ବେକାବୁ ହେଉଛି ଆମେରିକା ସ୍ଥିତି, ମୃତ୍ୟୁସଂଖ୍ୟା ୫୨ ହଜାର ଡେଇଁଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 24, 2020

ବେକାବୁ ହେଉଛି ଆମେରିକା ସ୍ଥିତି, ମୃତ୍ୟୁସଂଖ୍ୟା ୫୨ ହଜାର ଡେଇଁଲା

ୱାଶିଂଟନ: ଦିନକୁ ଦିନ କରୋନା ମାଡ଼ରେ ଘାଇଲା ହେବାରେ ଲାଗିଛି ବିଶ୍ୱର ଅନ୍ୟତମ ସୁପରପାୱର ଆମେରିକା। ପ୍ରତିଦିନ ଏଠାରେ ଶହଶହ ଲୋକ ପ୍ରାଣ ହରାଉଛନ୍ତି। ବିଶ୍ୱର ସର୍ବାଧିକ କରୋନା ଆକ୍ରାନ୍ତ ଓ ମୃତକ ଆମେରିକାରେ ହିଁ ଚିହ୍ନଟ ହୋଇଛନ୍ତି। ଏବେ ଆମେରିକାରେ ମୃତ୍ୟୁସଂଖ୍ୟା ୫୨ ହଜାର ପାର କରିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ଅତିକ୍ରମ କରିଛି।

କରୋନା ୱାର୍ଲ୍ଡ ମିଟିରର ତଥ୍ୟ ଅନୁନାୟୀ, ଗତ ୨୪ ଘଣ୍ଟାରେ ୩୮,୭୬୪ ଜଣ ନୂଆ ଲୋକ କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି। ଫଳରେ ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯,୨୫,୦୩୮ରେ ପହଞ୍ଚି ଯାଇଛି। ସେହିପରି ୨୪ ଘଣ୍ଟାରେ ଆଉ ୧୯୫୧ ଜଣ ମୁଣ୍ଡ ନେଇଛି କରୋନା।

ଏହାକୁ ମିଶାଇ ଦେଶରେ କରୋନା ମୃତ୍ୟୁସଂଖ୍ୟା ୫୨,୧୮୫ ରହିଛି। ୯ ଲକ୍ଷ ୨୫ ହଜାର ଆକ୍ରାନ୍ତଙ୍କ ମଧ୍ୟରୁ ୧,୧୦,୪୩୨ ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

କରୋନା ୱାର୍ଲ୍ଡ ମିଟର ୨୪ ଘଣ୍ଟାରେ ଆମେରିକାରେ ୧୯୫୧ ଜଣଙ୍କ ମୃତ୍ୟୁ ଘଟିଥିବା କହିଥିବା ବେଳେ ଜନ୍ସ ହୋପକିନ୍ସ ବିଶ୍ୱବିଦ୍ୟାଳୟ ଅଲଗା ତଥ୍ୟ ଦେଇଛି। ଏହି ବିଶ୍ୱ ବିଦ୍ୟାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ୧୨୫୮ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ ମୃତ୍ୟୁସଂଖ୍ୟା ୫୧,୦୧୭ରେ ପହଞ୍ଚିଛି।



from Odisha Reporter https://ift.tt/354ywjM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages