ଏହି ସବୁ ଉପାୟ ଆପଣାନ୍ତୁ: ଯେତେ ଫାଷ୍ଟଫୁଡ୍ ଖାଇଲେ ବି ମୋଟା ହେବେ ନାହିଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 30, 2020

ଏହି ସବୁ ଉପାୟ ଆପଣାନ୍ତୁ: ଯେତେ ଫାଷ୍ଟଫୁଡ୍ ଖାଇଲେ ବି ମୋଟା ହେବେ ନାହିଁ

ଆଜିକାଲିର ଯୁବପିଢ଼ିଙ୍କ ଜୀବନଶୈଳୀର ଖରାପ ପ୍ରଭାବ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ପଡ଼ୁଛି। ଅଧିକାଂଶ ଘରର ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ପରିବର୍ତ୍ତେ ବାହାରର ଚଟପଟା ଖାଦ୍ୟ ବା ଫାଷ୍ଟଫୁଡ ଖାଇବାକୁ ଭଲ ପାଉଛନ୍ତି। ଆଉ କିଛି ଲୋକ ସ୍ୱାସ୍ଥ୍ୟପ୍ରତି ସଚେତନ ଥିଲେ ମଧ୍ୟ ବେଳେବେଳେ ଲୋଭାର ଶିକାର ହୁଅନ୍ତି ଓ ମିଠା, ଫାଷ୍ଟଫୁଡ୍ ସବୁ ଖାଇଥା’ନ୍ତି। ଏହି ସବୁ ଖାଦ୍ୟରେ ପ୍ରଚୁର ପରିମାଣର ଫ୍ୟାଟ୍ ରହିଥାଏ, ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଏଗୁଡ଼ିକ ଆମକୁ ମୋଟା କରିଦିଏ ଓ ହାଇକୋଲେଷ୍ଟ୍ରଲ ,ଡାଇବେଟିସ୍, ହୃଦରୋଗ ଭଳି ସମସ୍ୟା ଦେଖାଯାଏ । ହେଲେ ଚିନ୍ତା କରିବାର କିଛି ନାହିଁ। ଆଜି ଆମେ ଆପଣଙ୍କୁ ଏପରି କିଛି ଉପାୟ ବିଷୟରେ କହିବୁ ଯାହାକୁ ଆପଣାଇଲେ ଆପଣ ଏହି ସବୁ ଚଟ୍‌ପଟା ବାହାର ଖାଦ୍ୟ ଖାଇଲେ ବି ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହେବ ନାହିଁ କି ଆପଣ ମୋଟା ହେବେ ନାହିଁ।

ଉଷୁମ ପାଣି:

ଯଦି ଆପଣ ତେଲଭାଜି କିମ୍ବା ଫାଷ୍ଟ୍‌ଫୁଡ୍ ଖାଦ୍ୟ ଖାଉଛନ୍ତି, ତା’ହେଲେ ଏହା ପରେ ଆପଣ ଉଷୁମ ପାଣି ପିଇବାକୁ ଭୁଲନ୍ତୁ ନାହିଁ। ଉଷୁମ ପାଣି ପିଇବା ଦ୍ୱାରା ଏଗୁଡ଼ିକ ସହଜରେ ହଜମ ହୋଇଥାଏ। ଯଦି ଆପଣ ଏସବୁ ଖାଇବା ପରେ ପର୍ଯ୍ୟାପ୍ତ ପରିମାଣର ପାଣି ପିଉ ନାହାନ୍ତି, ତେବେ ଆପଣଙ୍କର କ୍ଷୁଦ୍ର ଅନ୍ତନଳୀ ଖାଦ୍ୟ ହଜମ ପାଇଁ ଖାଦ୍ୟରୁ ଜଳ ଅବଶୋଷଣ କରିବ, ଯାହା ଫଳରେ ଆପଣଙ୍କୁ ଡିହାଇଡ୍ରେସନ୍ ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟା ଭୋଗିବାକୁ ପଡ଼ିପାରେ।

ଡିଟକ୍ସ ଡ୍ରିଙ୍କ:

କୌଣସି ତେଲିଆ କିମ୍ବା ପାଷ୍ଟଫୁଡ୍ ଖାଦ୍ୟ ପରେ, ଆପଣଙ୍କ ଶରୀରକୁ ଡିଟକ୍ସ କରିବା ନିହାତି ଆବଶ୍ୟକ। ତେଲଯୁକ୍ତ ଖାଦ୍ୟ ଖାଇବା ପରେ ଆପଣଙ୍କ ଶରୀରରେ ଜମା ହେଉଥିବା ବିଷାକ୍ତ ପଦାର୍ଥକୁ ଡିଟକ୍ସ ପାନୀୟ ବାହାର କରିବାରେ ସାହାଯ୍ୟ କରିଥାଏ। ଏହା ବ୍ୟତୀତ ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ତେଲିଆ କିମ୍ବା ପାଷ୍ଟଫୁଡ୍ ଖାଦ୍ୟ ପରେ ଡିଟକ୍ସ ଡ୍ରିଙ୍କ୍ ପିଇବା ଦ୍ୱାରା ଓଜନ ମଧ୍ୟ ହ୍ରାସ ହୋଇଥାଏ।

ଚାଲିବା:

ତେଲିଆ ଖାଦ୍ୟ ହେଉ କିମ୍ବା ଘରର ଖାଦ୍ୟ, ଉଭୟ ପ୍ରକାରର ଖାଦ୍ୟ ଖାଇବା ପରେ କିଛି ସମୟ ଚାଲିବା ଉଚିତ୍। ଏହା ଦ୍ୱାରା ଖାଦ୍ୟ ଭଲ ଭାବରେ ହଜମ ହେବ ଏବଂ ଏହା ଆପଣଙ୍କ ହଜମ ପ୍ରକ୍ରିୟାକୁ ମଧ୍ୟ ମଜବୁତ କରିବ। ତେଲିଆ ଖାଦ୍ୟ ଖାଇବା ପରେ ପ୍ରାୟ ୩୦ ମିନିଟ୍ ବୁଲିବା ଉଚିତ୍। ଏହା ଆପଣଙ୍କ ଓଜନ ଉପରେ ପ୍ରଭାବ ପକାଇବ ନାହିଁ ଏବଂ ଆପଣ ଓଜନ ହ୍ରାସ କରିବାରେ ମଧ୍ୟ ସକ୍ଷମ ହୋଇପାରେ।

ଫଳ ଏବଂ ପନିପରିବା:

ସବୁବେଳେ ଫଳ ଏବଂ ପ୍ରଚୁର ପନିପରିବା ଖାଇବା ଉଚିତ୍। ଏହା ଆପଣଙ୍କ ଶରୀରକୁ ପର୍ଯ୍ୟାପ୍ତ ପରିମାଣର ଭିଟାମିନ୍, ମିନେରାଲ୍ସ ଏବଂ ଫାଇବର୍ ଭଳି ଜିନିଷ ଯୋଗାଇଥାଏ। ଫାଇବର୍ ଏବଂ ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ବିନା ତୈଳଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ହୋଇପାରେ। ଏଥିପାଇଁ ଆପଣ ପ୍ରତିଦିନ ସକାଳେ ତାଜା ଫଳ ଏବଂ ପନିପରିବା ଖାଇପାରିବେ। ଏହା ବ୍ୟତୀତ, ଆପଣ ସାଲାଡ୍ ମଧ୍ୟ ନେଇପାରିବେ, ଯାହାକି ଶରୀରକୁ ସମସ୍ତ ପ୍ରକାର ପୋଷକ ତତ୍ତ୍ୱ ଯୋଗାଇଦେବ।



from Odisha Reporter https://ift.tt/2XZgZ9V

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages