ପାଲଲହଡା (ରବି ନାରାୟଣ ପ୍ରଧାନ): ପାଲଲହଡା ଉପଖଣ୍ଡ ଖମାର ଥାନା ଅନ୍ତର୍ଗତ ଗୋପୀନାଥପୁର ଗାଁରେ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ତାଙ୍କ ନାଁ ଅର୍ଜୁନ ପୂର୍ତ୍ତି।
ଗୁରୁତର ଅବସ୍ଥାରେ ଅର୍ଜୁନଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଅର୍ଜୁନଙ୍କ ମୁଁହ, ବାମ ଆଖି,ହାତ ଓ ଗୋଡ଼କୁ ଭାଲୁ ଆକ୍ରମଣ କରିଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ, ଗତକାଲି ଅର୍ଜୁନ ଛେଳି ଚରାଇବାକୁ ନିକଟ ଜଙ୍ଗଲକୁ ଯାଇଥିଲେ। ଏହି ସମୟରେ ସେ ଭାଲୁ ହାବୁଡ଼ରେ ପଡ଼ିଯାଇଥିଲେ। ଗ୍ରାମବସୀ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
ଖମାର ରେଞ୍ଜର ଘଟଣାସ୍ଥଳରେ ପହଞ୍ଚି ଅର୍ଜୁନଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି।
from Odisha Reporter https://ift.tt/3eIX7iQ
No comments:
Post a Comment