‘ତିନିମାସ ପାଇଁ ନ କଟୁ ମୋବାଇଲ ଇନ୍‌କମିଂ କଲ୍‌’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 8, 2020

‘ତିନିମାସ ପାଇଁ ନ କଟୁ ମୋବାଇଲ ଇନ୍‌କମିଂ କଲ୍‌’

ଭୁବନେଶ୍ୱର (ଓଡିଶା ରିପୋର୍ଟର):  କରୋନା ସଂକ୍ରମଣ ରୋକିବାକୁ ସମଗ୍ର ଦେଶକୁ ଲକ୍ ଡାଉନ୍ ଘୋଷଣା କରାଯାଇଛି। ଏପରି ସମୟରେ ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡ଼ି ଅନ୍ୟ ସବୁ ଦୋକାନ ବନ୍ଦ ରହିଛି ।

ଏପରି ସମୟରେ ମୋବାଇଲ ଦୋକାନ ବନ୍ଦ ରହୁଥିବାରୁ ବହୁ ଲୋକେ ରିଚାର୍ଜ କରିବାରୁ ବଞ୍ଚିତ ହେଉଛନ୍ତି।  ଫଳରେ ମୋବାଇଲ କମ୍ପାନୀଗୁଡିକ ଗ୍ରାହକଙ୍କ ସଂଯୋଗ କାଟି ଦେଉଛନ୍ତି ।ଏଥିଯୋଗୁ  ଦୂରଦୂରାନ୍ତରେ ରହୁଥିବା ନିଜ ପରିବାରବର୍ଗଙ୍କ ସହ ଯୋଗାଯୋଗ କରିପାରୁନାହାନ୍ତି  ବହୁ ଲୋକ ।

ତେଣୁ ଲକ୍‌ଡାଉନ୍‌ ସମୟରେ  ମୋବାଇଲ ଫୋନ୍ ବ୍ୟବହାରକାରୀଙ୍କ ଇନ୍‌କମିଂ କଲ୍‌ ସୁବିଧା ପ୍ରତ୍ୟାହାର ନ ହେଉ। ଏଥିପାଇଁ ଅତିକମ୍‌ରେ ତିନି ମାସ ପାଇଁ ଟେଲିକମ କମ୍ପାନୀମାନେ ଇନ୍‌କମିଂ କଲ୍‌ ସୁବିଧା ଯୋଗାଇଦେବାକୁ ସରକାର କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦିଅନ୍ତୁ। ଏନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ କେନ୍ଦ୍ର ଟେଲି ଯୋଗାଯୋଗ ମନ୍ତ୍ରାଳୟକୁ ଚିଠି ଲେଖିଛନ୍ତି । 

 



from Odisha Reporter https://ift.tt/2URv8Wa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages