ସିଆରପିଏଫ ଅଫିସରଙ୍କ ସଂସ୍ପର୍ଶରେ ଆସି ଏକାନ୍ତବାସରେ ଗଲେ ଡିଜି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 5, 2020

ସିଆରପିଏଫ ଅଫିସରଙ୍କ ସଂସ୍ପର୍ଶରେ ଆସି ଏକାନ୍ତବାସରେ ଗଲେ ଡିଜି

ନୂଆଦିଲ୍ଲୀ: କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସର ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ଏହାପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସିଆରପିଏଫର ମହାନିର୍ଦ୍ଦେଶକ ଏ.ପି. ମାହେଶ୍ୱରୀ ନିଜ ଆଡ଼ୁ ଏକାନ୍ତବାସରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ଏବେ ସେ ୧୪ ଦିନ ପାଇଁ ଏକାନ୍ତବାସରେ ରହିବେ। ଏ ନେଇ ବିଭାଗ ତରଫରୁ ସୂଚନା ଦିଆଯାଇଛି।

ଡିଆଇଜି ଦିନକରଣ (ସିଆରପିଏଫ ମୁଖପାତ୍ର) କହିଛନ୍ତି, କରୋନା ସଂକ୍ରମଣରେ ସିଆରପିଏଫ ଡିଜି ଆସିଥିଲେ। ତାଙ୍କର କରୋନା ପରୀକ୍ଷା ହୋଇଥିଲା। ରିପୋର୍ଟ ନେଗେଟିଭ୍ ରହିଛି। ହେଲେ ସରକାରଙ୍କ ଗାଇଡ୍ ଲାଇନ୍ ଅନୁଯାୟୀ ସେ ନିଜକୁ ୧୪ ଦିନ ପାଇଁ ଏକାନ୍ତବାସରେ ରହିଛନ୍ତି। ସିଆରପିଏଫର ସିଏମଓ ଦିଲ୍ଲୀର ସାକେତରେ ଥିବା ଅଫିସର୍ସଙ୍କ ମେସରେ ରହୁଥିଲେ। ଗୁରୁବାର ଦିନ ସେ କରୋନାରେ ସଂକ୍ରମିତ ହୋଇଥିବା ନେଇ ରିପୋର୍ଟ ଆସିଥିଲା। ଏବେ ସିଏମଓଙ୍କ ସହିତ ଯେଉଁ ୪୦ ଜଣ ଯବାନ ସଂପର୍କରେ ଆସିଥିଲେ ସେମାନଙ୍କୁ ମଧ୍ୟ ଏକାନ୍ତବାସରେ ରହିବାକୁ କୁହାଯାଇଛି।

ତେବେ ସିଆରପିଏଫର ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ କେମିତି କରୋନାରେ ସଂକ୍ରମିତ ହେଲେ ସେ ନେଇ କୌଣସି ସୂଚନା ମିଳିନାହିଁ।



from Odisha Reporter https://ift.tt/2xSnodf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages