ଏହି ରାଜ୍ୟରେ ଅଟକିବନି ଦିଲ୍ଲୀରୁ ଆସୁଥିବା ସ୍ପେଶାଲ ଟ୍ରେନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 17, 2020

ଏହି ରାଜ୍ୟରେ ଅଟକିବନି ଦିଲ୍ଲୀରୁ ଆସୁଥିବା ସ୍ପେଶାଲ ଟ୍ରେନ

ନୂଆଦିଲ୍ଲୀ: ପ୍ରବାସୀଙ୍କୁ ନିଜ ନିଜ ରାଜ୍ୟକୁ ସୁରକ୍ଷିତ ଭାବେ ପହଞ୍ଚାଇବା ପାଇଁ କେନ୍ଦ୍ର ସରକାର ଦିଲ୍ଲୀରୁ ଦେଶର ୧୫ ସହରରୁ ଟ୍ରେନ ଚଳାଚଳ ଆରମ୍ଭ କରିଛନ୍ତି। ଅନଲାଇନ ଦ୍ୱାରା ଲୋକମାନେ ଟିକେଟ ବୁକିଂ କରି ଏହି ସ୍ପେଶାଲ ଟ୍ରେନରେ ଯାଇପାରିବେ। ତେବେ ଗୋଆ ସରକାର ଏହି ଟ୍ରେନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।

ଏଣିକି ଦିଲ୍ଲୀରୁ ଥିରୁଭନନ୍ତପୁରମ ଯାଉଥିବା ରାଜଧାନୀ ଏକ୍ସପ୍ରେସ ଆଉ ଗୋଆରେ ଅଟକିବନି। ଟ୍ରେନ ଚଳଚାଳରେ ସରକାର କୌଣସି ବାଧା ଦେବେ ନାହିଁ। କିନ୍ତୁ ଗୋଆରେ କୌଣସି ପ୍ରକାରର ଟ୍ରେନ ରହିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଘୋଷଣା କରିଛନ୍ତି।

ଗୋଆ ଦେଶର ପ୍ରଥମ ରାଜ୍ୟ ଭାବେ କରୋନା ମୁକ୍ତ ହୋଇଥିଲା। ହେଲେ ଗତ ସପ୍ତାହରେ ପୁଣି ୧୮ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ଏହି ସଂଖ୍ୟା ବଢ଼ିବାର ଆଶଙ୍କା ଥିବାରୁ ଗୋଆ ସରକାର ଏପରି ନିଷ୍ପତ୍ତି ନେଇଥିବା କୁହାଯାଉଛି।

ମୁଖ୍ୟମନ୍ତ୍ରୀ ସାୱନ୍ତ କହିଛନ୍ତି, “ବର୍ତ୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮ ରହିଛି। ରାଜ୍ୟର ପ୍ରବେଶ ପଥରେ ହିଁ ଏହି ରୋଗୀଙ୍କୁ ଚିହ୍ନଟ କରାଯାଇଛି। ତେଣୁ ସେମାନେ ରାଜ୍ୟରେ ରହୁଥିବା ଲୋକଙ୍କୁ ସଂକ୍ରମିତ କରିପାରି ନାହାନ୍ତି। ଦିଲ୍ଲୀ ରାଜଧାନୀ ଟ୍ରେନରେ ଗୋଆକୁ କିଛି ଲୋକ ଆସିବା ପରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଛି।

ତେଣୁ ଆଜିଠାରୁ(ସୋମବାର) ଗୋଆର ମାଦଗାଓ ରେଳବାଇ ଷ୍ଟେସନରେ ଆଉ କୌଣସି ଟ୍ରେନ ଅଟକିବନି। ତେବେ ଥିରୁଭନନ୍ତପୁରମ ଓ ଦିଲ୍ଲୀ ମଧ୍ୟରେ ଚାଲୁଥିବା ନିଜାମୁଦ୍ଦିନ ଏକ୍ସପ୍ରେସ ପୂର୍ବଭଳି ମାଦଗାଓ ଷ୍ଟେସନରେ ଅଟକିବ।

ଏଯାଏ ଏହି ଟ୍ରେନରେ ଆସିଥିବା କୌଣସି ଲୋକ କରୋନାରେ ଆକ୍ରାନ୍ତ ହୋଇନାହାନ୍ତି। ଖୁବକମ ସଂଖ୍ୟାରେ ଲୋକ ଏହି ଟ୍ରେନରେ ଗୋଆ ଆସୁଛନ୍ତି। ତେଣୁ ଆମେ ଏହାକୁ ରାଜ୍ୟରେ ହଲଟ୍‌ କରିବାକୁ ସୁଯୋଗ ଦେବୁ।”

ଅନ୍ୟପକ୍ଷରେ ରେଡଜୋନରୁ ଆସୁଥିବା ଟ୍ରକଗୁଡ଼ିକର ଡ୍ରାଇଭର ଓ ହେଲପରଙ୍କ କରୋନା ଟେଷ୍ଟ କରିବାକୁ ସମସ୍ତ ପ୍ରକାରର ବ୍ୟବସ୍ଥା ଗ୍ରହଣ କରାଯାଇଥିବା ସେ କହିଛନ୍ତି।



from Odisha Reporter https://ift.tt/3bBEUAJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages