ମୁମ୍ବାଇ: କରୋନା ଭାଇରସ୍କୁ ମାତ୍ ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ୍ଚ ୨୨ ତାରିଖରେ ସାର ଦେଶରେ ‘ଜନତା କର୍ଫ୍ୟୁ’ ଲଗାଇଥିଲେ। ଆଉ ଏହି ଅବସରରେ ଅପରାହ୍ନ ୫ଟାରେ ଜରୁରୀ ସେବାରେ ନିୟୋଜିତ କର୍ମଚାରୀଙ୍କୁ ଧନ୍ୟବାଦ ଦେବା ତାଳିମାରିବାକୁ ଓ ଘଣ୍ଟ ବାଡ଼େଇବାକୁ କହିଥିଲେ। ସେହିପରି ପ୍ରଧାନମନ୍ତ୍ରୀ ଆଜି ମଧ୍ୟ ଏକ ଆହ୍ୱାନ ଦେଇଛନ୍ତି। ଏପ୍ରିଲ୍ ୫ ତାରିଖରେ ଅର୍ଥାତ୍ ଏଇ ରବିବାର ରାତି ୯ଟାରେ ୯ ମିନିଟ୍ ପାଇଁ ଘରର ଲାଇଟ୍ ବନ୍ଦ କରି ଦୀପ ଓ ମହମବତୀ ଜଳାଇ ଅବା ମୋବାଇଲ୍ ଫ୍ଲାସ୍ ଲାଇଟ୍ ଲଗାଇବାକୁ କହିଛନ୍ତି। ଏହାକୁ ନେଇ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ଦୀପ ଜାଳିବା କଥାକୁ ନେଇ ବଲିଉଡ୍ ନିର୍ଦ୍ଦେଶକ ରାହୁଲ ଢୋଲକିଆ ଏକ ପ୍ରଶ୍ନ କରିଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି- ତେଲ ନା ଘିଅ? ଯଦି ମୁଁ ଅଲିଭ୍ ତେଲ ବ୍ୟବହାର କରିବି, ତା’ହେଲେ କୋଭିଡ୍-୧୯ ମହାମାରୀ ଶୀଘ୍ର ପଳାଇବ କି ? ଏମିତି ପଚାରିଦେଲି।
ଅନ୍ୟପକ୍ଷରେ ତାପସୀ ପନ୍ନୁ ମଧ୍ୟ ଏକ ଟ୍ୱିଟ୍ କରିଛନ୍ତି। ସେ କେବଳ ଲେଖିଛନ୍ତି- ପୁଣି ଏକନୂଆ ଟାସ୍କ। ହଁ ହଁ ହଁ !!! ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା ପରେ ସେ ଏହି ଟ୍ୱିଟ୍ କରିଛନ୍ତି। ତେଣୁ ଏହା ତାଙ୍କର ପ୍ରତିକ୍ରିୟା ବୋଲି କୁହାଯାଉଛି।
Tel or Ghee ? Would #COVID19Pandemic go away faster if I use olive oil ? #JustAsking
— rahul dholakia (@rahuldholakia) April 3, 2020
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ସମଗ୍ର ଦେଶକୁ ସମ୍ବୋଧିତ କରିଥିଲେ। ସେ କହିଥିଲେ, ଏପ୍ରିଲ୍ ୫ ତାରିଖ ଅର୍ଥାତ୍ ରବିବାର ରାତି ୯ଟାରେ ୯ ମିନିଟ୍ ପାଇଁ ଘରର ସମସ୍ତ ଲାଇଟ୍ ବନ୍ଦ କରି ଦିଅନ୍ତୁ। ଦୀପ ଓ ମହମବତୀ ଜାଳି ଝରକା କିମ୍ବା ବାଲ୍କୋନୀ ପାଖରେ ଛିଡ଼ା ହୁଅନ୍ତୁ। ଦୀପ ବା ମହମବତୀ ବଦଳରେ ଟର୍ଚ୍ଚ ଲଗାଇ ଅବା ମୋବାଇଲ୍ ଫ୍ଲାସ୍ ଲାଇଟ୍ ଅନ୍ କରି ବି ଆପଣମାନେ ୯ ମିନିଟ୍ ପାଇଁ ଘରର ଝରକା ଓ ବାଲ୍କୋନୀ ନିକଟରେ ଛିଡ଼ା ହୋଇପାରିବେ। ଆପଣ ଦୀପ ଜାଳିଲେ ଆଲୋକର ମହାଶକ୍ତିକୁ ଅନୁଭବ କରିପାରିବେ। କରୋନା ଚେନ୍ ଭାଙ୍ଗିବାକୁ ଏହା ଏକ ବଡ଼ ରାମବାଣ। ତେବେ ଏହି ସମୟରେ ରାସ୍ତାକୁ ନବାହାରିବାକୁ ତଥା ସାମାଜିକ ଦୂରତ୍ୱ କଟକଣା ନଭାଙ୍ଗିବାକୁ ସେ ଦେଶବାସୀଙ୍କୁ ଅନୂରୋଧ କରିଛନ୍ତି।
from Odisha Reporter https://ift.tt/346VSF2
No comments:
Post a Comment