ବାଲିଗୁଡ଼ା(ଅଜିତ ନାୟକ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୁଲିସ୍ କଟପଡ଼ି ଜଙ୍ଗଲରେ ଚଢ଼ଉ କରି ମଦ ଭାଟି ଭାଙ୍ଗିବା ସହ ୩୦ ଲିଟର ଦେଶୀ ମଦ ଜବତ କରିଛି। ଏଥିସହ ୧୨ ଶହ ଲିଟର ମହୁଲି ପୋଚ ନଷ୍ଟ ସହ ବହୁ ପରିମାଣର ମଦ ରନ୍ଧା ସାମଗ୍ରୀ ଜବତ କରିଛି। ଏହି ଘଟଣାରେ ପୁଲିସ ଜଣେ ମଦ ବେପାରୀକୁ ଗିରଫ କରିଛି।
କଟପଡ଼ି ଜଙ୍ଗଲରେ ମଦ କାରବାର ଚାଲୁଥିବା ନେଇ ବାଲିଗୁଡ଼ା ପୁଲିସ୍ ଖବର ପାଇଥିଲା। ଏହାପରେ ବାଲିଗୁଡ଼ା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରାଙ୍କ ନେତୃତ୍ୱରେ ଏକ ପୁଲିସ୍ ଟିମ୍ ଓ ସ୍ଥାନୀୟ ମାଆ ଠାକୁରାଣୀ ମହିଳା ସଂଘ ସଦସ୍ୟା ଗତ କାଲି ସେଠାରେ ଚଢ଼ଉ କରିଥିଲେ ।
ଚଢ଼ଉ ସମୟରେ ଘଟଣାସ୍ଥଳରୁ କେତେଜଣ ମଦ ବେପାରୀ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି। ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ପୁଲିସ୍ କହିଛି।
from Odisha Reporter https://ift.tt/2xB28sV
No comments:
Post a Comment