ଆଗକୁ କରୋନା ଆହୁରି ସାଂଘାତିକ ରୂପ ନେବ ବୋଲି କହିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 20, 2020

ଆଗକୁ କରୋନା ଆହୁରି ସାଂଘାତିକ ରୂପ ନେବ ବୋଲି କହିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ୱାଶିଂଟନ: ମହାମାରୀ କରୋନା ଭାଇରସ ବର୍ତ୍ତମାନ ଯେତିକି ଜଟିଳ ପରିସ୍ଥିତି ସୃଷ୍ଟି କରିଛି ତାହା ଯଥେଷ୍ଟ ନୁହେଁ। ଆଗକୁ ଏହି ପ୍ରାଣଘାତୀ ଭାଇରସ ଆହୁରି ସାଂଘାତିକ ରୂପ ନେବ। ସାରା ବିଶ୍ୱ କରୋନାର ଭୟଙ୍କର ରୂପ ଦେଖିବ ବୋଲି ଆଜି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଶଙ୍କା ପ୍ରକାଶ କରିଛି।

ବର୍ତ୍ତମାନ ସୁଦ୍ଧା କରୋନା ଯୋଗୁ ସମଗ୍ର ବିଶ୍ୱରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ୨୪ ଲକ୍ଷ ୨୫ ହଜାରରୁ ଅଧିକ ଲୋକ ଏହି ମହାମାରୀରେ ଆକ୍ରାନ୍ତ ହୋଇଥିବା ବେଳେ ପ୍ରାୟ ଏକ ଲକ୍ଷ ୬୬ ହଜାର ଲୋକ ପ୍ରାଣ ହରାଇ ସାରିଲେଣି। ଏହାକୁ ଦୃଷ୍ଟିରେ ରଖି ବିଶ୍ୱର ଅନେକ ରାଷ୍ଟ୍ର ଲକଡାଉନ ଓ ଶଟଡାଉନ କରିଥିବାରୁ ଅର୍ଥନୀତିକ ଉପରେ ଏହାର ଗୁରୁତର ପ୍ରଭାବ ପଡ଼ୁଛି। ଏଥିପାଇଁ କିଛି ରାଷ୍ଟ୍ର କଟକଣା କୋହଳ କରିବାକୁ ଯୋଜନା ଆରମ୍ଭ କରିଛନ୍ତି।

ତେବେ ଏସବୁ ଭିତରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରୋସ ଅଧନୋମ ଘେବ୍ରୟେସୁ କହିଛନ୍ତି, “କରୋନା ଭାଇରସ ଦିନକୁ ଦିନ ଭୟଙ୍କର ରୂପ ନେଉଛି। ପୁଣିଥରେ ୧୦୦ ବର୍ଷ ପରେ ବିଶ୍ୱ ପାଇଁ ବଡ଼ ବିପଦ ସୃଷ୍ଟି ହୋଇଛି। ୧୯୧୮ରେ ସ୍ପାଇନିଶ ପ୍ଲୁ ଭଳି ଏହା ମଧ୍ୟ ଘାତକ ହେଲାଣି।

ସ୍ପାଇନିଶ ଫ୍ଲୁରେ ପ୍ରାୟ ୧୦୦ ମିଲିୟନ ଲୋକ ପ୍ରାଣ ହରାଇଥିଲେ। କରୋନା ଯେମିତି ସେଭଳି ରୂପ ନ ନେବ, ସେଥିପାଇଁ ଆମ ସମସ୍ତଙ୍କୁ ଏବେଠାରୁ ସତର୍କ ହେବାକୁ ପଡ଼ିବ। କାରଣ ଆଗକୁ କରୋନା ଆହୁରି ସାଂଘାତିକ ରୂପ ନେବାର ଆଶଙ୍କା ରହିଛି। ପୂର୍ବରୁ ଆମ ପାଖରେ ଟକ୍ନୋଲଜି ନଥିଲା। ଏବେ କିନ୍ତୁ ଆମ ପାଖରେ ସବୁ ପ୍ରକାରର ବୈଷୟିକ ସାମଗ୍ରୀ ରହିଛି। ତେଣୁ ଆମକୁ ଏହି ବିପର୍ଯ୍ୟୟକୁ ରୋକିବାକୁ ହେବ।

୧୯୧୮ ଭଳି ବିପତ୍ତିକୁ ଆମକୁ ବନ୍ଦ କରିବାକୁ ପଡ଼ିବ। ଆମକୁ ବିଶ୍ୱାସ କର। ଆଗକୁ ଆହୁରି ଭୟଙ୍କର ସ୍ଥିତି ଆସୁଛି। ଏହା ଏକ ପ୍ରାଣଘାତୀ ଭାଇରସ। ତଥାପି କିଛି ଲୋକ ଏଯାଏ ଏହାକୁ ବୁଝି ପାରୁନାହାନ୍ତି। ଆମକୁ ଯେମିତି ହେଲେ ବି ସତର୍କ ହେବାକୁ ପଡ଼ିବ। ନ ହେଲେ ସବୁ କିଛି ଶେଷ ହୋଇଯିବ।”



from Odisha Reporter https://ift.tt/3cAwMBo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages