‘ଦେହ ଅପେକ୍ଷା ମନ ଉପରେ ଅଧିକ ପ୍ରଭାବ ପକାଉଛି କରୋନା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 6, 2020

‘ଦେହ ଅପେକ୍ଷା ମନ ଉପରେ ଅଧିକ ପ୍ରଭାବ ପକାଉଛି କରୋନା’

ନୂଆଦିଲ୍ଲୀ: କରୋନା ସହିତ ଲଢ଼ିବା ପାଇଁ ମାନସିକ ଶକ୍ତିର ଅଧିକ ଆବଶ୍ୟକତା ରହିଛି। ଏହା ଶରୀର ଅପେକ୍ଷା ମାନସିକ ଅବସ୍ଥାକୁ ଅଧିକ ପ୍ରଭାବିତ କରୁଛି। କରୋନାରୁ ସୁସ୍ଥ ହେବା ପରେ ଏହା କହିଛନ୍ତି ସୁନାମଧନ୍ୟ ଖ୍ୟାତନାମା ହୃଦରୋଗ ବିଶେଷଜ୍ଞ ଡାକ୍ତର ବିବୁଧ ପ୍ରତାପ ସିଂହ। ନିକଟରେ ସେ ଏବେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କରୋନା ଭାଇରସକୁ ସେ କେମିତି ହରାଇଲେ ଏ ନେଇ ଜାତୀୟ ଗଣମାଧ୍ୟମ ଟାଇମ୍ସ ଅଫ୍ ଇଣ୍ଡିଆକୁ ସାକ୍ଷାତକାର ଦେଇ ଡାକ୍ତର  ବିବୁଧ ପ୍ରତାପ ନିଜର ଅନୁଭୂତି ବର୍ଣ୍ଣନା କରିଛନ୍ତି।

ଡାକ୍ତର ବିବୁଧ ପ୍ରତାପ ନୂଆଦିଲ୍ଲୀ ସ୍ଥିତ ଫୋର୍ଟିସ ଏସକର୍ଟ ହାର୍ଟ ଇନଷ୍ଟିଚ୍ୟୁଟରେ ହୃଦରୋଗ ବିଶେଷଜ୍ଞ ଭାବରେ କାର୍ଯ୍ୟ କରୁଛନ୍ତି। ଫେବୃଆରୀରେ ସେ ପ୍ୟାରିସ ଯାଇଥିଲେ ହୃଦରୋଗ ଉପରେ ଅଧିକ ପାଠ ପଢ଼ିବା ପାଇଁ। ସେହି ସମୟରେ କୋଭିଡ-୧୯ ବ୍ୟାପୁଥିବା ଦେଖି ସେ ଦିଲ୍ଲୀ ଫେରିଆସିଥିଲେ। ଦିଲ୍ଲୀ ସ୍ଥିତ ଆଇଜିଆଇ ବିମାନ ବନ୍ଦରରେ ତାଙ୍କର ଥର୍ମାଲ୍ ସ୍କ୍ରିନିଂ ହୋଇଥିଲା। ତାଙ୍କ ଦେହରେ ଜ୍ୱର ନଥିଲା। ତେଣୁ ତାଙ୍କୁ ଛାଡ଼ି ଦିଆଗଲା ଓ ସେ ଘରକୁ ଫେରିଗଲେ।

ଯେହେତୁ ସେ ବିଦେଶ ଯାତ୍ରା କରିଥିଲେ ତେଣୁ ଘରକୁ ଫେରିବା ପରେ ଏହି ୪୦ ବର୍ଷୀୟ ଡାକ୍ତର ଗାଜିଆବାଦ ସ୍ଥିତ କୌସମ୍ବିରେ ଥିବା ନିଜ ଘରେ ଏକାନ୍ତବାସରେ ରହିଥିଲେ। ପରିବାର ଲୋକଙ୍କ ସହିତ ସେ ୬ ଫୁଟ୍ ଦୂରତାରେ ରହୁଥିଲେ। ତିନି ଦିନ ଘରେ ରହିବା ପରେ ସେ ଗଳାରେ ଯନ୍ତ୍ରଣା ଅନୁଭବ କରିବା ସହିତ ଦେହରେ ଉତ୍ତାପ ଅନୁଭବ କଲେ ଯାହାକି କୋଭିଡ୍-୧୯ର ପ୍ରଥମ ଲକ୍ଷଣ। ସେ କରୋନା ପରୀକ୍ଷା କରିବା ପରେ ସଂକ୍ରମିତ ହୋଇଥିବା ଜାଣିପାରିଲେ।

ଏହାପରେ ସେ ଦିଲ୍ଲୀ ସ୍ଥିତି ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ଡାକ୍ତରମାନଙ୍କ ବ୍ୟବହାର ଓ ଉପଯୁକ୍ତ ଚିକିତ୍ସା ଫଳରେ ସେ ସୁସ୍ଥ ହୋଇଯାଇଥିଲେ। ସନ୍ଦେହରେ ତାଙ୍କ ପରିବାର ଲୋକଙ୍କର ମଧ୍ୟ କୋଭିଡ-୧୯ ଟେଷ୍ଟ ହୋଇଥିଲା। ସେମାନେ କିନ୍ତୁ ସଂକ୍ରମିତ ହୋଇନଥିବା ଜଣାପଡ଼ିଥିଲା। ଯଦି ଜଣେ କୌଣସି ରୋଗରେ ଆକ୍ରାନ୍ତ ହେବା ପରେ ଅବସାଦରେ ରହିବ ତାହେଲେ ଏହା ମୃତ୍ୟୁ ଆଡ଼କୁ ମୁହାଁଇବ। ତେଣୁ ଏହି ସମୟରେ ମାନସିକ ଭାବରେ ଦୃଢ଼ ରହିବା ସହିତ ସକାରାତ୍ମକ ଚିନ୍ତା କଲେ ଆଗକୁ ବଢ଼ିହେବ ବୋଲି ସେ କହିଛନ୍ତି। ତାଙ୍କ ଭାଷାରେ, ଏହା ଦେହ ତୁଳନାରେ ମନ ଉପରେ ଅଧିକ ପ୍ରଭାବ ପକାଉଛି।

ସେ ଆହୁରି କହିଛନ୍ତି, ସୋଶାଲ ମିଡିଆରେ କୋଭିଡ-୧୯କୁ ନେଇ ଅନେକ ଫେକ୍ ନ୍ୟୁଜ୍ ଘୁରି ବୁଲୁଛି। ୮୦-୮୫ ପ୍ରତିଶତ କରୋନା ଆକ୍ରାନ୍ତ ଭଲ ହେଉଛନ୍ତି। କେବଳ ୧୦-୧୫ ପ୍ରତିଶତ କୋଭିଡ-୧୯ ରୋଗୀ ଚିକିତ୍ସା ଆବଶ୍ୟକ କରନ୍ତି। ଯେଉଁ ୫ ପ୍ରତିଶତ ବୟସ୍କ ବ୍ୟକ୍ତି ଆକ୍ରାନ୍ତ ହେଉଛନ୍ତି ସେମାନଙ୍କୁ ଉନ୍ନତ ମାନର ଚିକିତ୍ସା ଯୋଗାଇ ପାରିଲେ ଜଣେ ଭଲ ହୋଇପାରିବ ବୋଲି ସେ କହିଛନ୍ତି।



from Odisha Reporter https://ift.tt/39OOUFU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages