ବାସୁଦେବପୁରର ୯ଟି ପଞ୍ଚାୟତ କଣ୍ଟେନ୍‌ମେଣ୍ଟ ଜୋନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 21, 2020

ବାସୁଦେବପୁରର ୯ଟି ପଞ୍ଚାୟତ କଣ୍ଟେନ୍‌ମେଣ୍ଟ ଜୋନ୍

ଭଦ୍ରକ (ଓଡ଼ିଶା ରିପୋର୍ଟର): ଭଦ୍ରକ ଜିଲ୍ଲାରେ ପୁଣି ତିନି ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ବାସୁଦେବପୁର ବ୍ଲକର। ଏହା ସହିତ ଏହି ବ୍ଲକ୍‌ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଥିବା ବେଳେ ଏହାର ୯ଟି ପଞ୍ଚାୟତକୁ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ୯ଟି ପଞ୍ଚାୟତର ୨୨ଟି ଗାଁକୁ  ୪ଟି ଜୋନ୍‌ରେ ଭାଗ କରି କଣ୍ଟେନ୍‌ମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରାଯାଇଛି।

ଜୋନ୍-୧ରେ ପଦ୍ମପୁର, ଲୁଙ୍ଗା, ସୁଗୋ ଓ ଏରତାଳ ପଞ୍ଚାୟତ ରହିଛି। ଜୋନ୍-୨ରେ ଖରିଡ଼ା ବିନାୟକପୁର ଓ ଗୁଆଗାଡ଼ିଆ ପଞ୍ଚାୟତ ରହିଛି। ସେହିପରି ଜୋନ୍-୩ରେ ଲକ୍ଷ୍ମୀଦାସପୁର ଓ ବାଲିମେଦ ପଞ୍ଚାୟତ ରହିଥିବା ବେଳେ ଜୋନ୍-୪ରେ ଅଧୁଆନ ପଞ୍ଚାୟତ ରହିଛି।

ଏବେ ସଂପୃକ୍ତ ଅଞ୍ଚଳକୁ କେହି ଯାଇ ପାରିବେନି କି ସେଠାରୁ କେହି ବାହାରକୁ ଆସିପାରିବେନି। ସଂପୃକ୍ତ ଅଞ୍ଚଳର ଲୋକଙ୍କୁ ଘରୁ ନ ବାହାରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଏଠାରେ ସବୁ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରହିବ।  ଲୋକମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜରୁରୀ ସାମଗ୍ରୀ ଯୋଗାଇ ଦିଆଯିବ।

ସୂଚନାଯୋଗ୍ୟ, କେବଳ ବାସୁଦେବପୁର ବ୍ଲକ୍‌ରୁ ୬ ଜଣ କ଼ରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କୁ ମିଶାଇ ଭଦ୍ରକ ଜିଲ୍ଲାରେ ମୋଟ ୧୧ ଜଣଙ୍କୁ ଚିହ୍ନଟ କରାଯାଇଛି। ସେହିପରି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୨ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୩୦ ଜଣ ସୁସ୍ଥ ହୋଇଛନ୍ତି। ୫୧ ଜଣ ବିଭିନ୍ନ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି।



from Odisha Reporter https://ift.tt/3buvYhk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages