ବିଶ୍ରା କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା; ୪୮ ଘଣ୍ଟା ପର୍ଯ୍ୟନ୍ତ ଘରୁ ନବାହାରିବାକୁ ନିର୍ଦ୍ଦେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 12, 2020

ବିଶ୍ରା କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା; ୪୮ ଘଣ୍ଟା ପର୍ଯ୍ୟନ୍ତ ଘରୁ ନବାହାରିବାକୁ ନିର୍ଦ୍ଦେଶ

ରାଉରକେଲା (ପବନ ତିୱାରୀ): ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକରେ ଦୁଇ ଜଣ କରୋନା ଆକ୍ରନ୍ତ ଚିହ୍ନଟ ହେବା ପରେ ଏହାର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛି ପ୍ରଶାସନ। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଆସିଆନା କଲୋନୀ ଓ ଏହାର ଆଖପାଖ ଅଞ୍ଚଳକୁ ସିଲ୍ କରାଯାଇଛି। ଏହି ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଲାଗି ଉଦ୍ୟମ ଜାରି ରହିଥିବାରୁ ଏଠାକୁ ଯିବାଆସିବା ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି।

ଡରେଇକେଲା ବସ୍‌ଷ୍ଟପରୁ ପୁରୁଣା ମାର୍କେଟ କମ୍ପ୍ଲେକ୍ସ, ପୁରୁଣା ମାର୍କେଟ କମ୍ପ୍ଲେକ୍ସରୁ ବୁଡେଲଜୋର ରେଲେଓ୍ୱ ଅଣ୍ଡର ପ୍ୟାସେଜ୍, ବୁଡେଲଜୋର ରେଲେଓ୍ୱ ଅଣ୍ଡର ପ୍ୟାସେଜ୍‌ରୁ ନୟା ବସ୍ତି, ନୟା ବସ୍ତିରୁ ଭାରତ ପେଟ୍ରୋଲିୟମ୍ ଛକ, ଭାରତ ପେଟ୍ରୋଲିୟମ ଛକରୁ ଡରେଇକେଲା ବସ୍ ଷ୍ଟପ୍ ପର୍ଯ୍ୟନ୍ତ ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି। ଏ ଅଞ୍ଚଳରେ ସମସ୍ତ ଯାନବାହନ ଚଳାଚଳକୁ ବନ୍ଦ କରାଯାଇଛି। କଣ୍ଟେନମେଣ୍ଟ ଜୋନ୍ ଅଞ୍ଚଳରେ ଆସୁଥିବା ସମସ୍ତ ବାସିନ୍ଦା ଘର ଭିତରେ ରହିବେ। ୪୮ ଘଣ୍ଟା ପର୍ଯ୍ୟନ୍ତ ଘରୁ ନବାହାରିବାକୁ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଲୋକଙ୍କୁ ଅନୁରୋଧ କରିଛନ୍ତି। ସେହିପରି ଏହି ଅଞ୍ଚଳରେ ସାନିଟାଇଜ୍ କାର୍ଯ୍ୟ ଆରମ୍ଭ ହୋଇଯାଇଛି।

ଜିଲ୍ଲାପାଳ ଦେଇଥିବା ସୂଚନା ଅନୁଯାୟୀ, କଣ୍ଟେନମେଣ୍ଟ ଜୋନ୍ ଘୋଷଣା ଅଞ୍ଚଳରେ ପାଖାପାଖି ୧୫୦୦ ଘର ଅଛି। ୪୮ ଘଣ୍ଟା ମଧ୍ୟରେ ଘରକୁ ଘର ସର୍ଭେ କରାଯାଇ କଣ୍ଟାକ୍ଟ ଟ୍ରେସିଂ କରାଯିବ। ଲୋକେସନ୍ ମ୍ୟାପିଂ ଓ ହାଉସ୍ ସର୍ଭେଲାନ୍ସ ମଧ୍ୟ କରାଯିବ। ପ୍ରଶାସନ ସହାୟତାରେ ଲୋକଙ୍କ ନିକଟରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯିବ।

ସୂଚନାଯୋଗ୍ୟ, ଜିଲ୍ଲାର ଦୁଇ କରୋନା ଆକ୍ରାନ୍ତଙ୍କୁ ରାଉରକେଲା ସ୍ଥିତ ହାଇଟେକ୍‌ ହସ୍‌ପିଟାଲ୍‌ରେ ଖୋଲିଥିବା କୋଭିଡ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଜଣେ ପୂର୍ବରୁ ସେଠାରେ ଥିବା ବେଳେ ଅନ୍ୟ ଜଣଙ୍କୁ ଗତକାଲି ରାତିରେ ରିପୋର୍ଟ ଆସିବା ପରେ ଆଣି ଭର୍ତ୍ତି କରିଥିଲା ପ୍ରଶାସନ। ତେବେ ସେମାନଙ୍କର ଟ୍ରାଭେଲ୍ ହିଷ୍ଟ୍ରୀ ରହିଛି କି ନାହିଁ, ସେ ବିଷୟରେ କିଛି କୁହାଯାଇ ନାହିଁ। ଏ ଦିଗରେ ମଧ୍ୟ ଜିଲ୍ଲା ପ୍ରଶାସନ ପଚରାପଚରି କରୁଥିବା ଜଣାପଡ଼ିଛି।



from Odisha Reporter https://ift.tt/3e8kaTI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages