ମହାକାଶକୁ ମଣିଷ ପଠାଇ ପୁଣି ଇତିହାସ ରଚିଲା ଆମେରିକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 30, 2020

ମହାକାଶକୁ ମଣିଷ ପଠାଇ ପୁଣି ଇତିହାସ ରଚିଲା ଆମେରିକା

ଫ୍ଲୋରିଡ଼ା: ଆମେରିକାର ସ୍ପେସ୍ ଏଜେନ୍ସି ନାସା ଏବଂ ଘରୋଇ ସ୍ପେସ୍ ଏଜେନ୍ସି ସ୍ପେକ୍ସଏକ୍ସ ‘ହ୍ୟୁମାନ୍ ସ୍ପେସ୍ ମିଶନ’ ଲଞ୍ଚ କରିଛନ୍ତି। ୯ ବର୍ଷ ଧରି ଗବେଷଣା କରିବା ପରେ ଶେଷରେ ଇତିହାସ ରଚିଛି ଆମେରିକାର ଏହି ଦୁଇ ସ୍ପେସ୍ ଏଜେନ୍ସି। ଫ୍ଲୋରିଡାର କେପ କନଭାରାଲରେ ଥିବା ଜନ୍ ଏଫ୍ କେନେଡି ସ୍ପେସ୍ ସେଣ୍ଟରରୁ ନାସା-ସ୍ପେସ୍ ଏକ୍ସ ଡେମୋ-୨ ମିଶନ ସଫଳତାର ସହ ମହାକାଶକୁ ପଠାଯାଇଛି।

ଆମେରିକୀୟ ସମୟ ଅନୁଯାୟୀ, ରାତି ୩.୨୨ ରେ ଏହି ରକେଟ୍ ଉତକ୍ଷେପଣ କରାଯାଇଥିଲା। ଏହା ସହିତ ୨ ମହାକାଶଚାରୀ ରବର୍ଟ ବେହେଙ୍କେନ୍ ଏବଂ ଡଗଲାସ୍ ହର୍ଲି ଡ୍ରାଗନ୍ ସ୍ପେସକ୍ରାଫ୍ଟ ମାଧ୍ୟମରେ ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ (ଆଇଏସ୍ଏସ୍) କୁ ଯାଇଛନ୍ତି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ମିଶନ ଆରମ୍ଭ ବେଳେ ଫ୍ଲୋରିଡାର କେନେଡି ସ୍ପେସ୍ ସେଣ୍ଟରରେ ଉପସ୍ଥିତ ଥିଲେ।

ନାସା ଆଡମିନିଷ୍ଟ୍ରେଟର ଜିମ ବ୍ରାଇଡେନଷ୍ଟାଇନ ଏକ ଟୁଇଟରେ କହିଛନ୍ତି ଯେ ୯ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଆମେ ଆମେରିକୀୟ ରକେଟ୍ ମାଧ୍ୟମରେ ଆମେରିକାରୁ ଆମେରିକୀୟ ମହାକାଶଚାରୀଙ୍କୁ ପଠାଇଛୁ।

ସେ ଲେଖିଛନ୍ତି ଯେ, ମୁଁ ନାସା ଏବଂ ସ୍ପେସ୍ ଏକ୍ସ ଟିମ୍ ପାଇଁ ଗର୍ବିତ। ଏଭଳି ସଫଳତା ଆମ ସମସ୍ତଙ୍କ ପାଇଁ ନିଆରା ଅନୁଭୂତି। ଯେତେବେଳେ ଆପଣ ଏହି ଟିମକୁ ଏହି ରକେଟରେ ଦେଖନ୍ତି (ଫାଲକନ୍ ୯) ଏହା ଏକ ଭିନ୍ନ ପ୍ରକାରର ଅନୁଭବ ଢ ଏହା ହେଉଛି ଆମ ଟିମ୍।

ପ୍ରଥମ ଥର ପାଇଁ କୌଣସି ଘରୋଇ କମ୍ପାନୀ ଜରିଆରେ ଡ୍ରାଗନ୍ କ୍ୟାପସୁଲ୍ ଏବଂ ଫାଲକନ୍ ୯ ରକେଟକୁ ମହାକାଶକୁ ପଠାଯାଇଛି। ପ୍ରାୟ ଏକ ଦଶନ୍ଧି ପରେ ଆମେରିକାର ନାସା ପ୍ରଥମ ମାନବ ମହାକାଶ ବିମାନ ଛାଡ଼ିଛି।

ଏହା ପୂର୍ବରୁ ୨୧ ଜୁଲାଇ ୨୦୧୧ରେ ଆମେରିକା ଅନ୍ତିମ ଥର ପାଇଁ ମହାକାଶକୁ ମାନବ ମିଶନ ଯାଇଥିଲା। ଆଉ ଏବେ ୩୧ ମଇରେ ଆମେରିକା ମହାକାଶକୁ ମାନବ ମହାକାଶ ବିମାନ ଛାଡ଼ି ନୂଆ ଇତିହାସ ସୃଷ୍ଟି କରିଛି।



from Odisha Reporter https://ift.tt/3ciuK8D

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages