ସାଲେପୁର ଓ ନିଶ୍ଚିନ୍ତକୋଇଲି ଅଞ୍ଚଳରୁ ହଟିଲା କଣ୍ଟେନମେଣ୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 13, 2020

ସାଲେପୁର ଓ ନିଶ୍ଚିନ୍ତକୋଇଲି ଅଞ୍ଚଳରୁ ହଟିଲା କଣ୍ଟେନମେଣ୍ଟ

କଟକ (ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲାର ସାଲେପୁର ଓ ନିଶ୍ଚିନ୍ତକୋଇଲି ଅଞ୍ଚଳରୁ କଣ୍ଟେନମେଣ୍ଟ କଟକଣାକୁ ହଟାଇ ଦିଆଯାଇଛି। ସାଲେପୁର ତହସିଲ ମିର୍ଜାପୁର ପଞ୍ଚାୟତ ୧୨ ଓ ୧୩ ନମ୍ବର ୱାର୍ଡରୁ କଣ୍ଟେନମେଣ୍ଟ ହଟାଯାଇଥିବା ବେଳେ ନିଶ୍ଚିନ୍ତକୋଇଲି ତହସିଲ ଜୟରାମପୁର ପଞ୍ଚାୟତ ୧ ନମ୍ବର ୱାର୍ଡରୁ ବି ଏହି କଟକଣାକୁ ହଟାଇ ଦିଆଯାଇଛି। ଏପ୍ରିଲ୍‌ ୫ ତାରିଖ ଠାରୁ ଏଠାରେ କଣ୍ଟେନମେଣ୍ଟ କଟକଣା ଲାଗୁ କରାଯାଇଥିଲା। ତେବେ ଏସବୁ ସ୍ଥାନରେ ଏବେ ଲକ୍‌ଡାଉନ୍ କଟକଣା ବଳବତ୍ତର ରହିବ।

ସିଡିଏମ୍‌ଓ ଓ ଉଭୟ ତହସିଲଦାରଙ୍କ ରିପୋର୍ଟ ମିଳିବା ପରେ ଜିଲ୍ଲା ପ୍ରଶାସନ ଏସବୁ ଅଞ୍ଚଳରୁ କଣ୍ଟେନ୍‌ମେଣ୍ଟ କଟକଣା ହଟାଇ ଦେଇଛନ୍ତି। ଏସମସ୍ତ ଅଞ୍ଚଳରେ କରୋନା ବ୍ୟାପି ନଥିବା ନେଇ ରିପୋର୍ଟ ପ୍ରଦାନ କରାଯାଇଛି। ଏହି ସ୍ଥାନଗୁଡ଼ିକରୁ ସଂଗ୍ରହ କରାଯାଇଥିବା ସମସ୍ତ ସାମ୍ପଲର ରିପୋର୍ଟ ନେଗେଟିଭ୍ ଆସିଛି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଜିଲ୍ଲାର ପଟ୍ଟାପୋଲ ଅଞ୍ଚଳରୁ କଣ୍ଟେନ୍‌ମେଣ୍ଟ କଟକଣାକୁ ଉଠାଇ ଦିଆଯାଇଥିଲା।



from Odisha Reporter https://ift.tt/3b6uLfY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages