ଏକାନ୍ତବାସରେ ଥିବା ଦୁଇ ହସ୍ପିଟାଲ କର୍ମଚାରୀ କରୋନାରେ ଆକ୍ରାନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 9, 2020

ଏକାନ୍ତବାସରେ ଥିବା ଦୁଇ ହସ୍ପିଟାଲ କର୍ମଚାରୀ କରୋନାରେ ଆକ୍ରାନ୍ତ

ନୂଆଦିଲ୍ଲୀ: ଦିଲ୍ଲୀର ଘରୋଇ ହସ୍ପିଟାଲ ସାର୍ ଗଙ୍ଗାରାମର ଦୁଇ ସ୍ୱାସ୍ଥ୍ୟକର୍ମୀ କରୋନାରେ ସଂକ୍ରମିତ ହୋଇଛନ୍ତି। ହସ୍ପିଟାଲରୁ ନିକଟରେ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାପରେ ହସ୍ପିଟାଲର ୧୧୪ ଜଣ ଡାକ୍ତର, ନର୍ସ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କୁ ଏକାନ୍ତବାସରେ ରଖାଯାଇଛି।

ବୁଧବାର ଏକାନ୍ତବାସରେ ଥିବା ସ୍ୱାସ୍ଥ୍ୟକର୍ମୀଙ୍କର କରୋନା ପରୀକ୍ଷା ହୋଇଥିଲା। ଏଥିରେ ଦୁଇ ଜଣ କରୋନାରେ ସଂକ୍ରମିତ ହୋଇଥିବା ଗୁରୁବାର ସ୍ପଷ୍ଟ ହୋଇଛି। ଜଣେ ଓପିଡିର ନର୍ସ ହୋଇଥିବାବେଳେ ଅନ୍ୟଜଣେ ହସ୍ପିଟାଲର ଟେକନିସିଆନ୍ ଭାବରେ କାର୍ଯ୍ୟରତ। ତେବେ ଏମାନଙ୍କ ଶରୀରରେ କରୋନାର ଲକ୍ଷଣ ଦେଖିବାକୁ ମିଳିନଥିଲା ବୋଲି ସାର୍ ଗଙ୍ଗାରାମ କୋଲମେଟ ହସ୍ପିଟାଲର ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି। ଏହି ହସ୍ପିଟାଲ ଏବେ କୋଭିଡ-୧୯ ହସ୍ପିଟାଲରେ ପରିଣତ ହୋଇଛି। ଏହି ଦୁଇ ଜଣଙ୍କୁ ମିଶାଇ ଗୁରୁବାର ସୁଦ୍ଧା ଦିଲ୍ଲୀରେ ୭୨୦ ଜଣ କରୋନାରେ ସଂକ୍ରମିତ ହୋଇଥିବାବେଳେ ୧୨ ଜଣଙ୍କର ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ, କରୋନାରେ ଆକ୍ରାନ୍ତ ହୋଇଥିବା ୨ ଜଣ ରୋଗୀ ଏହି ହସ୍ପିଟାଲକୁ ଆସି ଅନ୍ୟ ରୋଗର ଚିକିତ୍ସା କରାଇଥିଲେ। ହେଲେ କରୋନା ବାବଦରେ କିଛି କହିନଥିଲେ। କିନ୍ତୁ ଡାକ୍ତର କରୋନା ଲକ୍ଷଣ ଥିବା ନେଇ ସନ୍ଦେହ ପ୍ରକାଶ କରି ପରୀକ୍ଷା କରାଇଥିଲେ। ରେଜଲ୍ଚ ପିଜିଟିଭ୍ ଆସିଥିଲା। ଅନ୍ୟ ରୋଗର ଚିକିତ୍ସା କରାଇବାକୁ ଆସି ଅନେକ ଡାକ୍ତର ଏବଂ ନର୍ସଙ୍କ ସଂସ୍ପର୍ଶରେ ଏହି ଦୁଇ ଆକ୍ରାନ୍ତ ଆସିଥିଲେ। ଏହାପରେ ହସ୍ପିଟାଲର ସମସ୍ତ କର୍ମଚାରୀଙ୍କୁ ଏକାନ୍ତବାସରେ ରଖାଯାଇଛି।



from Odisha Reporter https://ift.tt/2xicKNb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages