ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ ରାସ୍ତାରେ ବୁଲିଲେ ୬୯ କରୋନା ରୋଗୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 24, 2020

ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ ରାସ୍ତାରେ ବୁଲିଲେ ୬୯ କରୋନା ରୋଗୀ

ଲକ୍ଷ୍ନୌ: କରୋନା ସଂକ୍ରମଣ ରୋକିବା ପାଇଁ ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର କେତେ ଯତ୍ନବାନ, ତା’ର ଆଉ ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି। କରୋନାରେ ଆକ୍ରାନ୍ତ ହେଉଥିବା ଲୋକଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିବା ଓ ସେମାନଙ୍କ କ୍ଷେତ୍ରରେ ଉପଯୁକ୍ତ ପ୍ରତିରୋଧକ ବ୍ୟବସ୍ଥା କରିବାର ନିୟମ ରହିଛି। ତେବେ ଇଟାୱ ଜିଲ୍ଲାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି।

ଏଠାରେ ହସ୍ପିଟାଲରେ ଭର୍ତ୍ତି ହେବାକୁ ଆସିଥିବା ୬୯ ଜଣ କରୋନା ରୋଗୀଙ୍କୁ ରାସ୍ତା ଉପରେ ଓ ଖୋଲାଖୋଲି ଭାବେ ପ୍ରାୟ ଏକ ଘଣ୍ଟା କାଳ ଅପେକ୍ଷା କରିବାକୁ ପଡ଼ିଛି। ଏହାପରେ ହସ୍ପିଟାଲର ଡାକ୍ତର ଓ କର୍ମଚାରୀ ସେମାନଙ୍କ ପାଇଁ ସ୍ୱତନ୍ତ୍ର ୱାର୍ଡ ନିର୍ମାଣ କରିବା ପରେ ସମସ୍ତେ ଭିତରକୁ ଯାଇଥିଲେ।

ଗୁରୁବାର ସକାଳେ ସୈଫାଇ ମେଡିକାଲ ସାଇନ୍ସର ଗେଟ ପାଖରେ ଏକ ବସ ୬୯ ଜଣ କରୋନା ରୋଗୀଙ୍କୁ ନେଇ ପହଞ୍ଚିଥିଲା। ଏହି ରୋଗୀମାନେ ଆଗ୍ରାରୁ ୧୧୬ କିମି ବସ୍‌ରେ ଯାତ୍ରା କରି ଏଠାକୁ ଆସିଥିଲେ। ସେମାନଙ୍କୁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାଶ ଏସ୍କର୍କଟ ସୁବିଧା ଯୋଗାଇ ଦିଆଯାଇଥିଲା। ବସରୁ ଓହ୍ଲାଇବା ପରେ ମେଡିକାଲରେ ସେମାନଙ୍କୁ ରଖିବା ପାଇଁ ବ୍ୟବସ୍ଥା ହୋଇ ନଥିଲା। ଫଳରେ ତରବରିଆ ଭାବେ ସ୍ୱତନ୍ତ୍ର ବେଡ ତିଆରି କରାଯାଇଥିଲା।

ଏଥିପାଇଁ କରୋନା ରୋଗୀମାନେ ଗେଟ୍‌ ବାହାରେ ଥିବା ରାସ୍ତାରେ ବସିବା ସହ ବୁଲିଥିଲେ। ସେମାନେ କରୋନାରେ ଆକ୍ରାନ୍ତ ଥିଲେ ମଧ୍ୟ କେବଳ ମାସ୍କ ହିଁ ପିନ୍ଧିଥିଲେ। ସେଠାରେ ଉପସ୍ଥିତ ଥିବା ପୁଲିସ୍‌ କର୍ମଚାରୀମାନେ କେବଳ ସେମାନଙ୍କୁ ଦୂରତା ଅବଲମ୍ବନ କରିବାକୁ କହୁଥିଲେ।

ହେଲେ କେହି ବି ସେମାନଙ୍କୁ କେମିତି ସୁରକ୍ଷିତ ଭାବେ ହସ୍ପିଟାଲରେ ଭିର୍ତ୍ତି କରାଯିବ, ସେ ଦିଗରେ କୌଣସି ପ୍ରକାରର ବ୍ୟବସ୍ଥା କରି ନଥିଲେ। ଦୀର୍ଘ ଏକ ଘଣ୍ଟାରୁ ଅଧିକ ସମୟ ପରେ ସମସ୍ତ ରୋଗୀ ହସ୍ପିଟାଲ ମଧ୍ୟରେ ପ୍ରବେଶ କରିଥିଲେ।



from Odisha Reporter https://ift.tt/2YfzLLZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages