କ୍ୱାରେଣ୍ଟାଇନରେ କଙ୍ଗନାଙ୍କ ତାସ୍ ଖେଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 13, 2020

କ୍ୱାରେଣ୍ଟାଇନରେ କଙ୍ଗନାଙ୍କ ତାସ୍ ଖେଳ

ମୁମ୍ବାଇ: କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ସାରା ଦେଶକୁ ଲକଡାଉନ୍ କରାଯାଇଛି। ବଲିଉଡ୍ ବି ଏଥିରୁ ବାଦ୍ ପଡ଼ିଯାଇନି। ଯେତେବେଳେ ସବୁକିଛି ଠପ୍ ହୋଇଯାଇଛି, ହିନ୍ଦୀ ଚଳଚ୍ଚିତ୍ର ଜଗତ ମଧ୍ୟ ତାଲା ବନ୍ଦ ସ୍ଥିତିରେ ରହିଛି। ଏଣୁ ତାରକାମାନେ ନିଜ ନିଜ ଘରେ ରହି ନାନା ଉପାୟରେ ସମୟ ଅତିବାହିତ କରୁଛନ୍ତି। ଏହି କ୍ରମରେ କଙ୍ଗନା ରଣାଓ୍ୱତ ମଧ୍ୟ ନିଜ ପରିବାର ସହ ସମୟ ବିତାଉଛନ୍ତି।

ମୁମ୍ବାଇଠାରୁ ଦୂରରେ ହିମାଚଳ ପ୍ରଦେଶରେ ନିଜ ପରିବାର ସହ ପ୍ରକୃତିର ମଜା ନେଉଛନ୍ତି କଙ୍ଗନା। ନିକଟରେ ତାଙ୍କର ଏକ ଫଟୋ ସୋଶାଲ ମିଡିଆରେ ଭାଇରାଲ ହୋଇଛି, ଯେଉଁଥିରେ ସେ ନିଜ ପରିବାର ଲୋକଙ୍କ ସହ ତାସ୍ ଖେଳୁଥିବା ଦେଖିବାକୁ ମିଳିଛି। କିଛିଦିନ ତଳେ କଙ୍ଗନା ମନାଲିରେ ନିଜ ଜନ୍ମଦିନ ମଧ୍ୟ ପାଳନ କରିଥିଲେ। ଏହି ଅବସରର ଅନେକ ଫଟୋ ସୋଶାଲ ମିଡିଆରେ ଦେଖିବାକୁ ମିଳିଥିଲା।

କଙ୍ଗନାଙ୍କ ଏହି ତାସ୍ ଖେଳିବା ଫଟୋଟି ‘ଟିମ୍ କଙ୍ଗନା ରଣାଓ୍ୱତ’ ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରୁ ଶେୟାର କରାଯାଇଛି। ତେବେ ଲକଡାଉନରେ କଙ୍ଗନାଙ୍କ ଭଳି ଆପଣମାନେ ମଧ୍ୟ ପରିବାର ସହ ନିଜର କ୍ୱାଲିଟି ଟାଇମ୍ ବିତାନ୍ତୁ ଆଉ ଖୁସି ରୁହନ୍ତୁ।

ଅନ୍ୟପଟେ, ଶେଷଥର ପାଇଁ କଙ୍ଗନାଙ୍କୁ ଫିଲ୍ମ ‘ପଙ୍ଗା’ରେ ଦେଖିବାକୁ ମିଳିଥିଲା। ଫିଲ୍ମରେ ତାଙ୍କ ଅଭିନୟକୁ ସବୁଆଡ଼ୁ ପ୍ରଶଂସା କରାଯାଇଥିଲା। ଆଗକୁ ଫିଲ୍ମ ‘ଥଲାଇବି’ରେ କଙ୍ଗନାଙ୍କୁ ଦେଖିବାକୁ ମିଳିବ, ଯାହା ତାମିଲନାଡ଼ୁ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତା ଜୟଲଳିତାଙ୍କ ବାୟୋପିକ୍। ଏହାସହ ଫିଲ୍ମ ‘ତେଜସ୍’ରେ ମଧ୍ୟ କଙ୍ଗନା ନଜରକୁ ଆସିବେ। ଏଥିରେ ତାଙ୍କୁ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନର ପାଇଲଟ୍ ଭୂମିକାରେ ଦେଖିବାକୁ ମିଳିବ।



from Odisha Reporter https://ift.tt/2XHNuef

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages