କରୋନା ଯୁଦ୍ଧରେ ସାମିଲ ହେଲେ ଗ୍ରୀନ ସୋଲଜର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 23, 2020

କରୋନା ଯୁଦ୍ଧରେ ସାମିଲ ହେଲେ ଗ୍ରୀନ ସୋଲଜର

ବାରିପଦା (ମାଣିକଲାଲ ପାଣି): କରୋନା ଯୁଦ୍ଧରେ ଏବେ ସାମିଲ ହୋଇଛନ୍ତି ଗ୍ରୀନ୍ ସୋଲଜର। ପୂର୍ବରୁ ସବୁ‌ଆଡେ ପୁଲିସ ନିୟୋଜିତ ହେଉଥିବା ବେଳେ ପ୍ରଥମ କରି ମୟୂରଭଞ୍ଜ ଜିଲ୍ଲାରେ ଗ୍ରୀନ୍ ସୋଲଜର ଅର୍ଥାତ୍ ବନ ବିଭାଗ କର୍ମଚାରୀଙ୍କୁ  ଏହି  ଯୁଦ୍ଧରେ ନିୟୋଜିତ କରାଯାଇଛି।

ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ମୟୂରଭଞ୍ଜ ଜିଲ୍ଲା ଦେଇ ଅନେକ ରାସ୍ତା ପଶ୍ଚିମବଙ୍ଗକୁ ଲାଗି ରହିଛି। ଏହି ରାସ୍ତାରେ ପଶ୍ଚିମବଙ୍ଗ ଏବଂ ଅନ୍ୟ ରାଜ୍ୟରୁ କରୋନା ସଂକ୍ରମିତ କିପରି ଓଡ଼ିଶା ପ୍ରବେଶ କରିନପାରିବେ,  ତାହା  ଉପରେ  ନଜର  ରଖିଛନ୍ତି  ସରକାର ।

ବନ ବିଭାଗ କର୍ମଚାରୀଙ୍କର ଏହି ସବୁ ରାସ୍ତା ସମ୍ପର୍କରେ ବିଶେଷ ଧାରଣା ରହିଛି । ତେଣୁ  ସେମାନଙ୍କୁ  ବର୍ଡରରେ ମୁତୟନ କରାଯାଇଛି।

ବାରିପଦା ବନଖଣ୍ଡ ଅଧୀନ ଝାରପୋଖରିଆ, ଶୁଳିଆପଦା, ରାସଗୋବିନ୍ଦପୁର, ଚାନ୍ଦୁଆ ଓ ମୋରଡ଼ା ଆଦି ୫ଟି ଥାନା ଅଧୀନରେ ଥିବା  ବିଭିନ୍ନ ଜଙ୍ଗଲିଆ ରାସ୍ତାରେ ଏହି ବନ କର୍ମଚାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି।



from Odisha Reporter https://ift.tt/2S5GaFz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages