ଲକଡାଉନ୍ ଆଗକୁ ବଢ଼ିବ ନା ମେ’ ୩ରେ ଶେଷ ହେବ? ଆଜି ପିଏମଙ୍କ ବୈଠକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 26, 2020

ଲକଡାଉନ୍ ଆଗକୁ ବଢ଼ିବ ନା ମେ’ ୩ରେ ଶେଷ ହେବ? ଆଜି ପିଏମଙ୍କ ବୈଠକ

ନୂଆଦିଲ୍ଲୀ: ମେ’ ୩ରେ ଲକଡାଉନ୍ ଶେଷ ହେଉଛି। ଏହା ପୂର୍ବରୁ ଆଜି (ଏପ୍ରିଲ ୨୭)ରେ ଦେଶର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେସିଂ ଜରିଆରେ ବୈଠକ କରିବାକୁ ଯାଉଛନ୍ତି। କରୋନା ମୁକାବିଲା କରିବାକୁ ଯାଇ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କର ଏହା ଚତୁର୍ଥ ବୈଠକ ହେବ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକରେ କ’ଣ ଦାବି ରଖିବେ କିମ୍ୱା ପ୍ରସ୍ତାବ ଦେବେ ସେ ନେଇ କିଛି ସ୍ପଷ୍ଟ ହୋଇନି। ହେଲେ ବିଭିନ୍ନ ରାଜ୍ୟରେ ଫସିଥିବା ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ କେନ୍ଦ୍ରର ସହଯୋଗ ଲୋଡ଼ିପାରନ୍ତି ସରକାର।

ତେଲେଙ୍ଗାନା ନିଜ ରାଜ୍ୟରେ ମେ’ ୭ ପରେ ପୁଣି ଥରେ ଲକଡାଉନ୍ ବଢ଼ାଇବା ନେଇ ପ୍ରସ୍ତାବ ଦେବ ବୋଲି କେସିଆର ରବିବାର ଇସାରା ଦେଇଛନ୍ତି। ସେହିପରି ଅନ୍ୟାନ୍ୟ ରାଜ୍ୟ ଆର୍ଥିକ କ୍ଷତିର ସାମ୍ନା କରିବାକୁ ଯାଇ ପ୍ୟାକେଜ ଦାବି କରିପାରନ୍ତି। ମେ ୩ରେ ଲକଡାଉନ୍ ଶେଷ ହେଉଛି। ଏହାପରେ ୭ ତାରିଖ ଯାଏ ଲକଡାଉନ୍ ବଢ଼ାଇବ ବୋଲି କେସିଆର ନିକଟରେ ଘୋଷଣା କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ସୂତ୍ର ଅନୁଯାୟୀ, ଅଧିକାଂଶ ରାଜ୍ୟ ମେ ୩ ପରେ ମଧ୍ୟ ଏହି ପ୍ରତିବନ୍ଧକ ଜାରି ରଖିବାକୁ ଚାହାଁନ୍ତି, କିନ୍ତୁ ରାଜ୍ୟ ଗୁଡ଼ିକ ଆର୍ଥିକ ଦୃଷ୍ଟିକୋଣରୁ ଅନେକ ଦିଗରେ କେନ୍ଦ୍ର ସହ ଆଲୋଚନା ଜାରି ରଖିବାକୁ ଚାହୁଁଛନ୍ତି। ଏଥି ସହିତ କଂଗ୍ରେସ ଶାସିତ ରାଜ୍ୟ ଲକଡାଉନ୍ ବଢ଼ାଇବାକୁ ଚାହୁଁନଥିବା ଜଣାପଡ଼ିଛି। ତେଣୁ ସମସ୍ତ କଟକଣା ହଟାଇବାକୁ ଦାବି କରିପାରନ୍ତି। ଆବଶ୍ୟକ ଅନୁଯାୟୀ ସଂପୃକ୍ତ ରାଜ୍ୟ କରୋନା ମୁକାବିଲା କରିବେ। ମଦକୁ ଜରୁରୀ ସାମଗ୍ରୀରେ ସାମିଲ୍ କରିବା ପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଦାବି କରିଛନ୍ତି। ଶନିବାର ଏକ ପଞ୍ଜାବୀ ଗଣମାଧ୍ୟମକୁ ସାକ୍ଷାତକାର ଦେବା ବେଳେ ସେ ଏହି ସୂଚନା ଦେଇଥିଲେ। ଅବକାରୀ ବିକ୍ରି ବନ୍ଦ ରହିଥିବାରୁ ରାଜ୍ୟ ରାଜକୋଷ ଖାଲି ହେବାକୁ ବସିଲାଣି। ତେଣୁ ମଦକୁ ଜରୁରୀ ସାମଗ୍ରୀରେ ସାମିଲ୍ କରିବା ପାଇଁ ଅମରିନ୍ଦର ସିଂହ ଏହି ବୈଠକରେ ଦାବି କରିପାରନ୍ତି।

କେନ୍ଦ୍ର ସରକାର ମଧ୍ୟ ସମାନ ପରିସର ମଧ୍ୟରେ ଚିନ୍ତା କରୁଛନ୍ତି। ମେ ୩ ପରେ କେନ୍ଦ୍ର ଲକଡାଉନ୍ ନେଇ ରାଜ୍ୟ ମାନଙ୍କୁ ନିଷ୍ପତ୍ତି ନେବାକୁ ସ୍ୱତନ୍ତ୍ର କ୍ଷମତା ଦେଇପାରେ।

ଅନ୍ୟପଟେ ପଶ୍ଚିମବଙ୍ଗ ସରକାର ଓ କେନ୍ଦ୍ର ମୁହାଁମୁହିଁ ହେବା ପରେ ମମତା ବାନାର୍ଜୀ ଏହି ବୈଠକରେ ଯୋଗ ଦେଉଛନ୍ତି କି ନାହିଁ ବଡ଼ କଥା। କାରଣ ମୁଖ୍ୟମନ୍ତ୍ରୀଙ୍କୁ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ବୈଠକରେ ମମତା ଯୋଗ ଦେଇନଥିଲେ। ଯଦି ଯୋଗ ଦେବେ ସେ କ’ଣ ଦାବି ରଖିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି।



from Odisha Reporter https://ift.tt/3cMWliX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages