ଦୁଃଶାସନଙ୍କୁ ଗାଁ ଦାଣ୍ଡରେ ଗୋଡ଼େଇ ଗୋଡ଼େଇ ହାଣିଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 4, 2020

ଦୁଃଶାସନଙ୍କୁ ଗାଁ ଦାଣ୍ଡରେ ଗୋଡ଼େଇ ଗୋଡ଼େଇ ହାଣିଦେଲେ

ରେଢ଼ାଖୋଲ (ରମାକାନ୍ତ ମହାନନ୍ଦ): ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆସିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ନାକଟିଦେଉଳ ଥାନା ଅନ୍ତର୍ଗତ ତାଲବଣିଆ ଗାଁରୁ।

ମୃତ ଯୁବକ ଜଣଙ୍କ ହେଲେ ଦୁଃଶାସନ ଦେହୁରୀ। ଏହି ଘଟଣାରେ ପୁଲିସ୍‌ ଚାରି ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି।

ମିଳିଥିବା ସୂଚନା ଅନୁସାରେ, ଦୁଃଶାସନ ଗାଁର ଜଣେ ଝିଅକୁ ସବୁବେଳେ ହଇରାଣ ହରକତ କରୁଥିଲେ। ଏହାକୁ ନେଇ ଗାଁରେ ବାରମ୍ୱାର ପାଟିତୁଣ୍ଡ ହୋଉଥିଲା। ଆଜି ଦୁଃଶାସନ ସେହି ଝିଅ ଘରକୁ ଯାଉଥିବା ବେଳେ ଗାଁର ୪ ଜଣ ଯୁବକ ତାଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ସେମାନେ ତାଙ୍କର ମୁଣ୍ଡଗଣ୍ଡି ଅଲଗା କରି ଦେଇଥିଲେ।

ରେଢ଼ାଖୋଲ ଏସଡିପିଓ ଓ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।



from Odisha Reporter https://ift.tt/3fmMiDm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages