ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକ୍ରମେ ଗତକାଲି ରାତି ୯ଟାରେ ସାରା ଦେଶରେ ଲୋକେ ୯ ମିନିଟ୍ ପାଇଁ ବିଜୁଳି ବତୀ ଲିଭାଇ ଦୀପ, ମହମବତୀ, ଟର୍ଚ୍ଚ ଲାଇଟ୍ ଓ ମୋବାଇଲ୍ର ଫ୍ଲାଶ୍ ଲାଇଟ୍ ଜଳାଇଥିଲେ। ଏହା କରୋନା ବିରୋଧୀ ଲଢ଼େଇର ଏକ ଅଂଶ ଥିଲା। ତେବେ ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ୱାନକୁ ନେଇ ଅଭିନେତ୍ରୀ ତାପସୀ ପନ୍ନୁଙ୍କୁ ଟାର୍ଗେଟ୍ କରିଥିଲେ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲା। ବିଭିନ୍ନ ସମୟରେ ତାପସୀଙ୍କୁ ସମାଲୋଚନା କରୁଥିବା ରଙ୍ଗୋଲି ଏଥର ତାଙ୍କୁ ବି ଗ୍ରେଡ୍ ଅଭିନେତ୍ରୀ ବୋଲି କହିଛନ୍ତି।
କଥା ହେଉଛି ପ୍ରଧାନମନ୍ତ୍ରୀଙ୍କ ଉକ୍ତ ଦିନର ଆହ୍ୱାନ ପରେ ପରେ ତାପସୀ ଟ୍ୱିଟ୍ କରି ଲେଖିଥିଲେ, ନୂଆ ଟାସ୍କ ମିଳିଲା ! ହଁ ହଁ ହଁ !!!
New task is here ! Yay yay yayy !!!
— taapsee pannu (@taapsee) April 3, 2020
ତାପସୀଙ୍କ ଏହି ଟ୍ୱିଟ୍ ଉପରେ ରଙ୍ଗୋଲୀ ଲେଖିଥିଲେ- ବି ଗ୍ରେଡ୍ କପି କରୁଥିବା ଅଭିନେତ୍ରୀଙ୍କୁ ବି ଖରାପ ଲାଗିଲା….ବେକାର ତ ଅଛ, ଗୋଟିଏ ଟାସ୍କ ମିଳିଲା ବୋଲି ମୁହଁ ଫୁଲି ଗଲା।
B grade mimicry actors ki bhi jali… bekar he toh ho ek task dediya toh …. sooj gayi? https://t.co/BGdgmGewXB
— Rangoli Chandel (@Rangoli_A) April 3, 2020
ଏହା ପୂର୍ବରୁ ତାପସୀଙ୍କୁ କଙ୍ଗନାଙ୍କର ଏକ ଶସ୍ତା କପି ବୋଲି କହିଥିଲେ ରଙ୍ଗୋଲୀ। ‘ଜଜ୍ମେଣ୍ଟାଲ୍ ହୈ କ୍ୟା’ ଫିଲ୍ମର ଟ୍ରେଲରକୁ ପ୍ରଶଂସା କରିବାବେଳେ ତାପସୀ କଙ୍ଗନାଙ୍କ ବିଷୟରେ ଉଲ୍ଲେଖ କରିନଥିବାରୁ ରଙ୍ଗୋଲି ରାଗିଯାଇଥିଲେ। ତେଣୁ ସେ ତାଙ୍କୁ ଏମିତି କହିଥିଲେ।
from Odisha Reporter https://ift.tt/3aYbhKk
No comments:
Post a Comment