ଲକଡାଉନ୍ ବେଳେ ସୁଟକେସ ଭିତରେ ସାଙ୍ଗକୁ ଆଣିଲେ ଛାତ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 13, 2020

ଲକଡାଉନ୍ ବେଳେ ସୁଟକେସ ଭିତରେ ସାଙ୍ଗକୁ ଆଣିଲେ ଛାତ୍ର

ମାଙ୍ଗାଲୋର: ଲକଡାଉନ୍ ବେଳେ ଆପାର୍ଟମେଣ୍ଟରେ ଅନ୍ୟ ଲୋକଙ୍କୁ ପ୍ରବେଶ କରିବାକୁ ଦେଲେନି ସିକ୍ୟୁରିଟି ଗାର୍ଡ। ଶେଷରେ ରବିବାର ବିଳମ୍ୱିତ ରାତ୍ରୀରେ ନିଜର ସାଙ୍ଗକୁ ସୁଟକେସରେ ଭର୍ତ୍ତି କରି ନିଜ ରୁମକୁ ଆଣିଛି ଜଣେ ୧୭ ବର୍ଷର ସାଙ୍ଗ। ନିଜର ସାଙ୍ଗକୁ ରୁମକୁ ଆଣିବା ପାଇଁ ଅନେକ ଥର ଆପାର୍ଟମେଣ୍ଟ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଅନୁମତି ମାଗିଥିଲା ସେ। ହେଲେ ଅନୁମତି ନମିଳିବାରୁ ବିକଳ୍ପ ରାସ୍ତା ଭାବେ ସୁଟକେସରେ ଭର୍ତ୍ତି କରି ନିଜ ସାଙ୍ଗକୁ ରାତି ଅଧରେ ରୁମକୁ ଆଣିଛି। ଯାହାକୁ ଦେଖି ପଡ଼ୋଶୀମାନେ ମଧ୍ୟ ହତବାକ୍ ହୋଇଛନ୍ତି। ତେବେ ୧୭ ବର୍ଷୀୟ ଏହି ପିଲାଟି କେବେ ଅନୁମତି ମାଗିନାହିଁ ବୋଲି ଆପାର୍ଟମେଣ୍ଟ ସଂଘ କହିଛି।

ବିଲ୍ଡିର ସିକ୍ୟୁରିଟି ଗାର୍ଡ କହିଛନ୍ତି, ରବିବାର ରାତିରେ ୧୭ ବର୍ଷୀୟ ପୁଅଟି ଏକ ବଡ଼ ସୁଟକେସ ଧରି ଏକ ଅଟୋରୁ ଓହ୍ଲାଇଥିଲା। ଏହାପରେ ତା’ର ସାଙ୍ଗକୁ ସୁଟକେସ ଭିତରେ ପୂରାଇ ସ୍କୁଟିରେ ରଖି ଆଣିଥିଲା। ହେଲେ ସ୍କୁଟିରୁ ଓହ୍ଲାଇବା ପରେ ସୁଟକେସକୁ ଟାଣିବା ବେଳେ ତାଙ୍କୁ ସନ୍ଦେହ ହୋଇଥିଲା। ଏହାପରେ ଆପାର୍ଟମେଣ୍ଟ ସଂଘକୁ ଫୋନ୍ କରି କହିଥିଲେ ସିକ୍ୟୁରିଟି ଗାର୍ଡ। କିଛି ସମୟ ପରେ ପୁଲିସ ଏବଂ ଆପାର୍ଟମେଣ୍ଟ ଅଧିକାରୀମାନେ ପହଞ୍ଚି ସେହି ପୁଅକୁ ଚେତାବନୀ ଦେବା ପରେ ପଳାଇଥିଲେ। ସିକ୍ୟୁରିଟି ଗାର୍ଡଙ୍କ ମତାମତ ପରେ ସିସିଟିଭି ଫୁଟେଜ ଚେକ କରିବା ପରେ ସମସ୍ତ ସତ ସାମ୍ନାକୁ ଆସିଥିଲା।

ସିଟି ପୁଲିସ କମିଶନର ପିଏ ହର୍ଷ କହିଛନ୍ତି ମାଙ୍ଗାଲୁରୁ ଇଷ୍ଟ ଥାନାରେ ଆପାର୍ଟମେଣ୍ଟ ସଂଘ ୧୭ ବର୍ଷୀୟ ପୁଅ ନାମରେ ଏତଲା ଦେଇଛନ୍ତି। ଖୁବଶୀଘ୍ର ଉଭୟଙ୍କୁ ଜୁଭେନାଇଲ କୋର୍ଟରେ ହାଜର କରାଯିବ। ସୁଟକେସ ଭିତରେ ଆସିଥିବା ପିଲାଟି ସ୍ଥାନୀୟ ବାସିନ୍ଦା। ସେ ତାର କ୍ଲାସମେଟ।



from Odisha Reporter https://ift.tt/2xfX90L

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages