ଭଦ୍ରକ/କୋରାପୁଟ (ଓଡ଼ିଶା ରିପୋର୍ଟର): କରୋନା ମୁକାବିଲା ପାଇଁ ବିଭିନ୍ନ ପ୍ରକାର ନିୟମ ଜାରି କରାଯାଉଥିବା ବେଳେ ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ଉପରେ ମଧ୍ୟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି। ଏଭଳି ଲୋକଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ସହିତ ଫାଇନ୍ ଆଦାୟ କରିବାକୁ କୁହାଯାଇଛି। ଏହି କ୍ରମରେ ଭଦ୍ରକ ଓ କୋରାପୁଟ ଜିଲ୍ଲାରେ ଫାଇନ୍ ବ୍ୟବସ୍ଥା କରାଯାଇଛି।
ଭଦ୍ରକ ଜିଲ୍ଲାପାଳ ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ, ଜିଲ୍ଲାର କୌଣସି ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ୫୦୦ ଟଙ୍କା ପର୍ଯ୍ୟନ୍ତ ଫାଇନ୍ ଆଦାୟ କରାଯିବ। କୋରାପୁଟ ଜିଲ୍ଲା ପ୍ରଶାସନ ମଧ୍ୟ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିଛି। ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ଯେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଭୁଲ୍ ପାଇଁ ୨୦୦ ଟଙ୍କା ଜରିମାନା ଆଦାୟ କରାଯିବ। ଅର୍ଥାତ୍ ଜଣେ ବ୍ୟକ୍ତି ତିନି ଥର ନିୟମ ଉଲ୍ଲଂଘନ କଲେ ୨୦୦ ଟଙ୍କା ଲେଖାଏ ଜରିମାନା ଦେବେ। ଏହା ପରେ ପୁଣି ନିୟମ ଭାଙ୍ଗି ସର୍ବସାଧାରଣ ସ୍ଥାନରେ ଛାପ ପକାଇଲେ ତାଙ୍କ ଠାରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ଫାଇନ୍ ଆଦାୟ କରାଯିବ। ବ୍ଲକ୍ ସଂପ୍ରସାରଣ ଅଧିକାରୀ, ଅତିରିକ୍ତ ତହସିଲଦାର, ଥାନା ଏଏସ୍ଆଇ କିମ୍ବା ସହରାଞ୍ଚଳରେ ଓ୍ୱାର୍ଡ ଅଫିସର୍ ଏବଂ ସେମାନଙ୍କ ଉପରୀସ୍ଥ ଅଧିକାରୀମାନେ ଏହି ଜରିମାନା ଆଦାୟ କରିପାରିବେ।
ଏହା ପୂର୍ବରୁ ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ୫୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି ଗଞ୍ଜାମ ଜିଲ୍ଲାପାଳ କଡ଼ା ନିର୍ଦ୍ଦେଶ ଦେଇଥିଲେ। ଏହାସହ ମୁହଁରେ ମାସ୍କ, ଗାମୁଛା ବା କପଡ଼ା ପିନ୍ଧିବା ନେଇ ମଧ୍ୟ ସେ କଡ଼ା ନିର୍ଦ୍ଦେଶ ଜାରି କରିଥିଲେ।
from Odisha Reporter https://ift.tt/2VGIOme
No comments:
Post a Comment