ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଦେଶରେ କାୟା ବିସ୍ତାର କରିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ୫୭ ଜଣଙ୍କ ମୃତ୍ୟୁ ଘଟିଛି। ଜାନୁଆରୀ ୩୦ରେ ଦେଶରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ସେବେଠାରୁ ଆଜି ମଧ୍ୟରେ କେବେ ହେଲେ ଗୋଟିଏ ଦିନରେ ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁ ଘଟିଥିଲା। ହେଲେ ଶୁକ୍ରବାର ସବୁ ପୁରୁଣା ରେକର୍ଡ ଭାଙ୍ଗି ଯାଇଛି।
୨୪ ଘଣ୍ଟାରେ ୫୭ ଜଣ ପ୍ରାଣ ହରାଇବାରୁ ଦେଶରେ ମୃତକଙ୍କ ସଂଖ୍ୟା ୭୭୫ରେ ପହଞ୍ଚି ଯାଇଛି। ସେହିପରି ଗତ ୨୪ ଘଣ୍ଟାରେ ଆଉ ୧୪୨୯ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏବେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨୪୫୦୬ରେ ପହଞ୍ଚି ଯାଇଛି। ଏମାନଙ୍କ ମଧ୍ୟରୁ ୫ହଜାର ୬୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାର ଅର୍ଥ ବିଭିନ୍ନ ହସ୍ପିଟାଲରେ ୧୮,୬୬୮ ଜଣ ଲୋକ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମହାରାଷ୍ଟ୍ରରେ ସର୍ବାଧିକ ୩୦୧ ଜଣ ପ୍ରାଣ ହରାଇଥିବା ବେଳେ ଗୁଜରାଟରେ ୧୨୭ ଜଣ ଲୋକଙ୍କ ଜୀବନ ଯାଇଛି। ଦେଶର ଏହି ଦୁଇ ରାଜ୍ୟ କରୋନା ଭାଇରସ ଦ୍ୱାରା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୬୮୧୭ ଥିବା ବେଳେ ଏମାନଙ୍କ ମଧ୍ୟରୁ ୮୪୦ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଗୁଜରାଟରେ ଚିହ୍ନଟ ହୋଇଥିବା ୨୮୧୫ ଜଣଙ୍କ ମଧ୍ୟରୁ ୨୬୫ ଜଣ ସୁସ୍ଥ ହୋଇଛନ୍ତି।
ଦିଲ୍ଲୀରେ ମଧ୍ୟ କରୋନା ସ୍ଥିତି ଜଟିଳ ରହିଛି। ଦିଲ୍ଲୀରେ ଏଯାଏ ୨୮୧୫ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ୮୫୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଅନ୍ୟ ରାଜ୍ୟକୁ ବିଚାରକୁ ନେଲେ ଆନ୍ଧ୍ର ପ୍ରଦେଶରେ ୨୯, ଆସାମରେ ୧, ବିହାରରେ ୨, ହରିଆଣାରରେ ୩, ହିମାଚଳ ପ୍ରଦେଶରେ ୧, ଜମ୍ମୁ-କଶ୍ମୀରରେ ୫, ଝାରଖଣ୍ଡରେ ୩, କର୍ଣ୍ଣାଟକାରେ ୧୭, କେରଳରେ ୩, ମଧ୍ୟପ୍ରଦେଶରେ ୯୨, ମେଘାଳୟରେ ୧, ପଞ୍ଜାବରେ ୧୭, ରାଜସ୍ଥାନରେ ୨୭, ତାମିଲନାଡୁରେ ୨୨, ଓଡ଼ିଶାରେ ୧, ତେଲେଙ୍ଗାନାରେ ୨୬, ଉତ୍ତର ପ୍ରଦେଶରେ ୨୫ ଓ ପଶ୍ଚିମବଙ୍ଗରେ ୧୮ ଜଣ ଲୋକ ପ୍ରାଣ ହରାଇଛନ୍ତି।
from Odisha Reporter https://ift.tt/2VPwsIc
No comments:
Post a Comment