ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲାରେ ଥିବା ବିର୍ଲା ଟାୟାର୍ସ କମ୍ପାନୀ ପାଞ୍ଚ ମାସ ହେବ ନିଜ କର୍ମଚାରୀଙ୍କୁ ଦରମା ଦେଇନାହିଁ। ଫଳରେ ସେମାନଙ୍କ ପରିବାର ବହୁ ଦୁର୍ଦ୍ଦଶା ଭୋଗୁଛନ୍ତି l ଏପଟେ ଲକ୍ଡାଉନ୍ ପରିସ୍ଥିତିରେ ପରିବାର ଚଳାଇବା ସେମାନଙ୍କ ପାଇଁ କାଠିକର ପାଠ ହୋଇପଡିଛି l ଏପରି ସ୍ଥିତିରୁ ସେମାନଙ୍କୁ ମୁକୁଳିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ।
ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଗତ ୫ ମାସ ହେବ କମ୍ପାନୀ କର୍ମଚାରୀଙ୍କୁ ଦରମା ଦେଇନାହିଁ। ଏବେ ଦେଶବ୍ୟାପୀ ଲକ୍ଡାଉନ୍ ଚାଲିଥିବାରୁ ଶ୍ରମିକମାନେ ନିଜ ଦରମା ପାଇବା ନିତ୍ୟାନ୍ତ ଆବଶ୍ୟକ।
ଏହି ସମୟରେ କମ୍ପାନୀ କାହିଁକି ଦରମା ବକେୟା ରଖିଛି, ତାକୁ ନେଇ କେନ୍ଦ୍ରମନ୍ତ୍ରୀ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଲୋଡିଛନ୍ତି।
ଏହାସହ ରାଜ୍ୟ ଶ୍ରମ ବିଭାଗ ଏନେଇ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଶ୍ରମ ଆଇନ ଅନୁସାରେ ବକେୟା ଦେବାକୁ କେନ୍ଦ୍ରମନ୍ତ୍ରୀ ଦାବି କରିଛନ୍ତି ।
from Odisha Reporter https://ift.tt/2XcaUYy
No comments:
Post a Comment