ଇନ୍ଦୋରରେ ଡାକ୍ତରଙ୍କୁ ଆକ୍ରମଣ କରିବା ସ୍ଥାନରୁ ୧୦ କରୋନା ଆକ୍ରାନ୍ତ ଚିହ୍ନଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 5, 2020

ଇନ୍ଦୋରରେ ଡାକ୍ତରଙ୍କୁ ଆକ୍ରମଣ କରିବା ସ୍ଥାନରୁ ୧୦ କରୋନା ଆକ୍ରାନ୍ତ ଚିହ୍ନଟ

ଇନ୍ଦୋର: ମଧ୍ୟପ୍ରଦେଶର ଆର୍ଥିକ ରାଜଧାନୀ କୁହାଯାଉଥିବା ଇନ୍ଦୋରରୁ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଇନ୍ଦୋରର ଟାଟପଟ୍ଟୀ ବାଖଲ ଅଞ୍ଚଳରୁ ୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଇଏ ହେଉଛି ସେହି ସ୍ଥାନ ଯେଉଁଠିକୁ ନିକଟରେ ଡାକ୍ତରୀ ଟିମ୍ ସନ୍ଦିଗ୍ଧ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରିବାକୁ ଯାଇ ଆକ୍ରମଣର ଶିକାର ହୋଇଥିଲେ। ଡାକ୍ତରଙ୍କ ସହିତ ଥିବା ନର୍ସମାନେ ମଧ୍ୟ ଆକ୍ରମଣର ଶିକାର ହେବା ପରେ ପ୍ରାଣ ବିକଳରେ ଦୌଡ଼ି ପଳାଇ ଆସିଥିଲେ। ପରେ ଆକ୍ରମଣ ଅଭିଯୋଗରେ ୭ ଜଣଙ୍କୁ ପୁଲିସ୍ ଗିରଫ କରିଛି।

ମଧ୍ୟପ୍ରେଶ ସ୍ୱାସ୍ଥ୍ୟ ବିଭାଗ ବିଳମ୍ୱିତ ରାତିରେ ମେଡିକାଲ ବୁଲେଟିନ ଜାରି କରି ଏହି ସୂଚନା ଦେଇଛି। ୩ ଓ ୪ ଏପ୍ରିଲରେ କରୋନା ପରୀକ୍ଷା ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୧୬ ଜଣଙ୍କ ନିକଟରେ କରୋନା ଭାଇରସ ରହିଛି। ଏହି ୧୬ ଜଣଙ୍କ ମଧ୍ୟରୁ ୧୦ ଜଣ ଟାଟପଟ୍ଟୀର। ୧୦ ଜଣଙ୍କ ମଧ୍ୟରୁ ୫ ଜଣ ମହିଳା ଏବଂ ୫ ଜଣ ପୁରୁଷ ରହିଛନ୍ତି। ଆକ୍ରାନ୍ତଙ୍କ ବୟସ ୨୯ରୁ ୬୦ ମଧ୍ୟରେ ରହିଛି।

ଗତ ବୁଧବାର ଦିନ ଇନ୍ଦୋରରେ ଜଣେ ମହିଳା କରୋନାରେ ଆକ୍ରାନ୍ତ ହୋଇଥାଇପାରନ୍ତି ବୋଲି ସନ୍ଦେହ ହୋଇଥିଲା। ଏହାପରେ ଡାକ୍ତରଙ୍କ ସହିତ ସ୍ୱାସ୍ଥ୍ୟ କର୍ମଚାରୀ ତାଙ୍କୁ ଖୋଜିବା ପାଇଁ ଯାଇଥିଲେ। ଏହି ସମୟରେ ସ୍ଥାନୀୟ ଲୋକମାନେ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଉପରକୁ ଢ଼େଲା ପଥର ମାଡ଼ କରିଥିଲେ। ଏହାପରେ ଥାନାରେ ମାମଲା ରୁଜୁ ହୋଇଥିଲା। ତେବେ ମହିଳା ଜଣଙ୍କ କରୋନାରେ ଆକ୍ରାନ୍ତ ନୁହନ୍ତି ବୋଲି ସ୍ଥାନୀୟ ଲୋକମାନେ କହିଥିଲେ।



from Odisha Reporter https://ift.tt/2Vgn4xl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages