ସାନିଟାଇଜର ୟୁନିଟରେ ବିସ୍ଫୋରଣ, ୨ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 13, 2020

ସାନିଟାଇଜର ୟୁନିଟରେ ବିସ୍ଫୋରଣ, ୨ ମୃତ

ମୁମ୍ୱାଇ: ମହାରାଷ୍ଟ୍ରର ତରପୁର ଜୋନରେ ଥିବା ଏକ କେମିକାଲ କାରଖାନା ବିସ୍ଫୋରଣ ହେବାରୁ ୨ ଜଣଙ୍କର ମୃତ୍ୟୁ ଘଟିଛି, ଜଣେ ଆହତ ହୋଇଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସୂଚନା ମିଳିଛି। ବିସ୍ଫୋରଣ ବେଳେ କାରଖାନାରେ ୧୦୫ ଜଣ କାମ କରୁଥିଲେ ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି।

ମୃତକ ମାନେ କାରଖାନାର ଶ୍ରମିକ ବୋଲି ସ୍ଥାନୀୟ ଥାନା ଅଧିକାରୀ ପ୍ରଦୀପ କସବେ କହିଛନ୍ତି। ମୃତ ଶ୍ରମିକ ମାନେ ପସତଲର ବୋଇସର ନିବାସୀ ବିଜୟ ସାଓ୍ୱନ୍ତ ଏବଂ ପଲଘରର ୪୮ ବର୍ଷୀୟ ସମୀର ଖୋଜା। ଆହତ ଜଣଙ୍କ ରୁନାଲ ଠାକୁର (୩୫)। ସେ ଏବେ ବୈଶରର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ବୋଲି କସବେ କହିଛନ୍ତି। କାରଖାନାରେ ନିଆଁ ଲାଗିବା ପରେ ଦୁଇଟି ଦମକଳବାହିନୀ ଟିମ୍ ଆସି ନିଆଁ ଲିଭାଇଛନ୍ତି।

ଏହି କେମିକାଲ କାରଖାନାରେ ସାବୁନ୍, ଡିଟରଜେଣ୍ଟ ଏବଂ ସାନିଟାଇଜର ପାଇଁ ଆବଶ୍ୟକ କେମିକାଲ ତିଆରି ହୁଏ। ସାନିଟାଇଜର ୟୁନିଟରେ ବିସ୍ଫୋରଣ ହେବାରୁ ୨ ଜଣଙ୍କର ମୃତ୍ୟୁ ଘଟିଛି। ଲକଡାଉନ୍ ବେଳେ ସାନିଟାଇଜର ଏବଂ ସାବୁନ ଆବଶ୍ୟକ ରହିଥିବାରୁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ଆଜି ଚାଲୁ ହୋଇଥିଲା।



from Odisha Reporter https://ift.tt/2V3kmvU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages