କୋଭିଡ୍ ମୁକାବିଲାରେ ନିୟୋଜିତ ହେବେ ଆୟୁଷ ଡାକ୍ତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 8, 2020

କୋଭିଡ୍ ମୁକାବିଲାରେ ନିୟୋଜିତ ହେବେ ଆୟୁଷ ଡାକ୍ତର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୋଭିଡ୍ ମୁକାବିଲା ପାଇଁ ସମସ୍ତ ଜିଲ୍ଲାରେ ନିୟୋଜିତ ହେବେ ଆୟୁଷ ଡାକ୍ତର। ରାଜ୍ୟର ପ୍ରତି ଜିଲ୍ଲାରେ ଆୟୁଷ ଡାକ୍ତରଙ୍କ ମୁତୟନ ପାଇଁ ସମସ୍ତ ଜିଲ୍ଲା ଆୟୁର୍ବେଦ ଚିକିତ୍ସାଧିକାରୀ ଓ ଜିଲ୍ଲା ହୋମିଓପାଥି ଚିକିତ୍ସାଧିକାରୀଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ।

ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଆୟୁର୍ବେଦିକ ଓ ହୋମିଓପାଥି ଚିକିତ୍ସା ଅଧିକାରୀଙ୍କୁ ଡାକ୍ତରଖାନା, କ୍ୱାରେଣ୍ଟାଇନ ସେଣ୍ଟର କିମ୍ବା ଅନ୍ୟ କେଉଁ ଉପଯୁକ୍ତ ସ୍ଥାନରେ ନିୟୋଜିତ କରାଯିବ। ସେନେଇ, ଜିଲ୍ଲାପାଳ ଏବଂ ଡିଏଏମ୍ଓ ବା ଡିଏଚ୍ଏମ୍ଓଙ୍କ ସହ ପରାମର୍ଶ କରି, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଜନସ୍ୱାସ୍ଥ୍ୟ ଅଧିକାରୀ ନିଷ୍ପତ୍ତି ନେବେ।

ଏଥିସହ ଚିଠିରେ ୧୬୨୦ ଆୟୁଷ ଡାକ୍ତର, ଡାକ୍ତରୀ ଛାତ୍ର ଆଦିଙ୍କୁ କୋଭିଡ୍ ମୁକାବିଲା ପାଇଁ ପ୍ରଶିକ୍ଷଣ ଦେବାକୁ ନିର୍ଦ୍ଦେଶ ହୋଇଛି।



from Odisha Reporter https://ift.tt/3bYqqLZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages