ବଜ୍ରପାତରେ ଗଲା ୮ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 24, 2020

ବଜ୍ରପାତରେ ଗଲା ୮ ଜୀବନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ବିଭିନ୍ନ ସ୍ଥାନରେ ଗତକାଲି ବଜ୍ରପାତ ଘଟି ୮ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ  ଜଣେ  ଗୁରୁତର  ହୋଇପଡିଥିବା  ଜଣାଯାଇଛି। ମୃତକଙ୍କ ମଧ୍ୟରେ ତିନି ଜଣ ମହିଳା ଥିବା ବେଳେ ଅନ୍ୟମାନେ ପୁରୁଷ ବୋଲି ଜଣାପଡିଛି ।

ଅନୁଗୋଳ ଜିଲ୍ଲାର ବାଳୁଅକଟା ଏବଂ ବନ୍ଦାଣପଶି ଗାଁରେ ବଜ୍ରାଘାତ ଘଟି ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ବଡ଼କଥରା ଗାଁରେ ବଜ୍ରପାତରେ ୩ ଯୁବକଙ୍କ ମୃତ୍ୟୁ ହୋଇଛି। ଏମାନେ ଏକାଠି ହୋଇ ଗାଁ ପାଖ ଗାଡ଼ିଆରେ ମାଛ ଧରୁଥିଲେ। ବଜ୍ରପାତରେ ଘଟଣାସ୍ଥଳରେ ହିଁ ସେମାନଙ୍କ ମୃତ୍ୟୁ ହୋଇଥିଲା।

କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ୍ ନାରଦପୁର ପଞ୍ଚାୟତରେ ମଧ୍ୟ  ବଜ୍ରପାତରେ ୨ ଜଣଙ୍କ ଜୀବନ ଯାଇଛି । ବଳଭଦ୍ରପୁର ଗାଁର ଜଣେ ମହିଳା ନାରଦପୁର ବ୍ୟାଙ୍କରୁ ଫେରୁଥିବା ବେଳେ ବଜ୍ରପାତ ଯୋଗୁ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ସହ ଥିବା ଅନ୍ୟ ଜଣେ ମହିଳାଙ୍କ ଗୁରୁତର ହୋଇ ପଡିଥିଲେ। ନାରଦପୁର ପଞ୍ଚାୟତର ସରୁପତଳା ଗାଁରେ ବାଡିରେ କାମ କରୁଥିବା ବେଳେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା।

ସେହିପରି ବାଲେଶ୍ୱର ସଦର ବ୍ଲକ କୁଶୁଡ଼ିହା ଗାଁରେ ବଜ୍ରପାତରେ ଜଣଙ୍କର ମୃତ୍ୟୁ ହୋଇଛି।



from Odisha Reporter https://ift.tt/3558rkX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages