କରୋନା ଭାଇରସକୁ ଶୀଘ୍ର ଧ୍ୱଂସ କରଦିଏ ସୂର୍ଯ୍ୟ କିରଣ: ଆମେରିକା ବୈଜ୍ଞାନିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 23, 2020

କରୋନା ଭାଇରସକୁ ଶୀଘ୍ର ଧ୍ୱଂସ କରଦିଏ ସୂର୍ଯ୍ୟ କିରଣ: ଆମେରିକା ବୈଜ୍ଞାନିକ

ୱାଶିଂଟନ: ଥଣ୍ଡା ପାଗ ତୁଳନାରେ କରୋନା ଭାଇରସ ସୂର୍ଯ୍ୟ କିରଣରେ ଅଧିକ ସମୟ ତିଷ୍ଠି ପାରିବ ନାହିଁ। ସୂର୍ଯ୍ୟ କିରଣରେ ବିଶ୍ୱରେ ତାଣ୍ଡବ ରଚିଥିବା କରୋନା ଭାଇରସ ଶୀଘ୍ର ଧ୍ୱଂସ ହୋଇଯାଏ ବୋଲି ଆମେରିକା ବୈଜ୍ଞାନିକମାନେ ପରୀକ୍ଷା କରି ଜାଣିବାକୁ ପାଇଛନ୍ତି।

ଅବଶ୍ୟ ଏହି ପରୀକ୍ଷାର ରିପୋର୍ଟ ସାର୍ବଜନୀନ ହୋଇନାହିଁ, ତଥାପି ଆମେରିକା ପକ୍ଷରୁ ଗଣମାଧ୍ୟମକୁ ଏ ସମ୍ପର୍କରେ ଅଳ୍ପ କିଛି ସୂଚନା ଦିଆଯାଇଛି। ହୋମଲ୍ୟାଣ୍ଡ ସିକ୍ୟୁରିଟି ସଚିବ ବିଭାଗର ସାଇନ୍ସ ଓ ଟେକ୍ନୋଲଜି ପରାମର୍ଶଦାତା ୱିଲିୟମ ବ୍ରାଏନ କହିଛନ୍ତି, “ଆମେରିକାର ସରକାରୀ ବୈଜ୍ଞନିକମାନେ ମହାମାରୀ କରୋନା ଭାଇରସ ଉପରେ ପରୀକ୍ଷା କରି ନୂଆ ତଥ୍ୟ ହାସଲ କରିଛନ୍ତି।

ପରୀକ୍ଷାରୁ ସ୍ପଷ୍ଟ ହୋଇଛି ଯେ ସୂର୍ଯ୍ୟ କିରଣ ହିଁ ଭାଇରସକୁ ମାରିଦେଇଥାଏ। ଉଭୟ ସରଫେସ ଓ ବାୟୁମଣ୍ଡଳରେ ଭାଇରସ ବୁଲୁଥିଲେ ହେଁ ଏହା ଉପରେ ସୂର୍ଯ୍ୟ କିରଣ ପଡ଼ିବା କ୍ଷଣି ଏହା ଶୀଘ୍ର ଧ୍ୱଂସ ହୋଇଯାଇ ଥାଏ। ଯେଉଁସବୁ ଅଞ୍ଚଳରେ ଅତ୍ୟଧିକ ତାପମାତ୍ର ଓ ଗୁଳୁଗୁଳି ଅନୁଭତ ହୋଇଥାଏ, ସେଠାରେ ଭାଇରସ ସଂକ୍ରମଣର ଆଶଙ୍କା ବହୁତ କମ।

କରୋନା ଭାଇରସ ଆଗକୁ ବଢ଼ିବା ପାଇଁ ଏହି ସବୁ ଅଞ୍ଚଳରେ ଆଦୌ ଉପଯୁକ୍ତ ପରିବେଶ ପାଇ ନଥାଏ। ତେଣୁ ଗ୍ରୀଷ୍ମ ପ୍ରବାହ ଯେତେ ବଢ଼ିବ, କରୋନା ସଂକ୍ରମଣର ଆଶଙ୍କା ସେତେ କମିବ। ତଥାପି ଏବିଷୟରେ ବୈଜ୍ଞନିକମାନେ ଆହୁରି ତର୍ଜମା କରୁଛନ୍ତି।”



from Odisha Reporter https://ift.tt/2S1jMwM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages