୨୨ ହଜାର ସ୍ୱାସ୍ଥ୍ୟକର୍ମୀ କରୋନାରେ ସଂକ୍ରମିତ: WHO - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 12, 2020

୨୨ ହଜାର ସ୍ୱାସ୍ଥ୍ୟକର୍ମୀ କରୋନାରେ ସଂକ୍ରମିତ: WHO

ଜେନେଭା: କରୋନା ମହାମାରୀର ଚିକିତ୍ସା କରିବାବେଳେ ବିଶ୍ୱର ୫୨ଟି ଦେଶର ୨୨,୦୦୦ରୁ ଅଧିକ ସ୍ୱାସ୍ଥ୍ୟ କର୍ମୀ ସଂକ୍ରମିତ ହୋଇଛନ୍ତି। ଏ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ସୂଚନା ଦେଇଛି। କୋଭିଡ-୧୯କୁ ନେଇ WHO ପ୍ରତିଦିନ ସୂଚନା ଦେଉଛି। ଶନିବାର WHO ଦ୍ୱାରା ପ୍ରକାଶ ପାଇଥିବା ରିପୋର୍ଟରୁ ଏହି ସୂଚନା ମିଳିଛି।
ମୋଟ୍ ୨୨,୦୭୩ ଜଣ ସ୍ୱାସ୍ଥ୍ୟକର୍ମୀ ଏପ୍ରିଲ ୮ ତାରିଖ ସୁଦ୍ଧା କରୋନାରେ ସଂକ୍ରମିତ ହୋଇଛନ୍ତି ବୋଲି WHO କହିଛି। ସଂକ୍ରମିତ ସ୍ୱାସ୍ଥ୍ୟକର୍ମୀମାନେ ଉଭୟ ହସ୍ପିଟାଲ ଏବଂ ଲୋକଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି। ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେବାକୁ ଯାଇ ପର୍ସନାଲ ପ୍ରୋଟେକଟିଭ୍ ଇକ୍ୟୁପମେଣ୍ଟ (ପିପିଇ) ଯୋଗାଇ ଦେବା ଦରକାର। କରୋନା ମହାମାରୀ ହୋଇଥିବାରୁ ସ୍ୱାସ୍ଥ୍ୟକର୍ମୀଙ୍କ ଦାବିକୁ ଗ୍ରହଣ କରିବା ଦରକାର ବୋଲି WHO କହିଛି।


from Odisha Reporter https://ift.tt/2UZueXD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages