‘ସଂକ୍ରମିତ ରାଜ୍ୟରୁ ଆସିଥିବା ବ୍ୟକ୍ତି ନମୁନା ପରୀକ୍ଷା ପାଇଁ ଆଗେଇ ଆସନ୍ତୁ ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 21, 2020

‘ସଂକ୍ରମିତ ରାଜ୍ୟରୁ ଆସିଥିବା ବ୍ୟକ୍ତି ନମୁନା ପରୀକ୍ଷା ପାଇଁ ଆଗେଇ ଆସନ୍ତୁ ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେଣୁ  ସଂକ୍ରମିତ ରାଜ୍ୟରୁ ଆସୁଥିବା ବ୍ୟକ୍ତି ସେମାନଙ୍କ ନମୁନା ପରୀକ୍ଷା କରିବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରି ଅପିଲ କରାଯାଇଛି ଯେ, ରାଜ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୮୦ପ୍ରତିଶତଙ୍କଠାରେ କୌଣସି ଲକ୍ଷଣ ନଥିଲା। କିନ୍ତୁ ପରୀକ୍ଷା ପରେ ସେମାନେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି।

ତେଣୁ କରୋନା ସଂକ୍ରମିତ ରାଜ୍ୟରୁ ଆସିଥିବା ବ୍ୟକ୍ତିମାନେ ନିଜର ଓ ପରିବାରର ସୁରକ୍ଷା ପାଇଁ ପ୍ରାଥମିକତା ଭିତ୍ତିରେ ନମୁନା ପରୀକ୍ଷା କରିବା ପାଇଁ ଆଗେଇ ଆସନ୍ତୁ।

ରାଜ୍ୟରେ କରୋନା ସନ୍ଦେହ କରାଯାଉଥିବା ବ୍ୟକ୍ତିଙ୍କ ପରୀକ୍ଷା ଓ ପରବର୍ତ୍ତୀ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣା କରାଯାଉଛି।

ସୂଚନାଯୋଗ୍ୟ, ଆମ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୨ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୩୦ ଜଣ ସୁସ୍ଥ ହୋଇଛନ୍ତି। ୫୧ ଜଣ ବିଭିନ୍ନ ହସ୍‌ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି।

ଆମ ରାଜ୍ୟରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କର ବାହାର ରାଜ୍ୟ ଲିଙ୍କ୍‌ ରହିଛି। ସେଥିପାଇଁ ବାହାରୁ ରାଜ୍ୟରୁ ଆସୁଥିବା ଲୋକେ ସ୍ୱାସ୍ଥ୍ୟ ପରୀକ୍ଷା କରାଇନେବାକୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।



from Odisha Reporter https://ift.tt/2RWUIXL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages