ପାରଦୀପଠାରୁ ୮୨୦ କିଲୋମିଟର୍ ଦୂରରେ ‘ଅମ୍ଫାନ୍’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 17, 2020

ପାରଦୀପଠାରୁ ୮୨୦ କିଲୋମିଟର୍ ଦୂରରେ ‘ଅମ୍ଫାନ୍’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରେ ସୃଷ୍ଟ ସିଭିୟର ସାଇକ୍ଲୋନିକ ଷ୍ଟର୍ମ ‘ଅମ୍ଫାନ୍’ ସ୍ଥଳ ଭାଗ ଆଡ଼କୁ ମୁହାଁଇଛି। ଆସନ୍ତା ୬ ଘଣ୍ଟା ମଧ୍ୟରେ ଏହା ଏକ୍ସଟ୍ରିମ୍ଲି ସିଭିଅର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆାଯାଇଛି ।

‘ଅମ୍ଫାନ୍’ ପାରଦୀପଠାରୁ ୮୨୦ କିଲୋମିଟର୍ ଦୂରରେ ରହିଛି। ସେହିପରି  ଦୀଘାଠାରୁ ଦକ୍ଷିଣ ଦକ୍ଷିଣ ପଶ୍ଚିମକୁ ୯୮୦ କିଲୋମିଟର୍ ଦୂରରେ କେନ୍ଦ୍ରୀଭୂତ ରହିଛି।  ଏହା ଏବେ ଉତ୍ତର-ଉତ୍ତରପୂର୍ବ ଦିଗ ଆଡ଼କୁ ଘଣ୍ଟା ପ୍ରତି ୧୩ କିଲୋମିଟର୍ ବେଗରେ ଗତି କରୁଛି ।

୨୦ ତାରିଖରେ ‘ଅମ୍ଫାନ’ ପଶ୍ଚିମବଙ୍ଗର ଦୀଘା ଓ ବାଂଲାଦେଶର ହାଟିଆ ଦ୍ୱୀପ ଭିତରେ ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ରୂପରେ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ଘଣ୍ଟା ପ୍ରତି ୧୮୦ କିଲୋମିଟର ରହିପାରେ ବୋଲି ପୂର୍ବାନୁମାନ କରାଯାଇଛି  ।

ଓଡ଼ିଶା ଉପରେ ମଧ୍ୟ ସାମୁଦ୍ରିକ ଝଡ଼ ‘ଅମ୍ଫାନ’ର ପ୍ରଭାବ ପଡ଼ିବ । ବିଶେଷତଃ ଉତ୍ତର ଓଡ଼ିଶାରେ ଏହାର ପ୍ରଭାବ ଅଧିକ ପ୍ରଭାବ ଅନୁଭୂତ ହେବ  । ଏହା ପ୍ରଭାବରେ ରାଜ୍ୟରେ ଆଜି ସନ୍ଧ୍ୟାରୁ  ବର୍ଷା, ପବନ ଆରମ୍ଭ ହୋଇ ୨୦ ତାରିଖ ଅପରାହ୍ନ ଯାଏଁ ବଢ଼ି ଚାଲିବ ।

ଉତ୍ତର ଓଡ଼ିଶାରେ  ଅତିପ୍ରବଳ ବର୍ଷା ହେବା ସହ ପବନର ବେଗ ୧୯ ତାରିଖରେ ଘଣ୍ଟାପ୍ରତି ୭୫ରୁ ୮୫, ଏମିତିକି ୯୫ କିଲୋମିଟର ମଧ୍ୟ ଛୁଇଁ ପାରେ।  ତେବେ ୨୦ ତାରିଖ ଅପରାହ୍ନରେ ପବନର ବେଗ ଘଣ୍ଟାପ୍ରତି ୧୧୦ରୁ ୧୨୦ ଓ ବେଳେ ବେଳେ ୧୩୫ କିଲୋମିଟର ଛୁଇଁପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।



from Odisha Reporter https://ift.tt/2X4DTfr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages