ଗରିବଙ୍କୁ ଖାଦ୍ୟ ବାଣ୍ଟିଲେ ପାରସ୍-ମାହିରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 8, 2020

ଗରିବଙ୍କୁ ଖାଦ୍ୟ ବାଣ୍ଟିଲେ ପାରସ୍-ମାହିରା

ମୁମ୍ବାଇ: ସମଗ୍ର ଦେଶ କରୋନା ଭାଇରସ୍ ବିରୋଧରେ ଯୁଦ୍ଧ ଜାରି ରଖିଛି। କରୋନାକୁ ପରାସ୍ତ କରିବା ପାଇଁ ସରକାରଙ୍କ ସହ ଅନ୍ୟମାନଙ୍କ ଭଳି ବଲିଉଡ୍ ଏବଂ ଟିଭି ଇଣ୍ଡଷ୍ଟ୍ରୀ ମଧ୍ୟ ଆଗେଇ ଆସିଛି। କିଏ ପିଏମ୍ କେୟାର୍‌ସ ଫଣ୍ଡକୁ ଦାନ କରୁଛି ତ ଆଉ କିଏ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ। ସେହିପରି କିଏ ଇଣ୍ଡଷ୍ଟ୍ରୀର ଦିନ ମଜୁରିଆଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ତ ଆଉ କିଏ ଗରିବ ଓ ବାସହରାଙ୍କୁ ବଢ଼ାଇଛନ୍ତି ସାହାଯ୍ୟର ହାତ। ଆଉ ଏହି ଲୋକଙ୍କ ଭିତରେ ସାମିଲ ହୋଇଛନ୍ତି ‘ବିଗ୍ ବସ୍ ୧୩’ର ପ୍ରତିଯୋଗୀ ମାହିରା ଶର୍ମା ଓ ପାରସ୍ ଛାବ୍ରା।

ଏ ଦୁହେଁ ଗରିବ ଓ ବାସହରା ଲୋକଙ୍କୁ ଖାଦ୍ୟ ବଣ୍ଟନ କରିଛନ୍ତି। ସୋଶାଲ୍‌ ମିଡିଆରେ ଏହାର ଏକ ଭିଡିଓ ଭାଇରାଲ୍‌ ହେଉଛି। ଭିଡିଓ ଶେଆର୍ କରି ମାହିରା ଲେଖିଛନ୍ତି- ମୁଁ ଜାଣେ ଯେ ଏହି ଭିଡିଓ ଦେଖୁଥିବା ଅନେକ ଲୋକ ନିଶ୍ଚିତ ଭାବୁଥିବେ ଯେ ଆମେ ଏ ସବୁ ଦେଖେଇ ହେବା ପାଇଁ କରୁଛୁ। ହେଲେ ଆମେ ସବୁବେଳେ ବିଶ୍ୱାସ କରୁ ଯେ ଦାନ ହୃଦୟରୁ ହିଁ କରାଯିବା ଉଚିତ୍। ଏହି ଭିଡିଓ କେବଳସମସ୍ତଙ୍କୁ ଉତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ,  ଯାହା ଦ୍ୱାରା ଅନ୍ୟମାନେ ମଧ୍ୟ ଆସି ଏହି କଠିନ ସମୟରେ ସହଯୋଗ କରିପାରିବେ।

ପାରସ୍‌ ମଧ୍ୟ ଏହି ଭିଡିଓକୁ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଶେଆର୍ କରିଛନ୍ତି। ସେ ଲେଖିଛନ୍ତି, “ଶେଷରେ, ଆମେ ଅଭାବୀ ଲୋକଙ୍କୁ ଖାଦ୍ୟ ପ୍ୟାକେଟ୍ ବଣ୍ଟନ କଲୁ ଏବଂ WHO ନିର୍ଦ୍ଦେଶାବଳୀ ମଧ୍ୟ ଅନୁସରଣ କଲୁ। ଆମେ ସାମାଜିକ ଦୂରତ୍ୱ ପ୍ରତି ମଧ୍ୟ ସମ୍ପୂର୍ଣ୍ଣ ଧ୍ୟାନ ଦେଇଛୁ।’ ପାରସ୍ ଓ ମାହିରାଙ୍କ ଏହି କାର୍ଯ୍ୟରେ ସେମାନଙ୍କ ଫ୍ୟାନମାନେ ବେଶ୍ ଖୁସି ହୋଇଛନ୍ତି ଓ ପ୍ରଶଂସା କରିଛନ୍ତି।

ସୂଚନା ଯୋଗ୍ୟ, ‘ବିଗ୍‌ ବସ୍‌ ୧୩’ ଘର ଭିତରେ ଏମାନଙ୍କର ଲଭ୍‌ ଅଫେୟାର୍‌ ଥିବାର ଢେର୍‌ ଚର୍ଚ୍ଚା ହୋଇଥିଲା। ଥରେ ପାରସ ଖୋଲାଖୋଲି ଭାବେ କହି ଦେଇଥିଲେ ଯେ ସେ ମାହିରାଙ୍କୁ ପସନ୍ଦ କରନ୍ତି। ଏପରିକି ଏଥିପାଇଁ ସେ ତାଙ୍କ ଗର୍ଲପ୍ରେଣ୍ଡଙ୍କ ସହ ବ୍ରେକଅପ୍‌ ମଧ୍ୟ କରି ଦେଇଥିବା କହିଥିଲେ। ହେଲେ ମାହିରା ନିଜ ମନର କଥାକୁ ପରିପ୍ରକାଶ କରି ନଥିଲେ। ଘରୁ ବାହାରିବା ପରେ ପାରସ୍ ଓ ମାହିରା କହିଥିଲେ ଯେ ସେମାନେ ଦୁହେଁ କେବଳ ବନ୍ଧୁ। ନିକଟରେ ଏ ଦୁହିଁଙ୍କର ଏକ ରୋମାଣ୍ଟିକ ମ୍ୟୁଜିକ୍ ଭିଡିଓ ମଧ୍ୟ ରିଲିଜ୍ ହୋଇଛି।



from Odisha Reporter https://ift.tt/2Xkk0CI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages