ଭୁଲ କରନି, ଭାଇରସ ଆମ ସହ ବହୁଦିନ ଯାଏ ରହିବ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 22, 2020

ଭୁଲ କରନି, ଭାଇରସ ଆମ ସହ ବହୁଦିନ ଯାଏ ରହିବ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ଜେନେଭା: ମହାମାରୀ କରୋନା ଭାଇରସର ସଂକ୍ରମଣ କମିଲେ ମଧ୍ୟ ବିଶ୍ୱରେ ଏହା ଅନେକ ଦିନ ଧରି ଆମ ସହ ରହିବ। ତେଣୁ କେହି ବି କିଛି ଭୁଲ କରନ୍ତୁ ନାହିଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସବୁ ରାଷ୍ଟ୍ରକୁ ସତର୍କ କରାଯାଇଛି। କରୋନା ଯୋଗୁ ସମଗ୍ର ବିଶ୍ୱରେ ଲକଡାଉନ ଜାରି କରାଯାଇଛି।

ଏହାଦ୍ୱାରା ଅର୍ଥନୀତି ଠାରୁ ଆରମ୍ଭ କରି ସାଧାରଣ ଜନଜୀବନ ଗଭୀର ଭାବେ ପ୍ରଭାବିତ ହୋଇଛି। କିଛି ରାଷ୍ଟ୍ର ଏହାକୁ ଦୃଷ୍ଟିରେ ରଖି ଲକଡାଉନ ନିୟମ କୋହଳ କରିବାକୁ ଚିନ୍ତା କରୁଛନ୍ତି। ଏସବୁ ଭିତରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନା କେତେ ଭୟଙ୍କର ହୋଇପାରେ, ସେ ବିଷୟରେ ସମସ୍ତଙ୍କୁ ସତର୍କ କରାଇଛି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରୋସ ଆଧାନୋମ ଘେବ୍ରେୟେସୁ କହିଛନ୍ତି, ଯେଉଁ ଦେଶଗୁଡ଼ିକ ଭାବୁଛନ୍ତି ଯେ ସେମାନେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରି ନେଇଛନ୍ତି, ସେମାନେ ଭୁଲ। କାରଣ କରୋନା ଆମ ସହ ବହୁ ଦିନ ଯାଏ ରହିବ। ତେଣୁ ଆମେକୁ ଏଥିପ୍ରତି ସତର୍କ ରହିବାକୁ ପଡ଼ିବ।

ଯଦି ଆମେ କିଛି ବି ଭୁଲ କରିବା, ତା’ହେଲେ ଏହାର ପରିଣାମ ଅତ୍ୟନ୍ତ ଭୟଙ୍କର ରୂପ ନେବ। ଅନେକ ଦେଶ ଏବେ ବି କରୋନାକୁ ମୁକାବିଲା କରିବା ପାଇଁ ଆରମ୍ଭ କରିଥିବା ଯୁଦ୍ଧର ପ୍ରଥମ ପର୍ଯ୍ୟାୟରେ ରହିଛନ୍ତି। ପ୍ରଥମ ପର୍ଯ୍ୟାୟକୁ ଦେଖି ଆମେ ଯଦି ଭାବିବା ଯେ କରୋନା ନିୟନ୍ତ୍ରଣକୁ ଆସି ଯାଇଛି, ତା’ହେଲେ ଏହା ଆଦୌ ଠିକ ନୁହେଁ।

ଜାତିସଂଘ ସ୍ୱାସ୍ଥ୍ୟ ଏଜେନ୍ସି ଜାନୁଆରୀ ୩୦ରେ ବିଶ୍ୱରେ କରୋନା ପାଇଁ ଜରୁରୀ କାଳୀନ ସ୍ଥିତି ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲା। ଏହାଦ୍ୱାରା ସମସ୍ତେ କରୋନା ଆସିବା ପୂର୍ବରୁ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ। ୱେଷ୍ଟର୍ଣ୍ଣ ୟୁରୋପରେ ମହାମାରୀ କରୋନା ସ୍ଥିତି ସ୍ଥିର ଓ ହ୍ରାସ ପାଉଛି। ସେଠାରେ ସଂଖ୍ୟା ବହୁତ କମ।

ହେଲେ ଆଫ୍ରିକା, କେନ୍ଦ୍ରୀୟ ଓ ଦକ୍ଷିଣ ଆମେରିକା ଏବଂ ଇଷ୍ଟର୍ଣ୍ଣ ୟୁରୋପରେ କରୋନା ସଂକ୍ରମଣ ଘାତକ ଭାବେ ବଢ଼ିଚାଲିଛି। ଏହା ଏକ ଚିନ୍ତାର ବିଷୟ। ଅଧିକାଂଶ ରାଷ୍ଟ୍ର କରୋନା ମୁକାବିଲାର ପ୍ରଥମ ପର୍ଯ୍ୟାୟରେ ରହିଛନ୍ତି। ପୂର୍ବରୁ କରୋନା ଦ୍ୱାରା ପ୍ରଭାବିତ ହୋଇଥିବା ରାଷ୍ଟ୍ରଗୁଡ଼ିକରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢ଼ିବା ଆରମ୍ଭ ହୋଇଛି।

ତେଣୁ କେହି ବି ଭୁଲ କରନ୍ତୁ ନାହିଁ। ଆମକୁ ବହୁ ଦିନ ଯାଏ ଏହି ଲଢ଼େଇକୁ ଜାରି ରଖିବାକୁ ପଡ଼ିବ। ଏହି ଭାଇରସ ଆମ ସହ ବହୁ ଦିନ ଯାଏ ରହିବ ବୋଲି ସେ ସମସ୍ତଙ୍କୁ ସତର୍କ କରାଇ ଦେଇଛନ୍ତି।



from Odisha Reporter https://ift.tt/2VTbsjN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages