ଗୁଜରାଟରୁ ବସ୍‌ରେ ଫେରିବେ ପ୍ରବାସୀ ଓଡ଼ିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 26, 2020

ଗୁଜରାଟରୁ ବସ୍‌ରେ ଫେରିବେ ପ୍ରବାସୀ ଓଡ଼ିଆ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୁଜରାଟରୁ ବସ୍‌ରେ ଫେରିବେ ପ୍ରବାସୀ ଓଡ଼ିଆ। ମୁଖ୍ୟମନ୍ତ୍ରୀଙ୍କ କାଯର୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।  ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ବସ୍ ଯୋଗେ ଫେରାଇ ଆଣିବାକୁ ବ୍ୟବସ୍ଥା କରାଯିବ।  ବସ୍‌ରେ ରୋଡ୍ ଟ୍ୟାକ୍ସ ଛାଡ଼ କରିବାକୁ ୩ ରାଜ୍ୟ ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ଛତିଶଗଡ଼ ସରକାରଙ୍କୁ ଅନୁରୋଧ କରାଯିବ।  ଉଭୟ ଗୁଜରାଟ ଓ ଓଡ଼ିଶାରୁ ୪ ବରିଷ୍ଠ ଅଫିସରଙ୍କୁ ନେଇ ସମନ୍ୱୟ

କମିଟି ଗଠନ ହେବ।  ବସ୍ ବ୍ୟତୀତ ଅନ୍ୟ ପରିବହନ ସଂପର୍କରେ ଅନୁଧ୍ୟାନ ପରେ ନିଷ୍ପତ୍ତି ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂଚନା ଦେଇଛି।  ତେବେ ଓଡ଼ିଶା ଫେରିବାକୁ ଚାହୁଁଥିବା ସମସ୍ତଙ୍କ ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ।  ଓଡ଼ିଶାରେ ପହଞ୍ଚିବା ପରେ ସେମାନଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯିବ।  ଆଜି ଏନେଇ ଭିଡିଓ କନ୍‌ଫରେନ୍ସିଂରେ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ଏହି ଆଲୋଚନା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ।



from Odisha Reporter https://ift.tt/2YdcZEt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages