ଆଠଗଡ଼ (ନୀଳକଣ୍ଠ ଦୋରା): କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ନୂଆପାଟଣା ଗାଁକୁ କାଲି ରାତିରେ ମଦ ଜବତ ପାଇଁ ଯାଇଥିବା ଅବକାରୀ କର୍ମଚାରୀ ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ ହୋଇଛି। ସେମାନଙ୍କୁ ତିଗିରିଆ ମେଡିକାଲରେ ଭର୍ତ୍ତି କରାଯାଇଛି। ଅବକାରୀ କର୍ମଚାରୀଙ୍କ ଗାଡ଼ିକୁ ମଧ୍ୟ ଦୁର୍ବୃତ୍ତମାନେ ଭାଙ୍ଗି ଦେଇଛନ୍ତି।
ମିଳିଥିବା ସୂଚନା ଅନୁସାରେ, ନୂଆପାଟଣା ଗାଁରେ ମଦ ବିକ୍ରି ହେଉଥିବା ନେଇ ଅବକାରୀ ବିଭାଗର କର୍ମଚାରୀ କୌଣସି ସୂତ୍ରରୁ ଖବର ପାଇଥିଲେ। ଏହାପରେ ପୂର୍ବ ଯୋଜନା ମୁତାବକ ଗତକାଲି ରାତିରେ ଅବକାରୀ ବିଭାଗର ଇନସପେକ୍ଟର ସଂଜିବ ବାଲାଙ୍କ ସମେତ ୬ ଜଣ କର୍ମଚାରୀ ସାଧା ପୋଷାକରେ ନୂଆପାଟଣା ଗାଁରେ ଚଢ଼ଉ କରିଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ସେମାନଙ୍କ ଉପରକୁ ଆକ୍ରମଣ କରିଥିଲେ।
ଏନେଇ ଅବକାରୀ ଅଧିକାରୀ ତିଗିରିଆ ଥାନାରେ ଏତଲା ଦେଇଛନ୍ତି। ପୁଲିସ୍ ଘଟଣାର ତଦନ୍ତ କରୁଛି।
from Odisha Reporter https://ift.tt/2VI5sus
No comments:
Post a Comment