ଭଦ୍ରକ (ପାର୍ଥସାରଥୀ ନାୟକ): ଭଦ୍ରକ ଜିଲ୍ଲାରୁ ୬୦ ଘଣ୍ଟିଆ ଶଟ୍ଡାଉନ୍ ଅବିଧି ଆଜି ସକାଳ ୧୦ଟାରେ ଶେଷ ହୋଇଛି। ତେବେ ଲକ୍ଡାଉନ୍ ଜାରି ରହିବ। ଏହି ସମୟରେ ଜିଲ୍ଲାରେ ସକାଳ ୫ଟାରୁ ଦିନ ଗୋଟାଏ ଯାଏ ଦୋକାନ ଖୋଲା ରହିବ। ଜିଲ୍ଲାରେ ପାଥୋ ଲ୍ୟାବ୍, ଗ୍ରୋସରୀ, ପରିବା, ବହି, କୃଷି ଉପକରଣ ଦୋକାନ, ଏଲ୍ପିଜି ଗ୍ୟାସ୍ ଏଜେନସି, ଫ୍ୟାନ୍, ମୋବାଇଲ୍ ରିଚାର୍ଜ , ସାଇକେଲ୍ ମରାମତି, ଫଳ ଓ କ୍ଷୀର ଦୋକାନ ଖୋଲା ରହିବ। କେବଳ ପ୍ରତି ବୁଧବାର, ଶୁକ୍ରବାର ଓ ରବିବାର ଦିନ ଆମିଷ ଦୋକାନ ଖୋଲା ରହିବ।
ସକାଳ ୬ଟାରୁ ରାତି ୧୦ ଟା ଯାଏ ଔଷଧ ଦୋକାନ ରହିବ। ଏଥିସହ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ପେଟ୍ରୋଲ ପମ୍ପ ଖୋଲା ରହିବ। ଚା, ଫୁଡ୍ ଷ୍ଟଲ, ହୋଟେଲ, ଗହଣା, ବିଉଟି ପାର୍ଲର ଓ ସେଲୁନ ଖୋଲିବନି। କପଡ଼ା, ସପିଂ ମଲ୍, ପାନ ଓ ଗୁଟ୍ଖା ଦୋକାନ ସଂପୂର୍ଣ୍ଣ ବନ୍ଦ ରହିବ।
ଜିଲ୍ଲାର ବାସୁଦେବପୁର, ଧାମନଗର, ତିହିଡ଼ି ଓ ଭଣ୍ଡାରିପୋଖରୀ ବ୍ଲକର ୧୮ଟି ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ତେଣୁ ସେହି ଅଞ୍ଚଳରେ କୌଣସି ଦୋକାନ ଖୋଲିବ ନାହିଁ।
ଅନ୍ୟପକ୍ଷରେ ଶଟ୍ଡାଉନ୍ ସରିଥିବାରୁ ବଜାରକୁ ଯାଇ ଭିଡ଼ ନକରିବା ଲାଗି ଜିଲ୍ଲାବାସୀଙ୍କୁ ଭଦ୍ରକ ପୁଲିସ୍ ନିବେଦନ କରିଛି। ଏନେଇ ଜିଲ୍ଲା ପୁଲିସ ଟ୍ୱିଟ୍ କରି କହିଛି ଯେ, ଜିଲ୍ଲାରେ ଖାଦ୍ୟ ସାମଗ୍ରୀ ଓ ପରିବା ବିପୁଳ ପରିମାଣର ମହଜୁଦ ରହିଛି। ଏଣୁ ସମୟ ନେଇ ସମସ୍ତେ ସାମଗ୍ରୀ ଆଣନ୍ତୁ। ଏହାସହ ସବୁ କ୍ଷେତ୍ରରେ ସାମାଜିକ ଦୂରତା ବଜାୟ ରଖିବା ପାଇଁ କୁହାଯାଇଛି।
from Odisha Reporter https://ift.tt/2S7oHMY
No comments:
Post a Comment