ଦିଲ୍ଲୀରେ ବଢ଼ିଲା ପେଟ୍ରୋଲ, ଡିଜେଲ ଦର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 4, 2020

ଦିଲ୍ଲୀରେ ବଢ଼ିଲା ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ: ଦିଲ୍ଲୀରେ ସାଧାରଣ ଜନତାଙ୍କୁ ଆପ୍ ସରକାର ଦେଲେ ଆଉ ଏକ ଝଟକା। ମହଙ୍ଗା ହେଲା ପେଟ୍ରୋଲ ଓ ଡିଜେଲ। ମଦ ଉପରେ ୭୦ ପ୍ରତିଶତ କରୋନା ଟ୍ୟାକ୍ସ ଲଗାଇବା ପରେ ଏବେ ପେଟ୍ରୋଲ ଓ ଡିଜେଲର ଟ୍ୟାକ୍ସ ବଢ଼ାଇ ଦେଇଛନ୍ତି କେଜ୍ରିଓ୍ୱାଲ ସରକାର। ଅଟୋ ଇନ୍ଧନ ଉପରେ ଭାଟ୍ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀ ସରକାରଙ୍କ ଏଭଳି ନିଷ୍ପତ୍ତି ସାଧାରଣ ଜନତାଙ୍କ ପକେଟକୁ ପ୍ରଭାବିତ କରିପାରେ।

ଟ୍ୟାକ୍ସ ବଢ଼ିବା ପରେ ଲୋକଙ୍କୁ ଲିଟର ପିଛା ପେଟ୍ରୋଲର ଦର ୧.୬୭ ଏବଂ ଲିଟର ପିଛା ଡିଜେଲର ଦର ୭.୧୦ ଟଙ୍କା ଅଧିକ ଦେବାକୁ ପଡ଼ିବ। ସୂଚନା ଥାଉ କି, କରୋନା ଭୂତାଣୁ ଲାଗି ଲକଡାଉନ୍ ଚାଲିଥିବା ବେଳେ ଦିଲ୍ଲୀରେ ପ୍ରାୟ ୫୯ ଦିନ ପରେ ପେଟ୍ରୋଲ, ଡିଜେଲ୍ ଦର ବଢ଼ିଛି। ଦିଲ୍ଲୀ ସରକାର ତୈଳ ଦର ଉପରେ ଭାଟ୍ ବଢ଼ାଇଦେଇଛନ୍ତି। ତଦ୍ଦନୁଯାୟୀ ପେଟ୍ରୋଲ ଦର ଉପରେ ୩୦ ପ୍ରତିଶତ ଅଧିକ ଭାଟ୍ ଦେବାକୁ ପଡ଼ିବ। ସେହିଭଳି ଡିଜେଲରେ ମଧ୍ୟ ୩୦ ପ୍ରତିଶତ ଦର ବୃଦ୍ଧି କରାଯାଇଛି।

ସରକାରଙ୍କ ନିଷ୍ପତ୍ତି ପରେ ଦିଲ୍ଲୀ ଖାଉଟିଙ୍କୁ ଏଣିକି ପେଟ୍ରୋଲ ଲିଟର ପିଛା ୭୧.୨୬ ଟଙ୍କା ଓ ଡିଜେଲ ଲିଟର ପିଛା ୬୯.୨୯ ଟଙ୍କା ଦେବାକୁ ହେବ।



from Odisha Reporter https://ift.tt/2YChLLI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages