ମନ୍‌ କି ବାତ୍: ‘ରମଜାନ୍‌ରେ ଦୁଆ, ଇଦ୍ ପୂର୍ବରୁ କରୋନା ମୁକ୍ତ ହେଉ ଦୁନିଆ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 26, 2020

ମନ୍‌ କି ବାତ୍: ‘ରମଜାନ୍‌ରେ ଦୁଆ, ଇଦ୍ ପୂର୍ବରୁ କରୋନା ମୁକ୍ତ ହେଉ ଦୁନିଆ’

ନୂଆଦିଲ୍ଲୀ: ସାରା ଦେଶ ଲକ୍‌ଡାଉନ୍‌ ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳ ୧୧ଟା ବେଳେ ‘ମନ କି ବାତ୍’ କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ପ୍ରତି ମାସ ଶେଷ ରବିବାର ପ୍ରଧାନମନ୍ତ୍ରୀଙ୍କ ଏହି ସ୍ୱତନ୍ତ୍ର ରେଡିଓ କାର୍ଯ୍ୟକ୍ରମ ପ୍ରସାରଣ କରାଯାଏ। ଏହିକ୍ରମରେ ଆଜି ଏପ୍ରିଲ ମାସର ଶେଷ ରବିବାର ହୋଇଥିବା ବେଳେ ‘ମନ କି ବାତ୍’ କାର୍ଯ୍ୟକ୍ରମର ୬୪ତମ ସଂସ୍କରଣ ପ୍ରସାରଣ କରାଯାଇଛି।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ବିଶ୍ୱ ମହାମାରୀ କରୋନା ଭୂତାଣୁ ବିରୁଦ୍ଧରେ ପ୍ରକୃତରେ ଜନତା ଯୁଦ୍ଧ କରୁଛନ୍ତି। ଆଜି ସାରା ଦେଶ ଏକାଠି ହୋଇଛି। ତାଳି, ଥାଳି, ମହମବତୀ ସାରା ଦେଶକୁ ଏକାଠି ହେବାକୁ ବାର୍ତ୍ତା ଦେଇଛି। ମହାଯଜ୍ଞ ଚାଲିଥିବା ଭଳି ଅନୁଭବ ହେଉଛି। ସମସ୍ତେ ନିଜ ନିଜ ସାମର୍ଥ୍ୟ ଅନୁସାରେ ଲଢ଼େଇ ଜାରି ରଖିଛନ୍ତି। କିଏ ଭୋକିଲା ନ ରହୁ ଏଣୁ ଆମ କୃଷକ ଭାଇମାନେ ପୂରା ପରିଶ୍ରମ କରୁଛନ୍ତି। ମୋଦି ଏହି ଅବସରରେ କୃଷି ଭିତ୍ତିକ ପର୍ବ ଅକ୍ଷୟ ତୃତୀୟା ପାଇଁ ମଧ୍ୟ ଚାଷୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଆପଣମାନେ ଯେଉଁଆଡ଼େ ବି ଦୃଷ୍ଟି ଦେବେ ଭାରତର ଯୁଦ୍ଧ ଜନତାଙ୍କ ଦ୍ୱାରା ଚାଲିଥିବା ଆପଣଙ୍କୁ ଅନୁଭବ ହୋଇଯିବ। ସାରା ବିଶ୍ୱ ଆଜି ଏହି ମହାମାରୀ ସହ ଲଢ଼େଇ କରୁଛି। ଭବିଷ୍ୟତରେ ଯେତେବେଳେ ବି ଏନେଇ ଚର୍ଚ୍ଚା ହେବ, କରୋନା ବିପକ୍ଷରେ ଭାରତରେ ଜନତାଙ୍କ ଦ୍ୱାରା ହୋଇଥିବା ଯୁଦ୍ଧକୁ ନିଶ୍ଚୟ ଚର୍ଚ୍ଚାରେ ସ୍ଥାନ ମିଳିବ। ଦେଶରେ ଆପଣମାନେ କରୋନା ବିରୁଦ୍ଧରେ ଲଢ଼େଇ କରୁଛନ୍ତି। ଜନତାଙ୍କ ସହ ମିଶି ଶାସନ, ପ୍ରଶାସନ ଲଢ଼ୁଛି। ଆମେ ଭାଗ୍ୟବାନ ଯେ, ଆଜି ପୂରା ଦେଶ, ଦେଶର ପ୍ରତ୍ୟେକ ନାଗରିକ ଜଣେ ଜଣେ ସିପାହୀ ହୋଇ ଏହି ଯୁଦ୍ଧରେ ନେତୃତ୍ୱ ନେଇଛନ୍ତି।

ପ୍ରଧାନମନ୍ତ୍ରୀ କହିଲେ, ସାରା ଦେଶର ଲୋକେ ଆଜି ପରସ୍ପରକୁ ସହଯୋଗ କରିବାକୁ ଆଗକୁ ଆସୁଛନ୍ତି। ଗରିବଙ୍କୁ ଖାଦ୍ୟ ଯୋଗାଇବା ହେଉ, ରାସନ ବ୍ୟବସ୍ଥା ହେଉ, ଲକଡାଉନ ନିୟମ ପାଳନ କରିବା ହେଉ, ହସ୍ପିଟାଲ ବ୍ୟବସ୍ଥା ବା ଚିକିତ୍ସା ଉପକରଣ ଦେଶରେ ନିର୍ମାଣ କରିବା ହେଉ, ଆଜି ସାରା ଦେଶ ଗୋଟିଏ ଲକ୍ଷ୍ୟ, ଗୋଟିଏ ଦିଗରେ ସାଥି ହୋଇ ଚାଲୁଛି। ଅନ୍ୟକୁ ସାହାଯ୍ୟ କରିବାକୁ ଆପଣମାନଙ୍କ ହୃଦୟରେ କେଉଁଠି ନା କେଉଁଠି ଯେଉଁ ଭାବନା ବା ଆବେଗ ସୃଷ୍ଟି ହେଉଛି। ପ୍ରକୃତରେ ତାହା ହିଁ କରୋନା ବିରୁଦ୍ଧରେ ଲଢ଼େଇ କରିବାକୁ ଭାରତକୁ ଶକ୍ତି ଦେଇଛି।

କୋଟି କୋଟି ଲୋକଙ୍କ ଗ୍ୟାସ୍ ସବସିଡି ଛାଡ଼ିବା ହେଉ, ଲକ୍ଷ ଲକ୍ଷ ବରିଷ୍ଠ ନାଗରିକଙ୍କ ରେଲଓ୍ୱେ ସବସିଡି ଛାଡ଼ିବା ହେଉ, ସ୍ୱଚ୍ଛ ଭାରତ ଅଭିଯାନର ନେତୃତ୍ୱ ନେବା ହେଉ, ଶୌଚାଳୟ ତିଆରି କରିବା ହେଉ ଏଭଳି ଅଗଣିତ ବିଷୟ ରହିଛି, ଯାହା ଦର୍ଶାଉଛି ଯେ ଆମ ସମସ୍ତଙ୍କର ଏକ ମନ ଆଉ ଏହା ଗୋଟିଏ ସୂତାରେ ବାନ୍ଧି ହୋଇ ରହିଛି। ଆମେ ଏକତ୍ରିତ ହୋଇ ଦେଶ ପାଇଁ କିଛି କରିବାକୁ ଏହା ଆମକୁ ପ୍ରେରଣା ଦେଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ମୋଦୀ ଆହୁରି କହିଛନ୍ତି, ପ୍ରତ୍ୟେକ ସମସ୍ୟା, ପ୍ରତ୍ୟେକ ଯୁଦ୍ଧ କିଛି ନା କିଛି ଶିକ୍ଷା ଦେଇଥାଏ। ଆଜି ସମସ୍ତ ଦେଶବାସୀ ଯେଉଁ ସଂକଳ୍ପ ଶକ୍ତି ଦେଖାଇଛନ୍ତି, ତାହା ଦ୍ୱାରା ଭାରତରେ ଏକ ନୂତନ ପରିବର୍ତ୍ତନ ଆରମ୍ଭ ହୋଇଯାଇଛି। ଆଜି ଭାରତ ବିଶ୍ୱର ପ୍ରତ୍ୟେକ ଅଭାଭୀଙ୍କୁ ଔଷଧ ଯୋଗାଇବାର ଦାୟିତ୍ୱ ମୁଣ୍ଡାଇଛି ଓ ମାନବିକତାର ଉଦାହରଣ ସୃଷ୍ଟି କରିଛି। ଆଜି ଅନ୍ୟ ଦେଶଗୁଡ଼ିକର ରାଷ୍ଟ୍ରାଧ୍ୟକ୍ଷ ମାନେ ଫୋନ ମାଧ୍ୟମରେ ଯୋଗାଯୋଗ କରି ଭାରତୀୟଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହା ଦେଶ ପାଇଁ ଏକ ଗୌରବ।

ମୋଦୀ କହିଛନ୍ତି, ଯେତେବେଳେ ଦେଶ ଗୋଟିଏ ଟିମ୍ ହୋଇ କାମ କରେ, ସେତବେଳେ କଣ କଣ ହୋଇପାରେ ଆଜି ଆମେ ଅନୁଭବ କରୁଛୁ। ଆଜି କେନ୍ଦ୍ର ସରକାର, ରାଜ୍ୟ ସରକାର ଓ ସେମାନଙ୍କ ପ୍ରତ୍ୟେକ ବିଭାଗ ତଥା ସଂସ୍ଥା ରିଲିଫ୍ ପାଇଁ ଏକାଠି ହୋଇ ତୀବ୍ରତାର ସହ କାମ କରୁଛନ୍ତି। ଗରିବ କଲ୍ୟାଣ ପ୍ୟାକେଜ୍ ଅନୁଯାୟୀ ଗରିବଙ୍କ ଆକାଉଣ୍ଟରେ ସିଧା ଟଙ୍କା ଜମା ହେଉଛି। ବୟସ୍କଙ୍କ ପାଇଁ ବାର୍ଦ୍ଧକ୍ୟ ଭତ୍ତା ଦିଆଯାଉଛି। ଗରିବଙ୍କୁ ୩ ମାସ ଲାଗି ମାଗଣା ରାସନ, ଗ୍ୟାସ୍ ସିଲିଣ୍ଡର ଆଦି ସୁବିଧା ମଧ୍ୟ ଦିଆଯାଉଛି।

ଦେଶର ପ୍ରତ୍ୟେକ ରାଜ୍ୟ ସରକାରଙ୍କୁ ମହାମାରୀ ସହ ଲଢ଼ିବା ନେଇ ସକ୍ରୀୟ ଭୂମିକା ତୁଲାଇଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ଧନ୍ୟବାଦ ଜଣାଛନ୍ତି। ସେ କହିଛନ୍ତି କରୋନା ମୁକାବିଲା ଲାଗି ରାଜ୍ୟ ସରକାରମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅନ୍ୟପଟେ କରୋନା ଯୋଦ୍ଧାଙ୍କୁ ନିର୍ଯାତନା, ହିଂସା ବା ଅନ୍ୟ କୌଣସି ପ୍ରକାର କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରାଗଲେ କଠୋର ଦଣ୍ଡ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ପୁଣି କହିଛନ୍ତି, ରମଜାନର ପବିତ୍ର ମାସ ଆରମ୍ଭ ହୋଇଯାଇଛି। ଏହି ଅବସରରେ ଏହାକୁ ସଂଜମତା, ସଦଭାବନା, ସମ୍ୱେଦନଶୀଳତା ଏବଂ ସେବା ମନୋଭାବର ପ୍ରତୀକ ବନାନ୍ତୁ। ଏଥର ଆମେ ପୂର୍ବାପେକ୍ଷା ଅଧିକ ଇବାଦତ୍ କରିବା, ଯେପରି ଇଦ୍ ଆସିବା ପୂର୍ବରୁ ଦୁନିଆ କରୋନା ମୁକ୍ତ ହୋଇଯାଇଥିବ। ଗତ ଦିନଗୁଡ଼ିକରେ ବିହୁ, ବୈଶାଖୀ, ପୁଥଡୁ, ବିଶୁ, ଓଡ଼ିଆ ନବବର୍ଷ ଭଳି ଅନେକ ପର୍ବପର୍ବାଣି ଘରେ ରହି ନିରାଡ଼ମ୍ୱର ଭାବେ ପାଳନ କଲେ। ଲକଡାଉନ ନିୟମ ମାନିଲେ। ଏହି ବିଶ୍ୱ ମହାମାରୀ ସଙ୍କଟ ସମୟରେ ଆପଣମାନଙ୍କ ପରିବାର ସଦସ୍ୟ ଭାବେ କିଛି ସଙ୍କେତ ଦେବା, ସମାଧାନ ତଥା ପରାମର୍ଶ ଦେବା ମୋର ଦାୟିତ୍ୱ ବୋଲି ମୋଦୀ କହିଛନ୍ତି।



from Odisha Reporter https://ift.tt/2Y4hFw3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages