ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଡେଇଁଲା, ୨୪ ଘଣ୍ଟାରେ ୧୨୧୧ ନୂଆ ରୋଗୀ ଚିହ୍ନଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 13, 2020

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଡେଇଁଲା, ୨୪ ଘଣ୍ଟାରେ ୧୨୧୧ ନୂଆ ରୋଗୀ ଚିହ୍ନଟ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଭାରତରେ କାୟା ବିସ୍ତାର କରିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ନୂଆ କରୋନା ରୋଗୀ ଚିହ୍ନଟ ସଂଖ୍ୟା ପୂର୍ବର ସବୁ ରେକର୍ଡକୁ ଭାଙ୍ଗି ଦେଇଛି। ଲକଡାଉନ ଏବଂ ଏକାଧିକ କଟକଣା ସତ୍ତ୍ୱେ ଗତ ୨୪ ଘଣ୍ଟାରେ ୧୨୧୧ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

ଫଳରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ୩୬୩ରେ ପହଞ୍ଚି ଯାଇଛି। ସେହିପରି ୨୪ ଘଣ୍ଟାରେ ଆଉ ୩୧ ଜଣ କରୋନା ଭାଇରସରେ ପୀଡ଼ିତ ହୋଇ ଆଖି ବୁଜିଛନ୍ତି। ଏହାପରେ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩୩୯ ଛୁଇଁଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ୧୦୩୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଏବେ ବିଭିନ୍ନ ହସ୍ପିଟାଲରେ ୮,୯୮୮ ଜଣ ଚିକିତ୍ସିତ ହେଉଛନ୍ତି। ଆଜି ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।

କରୋନା ଯୋଗୁ ମହାରାଷ୍ଟ୍ର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ସ୍ଥିତି ଏପରି ହୋଇଛି ଯେ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩ ଶହ ପାର କରିଯାଇଛି। ଏଯାଏ ମହାରାଷ୍ଟ୍ରରେ ୨୩୩୪ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୧୬୦ ଜଣଙ୍କ ମୃତ୍ୟୁ ଘଟିସାରିଲାଣି। ସେହିପରି ୨୧୭ ଜଣ ସୁସ୍ଥ ହୋଇଛନ୍ତି।

ମହାରାଷ୍ଟ୍ର ପରେ ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୧୦ରେ ପହଞ୍ଚିଗଲାଣି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୫୬ ଜଣ ନୂଆ ପଜିଟିଭ ମାମଲା ସାମ୍ନାକୁ ଆସିଛି। ଏଠାରେ ୩୦ ଜଣ ସୁସ୍ଥ ହୋଇଥିବା ବେଳେ ୨୮ ଜଣ ପ୍ରାଣ ହରାଇଛନ୍ତି।

ଆନ୍ଧ୍ର ପ୍ରଦେଶରେ ୪୩୨, ଗୁଜରାଟରେ ୫୩୯, ହରିଆଣାରେ ୧୮୫, ଜମ୍ମୁ-କଶ୍ମୀରରେ ୨୭୦, କର୍ଣ୍ଣାଟକାରେ ୨୪୭, କେରଳର ୩୭୯, ମଧ୍ୟପ୍ରଦେଶରେ ୬୦୪, ପଞ୍ଜାବରେ ୧୬୭, ରାଜସ୍ଥାନରେ ୮୭୩, ତାମିଲନାଡୁରେ ୧୧୭୩, ତେଲେଙ୍ଗାନାରେ ୫୬୨, ଉତ୍ତର ପ୍ରଦେଶରେ ୫୫୮ ଓ ପଶ୍ଚିମବଙ୍ଗରେ ୧୯୦ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୬ ଛୁଇଁଥିବା ବେଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ୱେବସାଇଟ୍‌ରେ ଏହା ୫୪ ରହିଛି।



from Odisha Reporter https://ift.tt/2K3EYy8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages