କରୋନା ସଂକ୍ରମଣ ଭୟରେ ଏଟିଏମ୍‌ରୁ ଉଠାଇଥିବା ଟଙ୍କାକୁ ଧୋଇ ଶୁଖାଇଥିଲେ, ଆଉ ତା’ପରେ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 16, 2020

କରୋନା ସଂକ୍ରମଣ ଭୟରେ ଏଟିଏମ୍‌ରୁ ଉଠାଇଥିବା ଟଙ୍କାକୁ ଧୋଇ ଶୁଖାଇଥିଲେ, ଆଉ ତା’ପରେ…

ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀର କେଶବପୁରମ୍ ଅଞ୍ଚଳର ଜଣେ ଶିକ୍ଷୟିତ୍ରୀ ଗତକାଲି ଏକ ଏଟିଏମ୍‌ରୁ ୧୦ ହଜାର ଟଙ୍କା ଉଠାଇଥିଲେ। ଟଙ୍କା ଉଠାଇ ଘରକୁ ଆଣିବା ପରେ ସେଗୁଡ଼ିକୁ ପାଣିରେ ଧୋଇ ଦେଇଥିଲେ। ତା’ପରେ ସାନିଟାଇଜ୍ କରି ସେଗୁଡ଼ିକୁ ବାଲ୍‌କୋନୀରେ ଶୁଖାଇ ଦେଇଥିଲେ। ନୋଟ୍‌ ମାଧ୍ୟମରେ କରୋନା ସଂକ୍ରମଣ ଭୟରେ ସେ ଏଭଳି କରିଥିଲେ। ତେବେ ବାଲ୍‌କୋନୀରେ ୫୦୦ ନୋଟ୍ ଗୁଡ଼ିକୁ ସେ ଶୁଖାଇଥିବା ବେଳେ ସେଥିରୁ ତିନି ଖଣ୍ଡ ଉଡ଼ିଯାଇ ରାସ୍ତାରେ ପଡ଼ିଥିଲା। ଘର ଝରକାରୁ ଅନେକ ଲୋକ ରାସ୍ତାରେ ପଡ଼ିଥିବା ନୋଟ୍‌ ଗୁଡ଼ିକୁ ଦେଖିଥିଲେ। ହେଲେ କେହି ସେଗୁଡ଼ିକୁ ଗୋଟାଇ ନଥିଲେ। କାରଣ ସେମାନଙ୍କ ମନରେ ବି କରୋନା ସଂକ୍ରମଣ ଭୟ ଥିଲା। ଏପରିକି ଏହା କାହାରି ଷଡ଼ଯନ୍ତ୍ର ହୋଇଥାଇପାରେ ବୋଲି କେହି କେହି ଭାବି ନେଇଥିଲେ। ବୋଧହୁଏ ସେଥିପାଇଁ କେହି ଜଣେ ସିଧା ପୁଲିସ୍‌କୁ ଫୋନ୍ କରି ଦେଇଥିଲେ। ଦିନ ପ୍ରାୟ ସାଢ଼େ ଗୋଟାଏ ବେଳେ ପୁଲିସ୍‌କୁ ଏନେଇ ସୂଚନା ମିଳିଥିଲା। ପୁଲିସ୍ ନୋଟ୍ ପଡ଼ିଥିବା ସ୍ଥାନରେ ଆସି ପହଞ୍ଚିଥିଲା ଓ ନୋଟ୍ ଗୁଡ଼ିକ ଓଦା ଥିବା ଦେଖିଥିଲା। ଏହା ପରେ ପୂରା ଅଞ୍ଚଳକୁ ସିଲ୍ କରାଯାଇଥିଲା। ପୁଲିସ୍‌ ମୁହଁରେ ମାସ୍କ ଓ ହାତରେ ଗ୍ଲୋଭ୍‌ସ ପିନ୍ଧି ସାନିଟାଇଜ୍ କରିବା ପରେ ଉକ୍ତ ନୋଟ୍‌ଗୁଡ଼ିକୁ ଉଠାଇ ବ୍ୟାଗ୍‌ରେ ଭର୍ତ୍ତି କରିଥିଲା ଓ ଥାନାକୁ ନେଇଯାଇଥିଲା।

କିଛି ସମୟରେ ଶିକ୍ଷୟିତ୍ରୀ ଜଣଙ୍କ ଥାନାରେ ପହଞ୍ଚିଥିଲେ। ସେହି ତିନିଟି ୫୦୦ ଟଙ୍କିଆ ନୋଟ୍ ତାଙ୍କର ବୋଲି କହି ସେ ପୂରା ଘଟଣା ବର୍ଣ୍ଣନା କରିଥିଲେ। ଶିକ୍ଷୟିତ୍ରୀ ଜଣଙ୍କ କହିଥିଲେ ଯେ ସେ କେଶବପୁରମ ଅଞ୍ଚଳର ଏକ କୋଠାର ଦ୍ୱିତୀୟ ମହଲାରେ ରହନ୍ତି। ଏଟିଏମ୍‌ରୁ ଟଙ୍କା ଆଣି ଧୋଇବା ପରେ ସାନିଟାଇଜ୍ କରି ଖରାରେ ଶୁଖାଇ ଦେଇଥିଲେ। ତେବେ ତା’ପରେ ସେ ଶୋଇ ପଡ଼ିଥିଲେ। ତେଣୁ କେତେବେଳେ ଟଙ୍କା ଉଡ଼ିଗଲା, ତାହା ସେ ଜାଣିପାରି ନଥିଲେ। ଏହା ପରେ ଥାନା ଅଧିକାରୀ ଶିକ୍ଷୟିତ୍ରୀ ଉଠାଇଥିବା ନୋଟ୍‌ ଗୁଡ଼ିକର କ୍ରମିକ ସଂଖ୍ୟା ଯାଞ୍ଚ କରିଥିଲେ। ତା’ସହିତ ଏଟିଏମ୍‌ରୁ ବାହାରିଥିବା ସ୍ଲିପ୍ ଚେକ୍‌ କରିଥିଲେ। ସବୁ ଠିକ୍‌ଠାକ୍ ଥିବା ଜଣାପଡ଼ିବା ପରେ ସେ ଶିକ୍ଷୟିତ୍ରୀଙ୍କୁ ତାଙ୍କର ସେହି ତିନି ଖଣ୍ଡ ୫୦୦ ଟଙ୍କିଆ ନୋଟ୍ ଫେରାଇ ଦେଇଥିଲେ।

(ସୌଜନ୍ୟ- ନବଭାରତ ଟାଇମ୍ସ)



from Odisha Reporter https://ift.tt/2Vy8Wzz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages