ବଢ଼ିଲା ଚିନ୍ତା, ଏବେ ୧୧ ଦିନରେ ଦୁଇଗୁଣ ହେଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 6, 2020

ବଢ଼ିଲା ଚିନ୍ତା, ଏବେ ୧୧ ଦିନରେ ଦୁଇଗୁଣ ହେଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଏବେ ଦେଶରେ ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଲକଡାଉନ ୩.୦ ଜାରି ହେବା ପରେ ଦେଶର କରୋନା ସଂକ୍ରମଣ ସ୍ଥିତି ଆହୁରି ସାଂଘାତିକ ହୋଇଛି। ବର୍ତ୍ତମାନ ଦେଶରେ କରୋନା ୬.୬% ବେଗରେ ବଢ଼ୁଛି। ଏହାର ଅର୍ଥ ପ୍ରତି ୧୧ ଦିନରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇଗୁଣ ହେଉଛି।

ମେ’ ୨ ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଗୁଣ ହେବାକୁ ୧୫ ଦିନ ସମୟ ଲାଗୁଥିଲା। ଏଥିସହ କରୋନା ୪.୮% ବେଗରେ ବଢ଼ୁଥିଲା। ହେଲେ ଏବେ ଦେଶରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ଅତିକ୍ରମ କରିଛି। ସେହିପରି ମୃତ୍ୟୁସଂଖ୍ୟା ୧୭୫୦ ଡେଇଁଛି।

ପ୍ରଧାନମନ୍ତ୍ରୀଙ୍କ ଅର୍ଥନୀତିକ ପରାମର୍ଶଦାତା ପରିଷଦର ପୂର୍ବତନ ସଦସ୍ୟ ଶାମିକା ରବି ପ୍ରତିଦିନ ଦେଶର ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାକୁ ବିଶ୍ଲେଷଣ କରିଥାଆନ୍ତା। ସେ ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ତଥ୍ୟ ଦେଇଛନ୍ତି। ମହାରାଷ୍ଟ୍ର, ଗୁଜରାଟ, ଦିଲ୍ଲୀ ଓ ତାମିଲନାଡୁରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ସେହିପରି ମୃତ୍ୟୁହାର ମଧ୍ୟ ବଢ଼ିବାରେ ଲାଗିଛି। ତଥାପି କଣ୍ଟାକ୍ଟ ଟ୍ରେସିଂ ଓ ଟେଷ୍ଟିଂ ପାଇଁ ଏଯାଏ କୌଣସି ସ୍ୱତନ୍ତ୍ର ରଣନୀତି ଆପଣା ଯାଉନଥିବା ରବି ଟ୍ୱିଟ କରିଛନ୍ତି।

ଉଦାହରଣ ଦେଇ ସେ କହିଛନ୍ତି, କେରଳର କାସରଗୋଡରେ ୨୦ ହଜାର ନମୁନା ପରୀକ୍ଷା ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଥିଲା। କିନ୍ତୁ ମୁମ୍ବାଇରେ ୬ ହଜାର ନମୁନା ପରୀକ୍ଷା ହୋଇ ୧୦୦ ପଜିଟିଭ କେସ ସାମ୍ନାକୁ ଆସୁଛି। ସ୍ଥିତିକୁ ଦେଖିଲେ ଏକାଧିକ ରାଜ୍ୟରେ କରୋନାର ଦ୍ୱିତୀୟ ୱେଭ ଆସିବାର ଆଶଙ୍କା ପ୍ରକାଶ ପାଉଛି।

କଣ୍ଟେନମେଣ୍ଟ, କଣ୍ଟାକ୍ଟ ଟ୍ରେସିଂ ଓ ଟେଷ୍ଟିଂକୁ ଗୁରୁତ୍ୱର ସହ କଲେ, ଆମେ ନିଶ୍ଚିତ ଭାବେ କରୋନାକୁ କର୍ଭକୁ ଫ୍ଲାଟ କରିପାରିବା। ଯଦି କଣ୍ଟେନମେଣ୍ଟ ଓ କଣ୍ଟାକ୍ଟ ଟ୍ରେସିଂ ଦୁର୍ବଳ ହେବ, ତା’ହେଲେ ସଂକ୍ରମଣ ବଢ଼ିବଢ଼ି ଚାଲିବ। ରାଜ୍ୟଗୁଡ଼ିକ ଏହାକୁ ରୋକିବା ପାଇଁ ନୂଆ ନିୟମ ପ୍ରଣୟନ କରିବା ଦରକାର ଓ ବେଶ କଡ଼ାକଡ଼ି ଭାବେ ଏହାକୁ ପାଳନ କରିବା ଉଚିତ ବୋଲି ସେ ପରାମର୍ଶ ଦେଇଛନ୍ତି।

ଏପ୍ରିଲ ୨୫ରୁ ମେ’ ୫ ମଧ୍ୟରେ ଦେଶରେ କୋଭିଡ-୧୯ ମୃତ୍ୟୁହାର ପ୍ରତି ନିୟୁତରେ ୧.୩୧ ଥିଲା। ହେଲେ ମହାରାଷ୍ଟ୍ର ଓ ଗୁଜରାଟରେ ଏହା ୫ରୁ ଅଧିକ ରହିଛି।



from Odisha Reporter https://ift.tt/2WCRgDv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages