ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ଖରିଡ଼ା ଗାଁରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ଜଣେ ନାବାଳକ ବ୍ୟାଟ୍ରେ ପିଟି ଆଉ ଜଣେ ନାବାଳକଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।
ମୃତ ନାବାଳକଙ୍କ ନାଁ ବିଭୂ ସେଠୀ (୧୩)। ସେ ଖରିଡ଼ା ଗାଁର କେଶବ ସେଠୀଙ୍କ ପୁଅ। ସେ ହିଞ୍ଜିଳି ବ୍ଳକ୍ ଶାସନ ଆମ୍ବଗାଁ ଆଦର୍ଶ ବିଦ୍ୟାଳୟରେ ନବମ ଶ୍ରେଣୀରେ ପଢ଼ୁଥିଲେ।
ମିଳିଥିବା ସୂଚନା ଅନୁଯାୟୀ, କ୍ରିକେଟ୍ ଖେଳିବା ବେଳେ ସାଧାରଣ ଗଣ୍ଡଗୋଳରୁ ଏହି ଦୁଃଖଦ ଘଟଣା ଘଟିଯାଇଛି। ମୃତ ନାବାଳକଙ୍କ ଜେଜେ ବିଜୟ ସେଠୀଙ୍କ ଏତଲାକ୍ରମେ ହିଞ୍ଜିତଳି ଥାନା ପୁଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଏହା ସହିତ ଶବକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଛି। ସେହିପରି ଅଭିଯୁକ୍ତ ନାବାଳକଙ୍କୁ ଥାନାରେ ଅଟକ ରଖି ପୁଲିସ୍ ପଚରାଉଚରା କରୁଥିବା ଆସିକା ଏସ୍ଡିପିଓ ସୂର୍ଯ୍ୟମଣି ପ୍ରଧାନ ସୂଚନା ଦେଇଛନ୍ତି।
from Odisha Reporter https://ift.tt/3aZYoQ1
No comments:
Post a Comment