ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ନୂଆ ୨୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟ୍ରୁ ମିଳିଥିବା ସୂଚନା ମୁତାବକ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ପାର କରିଛି। ଗତକାଲି ଏହି ସଂଖ୍ୟା ୧୮୫ ଥିବା ବେଳେ ଆଜି ତାହା ୨୦୫ରେ ପହଞ୍ଚିଛି।
ନୂଆ ୨୦ ଆକ୍ରାନ୍ତଙ୍କ ମଧ୍ୟରୁ ୧୭ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ମୟୂରଭଞ୍ଜରେ ୩ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରେ ଗତକାଲି ୪ ପଜିଟିଭ ଥିବା ବେଳେ ଆଜି ଏହି ସଂଖ୍ୟା ୨୧ରେ ପହଞ୍ଚିଛି। ସେହିପରି ମୟୂରଭଞ୍ଜ ଜିଲ୍ଲାରେ ପ୍ରଥମ ଥର ପାଦ ଦେଇଛି କରୋନା।
ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୪୨ ଆକ୍ଟିଭ କେସ୍ ଥିବା ବେଳେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୬୧ଜଣ। ସେମାନଙ୍କ ବ୍ୟତୀତ ୨ଜଣଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି।
from Odisha Reporter https://ift.tt/2zma6Xd
No comments:
Post a Comment