ନିଜାମୁଦ୍ଦିନ୍‌ଠାରେ ଥିବା ‘ମର୍କାଜ୍‌’ରେ ଏକ ବୃହତ୍‌ ଏକତ୍ରିକରଣ ଆୟୋଜନ କରିଥିବାରୁ ଏପରି ସ୍ଥିତିର ସାମ୍ନା କରୁଛନ୍ତି।



from Odisha Reporter https://ift.tt/2K9poAU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages